ETV Bharat / bharat

ଛାତ୍ରଙ୍କୁ ସ୍ମାର୍ଟଫୋନ ଯୋଗାଇବେ ତ୍ରିପୁରା ସରକାର - ତ୍ରିପୁରା ସରକାର ଯୋଗାଇବେ ସ୍ମାର୍ଟଫୋନ

ସ୍ନାତକୋତ୍ତର ଛାତ୍ରମାନଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ତ୍ରିପୁରା ସରକାରଙ୍କ ନିଷ୍ପତ୍ତି । ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ରାଜ୍ୟର 14,608 ଜଣ ଛାତ୍ରଛାତ୍ରୀଙ୍କୁ 5000 ଲେଖାଏଁ ଟଙ୍କା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 5, 2020, 6:13 PM IST

ଅଗରତାଲା: ତ୍ରିପୁରା ସରକାରଙ୍କ ବଡ ଘୋଷଣା । ସ୍ନାତକୋତ୍ତର ଛାତ୍ରମାନଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ନିଷ୍ପତ୍ତି । ବୁଧବାର ଶିକ୍ଷା ଓ ଆଇନ ମନ୍ତ୍ରୀ ରତନ ଲାଲ ନାଥ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ମନ୍ତ୍ରୀଙ୍କ ସୂଚନା ମୁତାବକ 2018 ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସରକାର ଏନେଇ ପ୍ରତିଶ୍ରୁତି ଦେଇଥିଲା । ଏବେ ପ୍ରତିଶ୍ରୁତି ପୂରଣ କରିବା ପାଇଁ ମଙ୍ଗଳବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକରେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ରାଜ୍ୟର 14,608 ଜଣ ଛାତ୍ରଛାତ୍ରୀଙ୍କୁ 5000 ଲେଖାଏଁ ଟଙ୍କା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ମେଡିକାଲ, ପାରା-ମେଡିକାଲ, ଇଞ୍ଜିନିୟରିଂ, ବିଜ୍ଞାନ, କଳା, ବାଣିଜ୍ୟ, ଆଇନ, ପେଣ୍ଟିଂ-ମ୍ୟୁଜିକ୍ ଏବଂ ନର୍ସିଂର ସମସ୍ତ 14,608 ଛାତ୍ର ସ୍ମାର୍ଟଫୋନ୍ କିଣିବା ପାଇଁ ଏକକାଳୀନ ଆର୍ଥିକ ସହାୟତା ପାଇବେ । ସେ କହିଛନ୍ତି ଯେ ସରକାର 'ମୁଖମନ୍ତ୍ରୀ ଯୁବା ଯୋଗଯୋଗ ଯୋଜନା' ନାମକ ଏକ ନୂତନ ଯୋଜନା ପ୍ରଣୟନ କରିବେ ଯାହା 2020-21 ଏକାଡେମିକ୍ ଅଧିବେଶନରୁ ସ୍ମାର୍ଟଫୋନ୍ କିଣିବା ପାଇଁ ଆର୍ଥିକ ସହାୟତା ଦେବ । ଏହି ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିବର୍ଷ ସରକାରୀ ରାଜକୋଷରୁ 7.31 କୋଟି ଟଙ୍କା ଖର୍ଚ୍ଚ ହେବ |

ଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସ୍ମାର୍ଟଫୋନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଏକାଡେମିକ୍ ପାଠ୍ୟକ୍ରମ ବିଷୟରେ ସୂଚନା ସଂଗ୍ରହ କରିବେ । ଅଧିକ ପାଠ୍ୟକ୍ରମ ଗ୍ରହଣ କରିବା ଓ ଭବିଷ୍ୟତ ବୃତ୍ତି ବିଷୟରେ ନୂତନ ସୂଚନା ପାଇବାରେ ସ୍ମାର୍ଟଫୋନ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.