ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଟ୍ରିପଲ ମର୍ଡର । ଔରାସ ଥାନା ଅଞ୍ଚଳର ପୁରନ ଖେଡା ଗାଁରେ ଥିବା ଏକ ପୋଖରୀ ପାଖ ଜଙ୍ଗଲରୁ ମଙ୍ଗଳବାର ସକାଳୁ 3ଟି ମୃତଦେହ ମଳିଛି । ଯାହାକୁ ନେଇ ଉକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ସୂଚନାମୁତାବକ, ମୃତକ 3 ଜଣ ହେଲେ ସମ୍ପର୍କରେ ମାଆ ଓ ଝିଅ । ଝିଅଙ୍କ ମଧ୍ୟରୁ ଜଣଙ୍କର ବୟସ 8 ବର୍ଷ ହୋଇଥିବାବେଳେ ଆଉ ଜଣେ 4 ବର୍ଷର । ତେବେ ମାଆ ଓ ଝିଅଙ୍କୁ କେହି ତଣ୍ଟି ଚିପି ହତ୍ୟା କରି ପୋଖରୀ ନିକଟରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି ।
ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଫରେନସିକ ଟିମ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ