ETV Bharat / bharat

ଜିଓ ଟ୍ୟାଗ ଦ୍ବାରା ନିଆଯିବ ବୃକ୍ଷର ଯତ୍ନ - uttarpradesh

ଉତ୍ତରପ୍ରଦେଶ ବନ ବିଭାଗର ନୂଆ ପଦକ୍ଷେପ । ବୃକ୍ଷର ଯତ୍ନ ନେବା ପାଇଁ ଖୁବ ଶିଘ୍ର ଆରମ୍ଭ ହେବ ଜିଓ ଟ୍ୟାଗ ପ୍ରକ୍ରିୟା ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 13, 2019, 10:34 AM IST

ଲକ୍ଷ୍ନୌ: ବୃକ୍ଷ ନରହିଲେ ଜୀବ ଜଗତ ଏ ଧରାପୃଷ୍ଠରେ ବଞ୍ଚି ରହିବା ଅସମ୍ଭବ ହୋଇପଡିବ । ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷ ରୋପଣ ଆବଶ୍ୟକ । ଦିନକୁ ଦିନ ଯେପରି ମନୁଷ୍ୟ ସମାଜ ଜଙ୍ଗଲ କାଟି ସହର ଓ ଘର ତିଆରି କରିବାରେ ଲାଗିଛି, ଏହା ଯୋଗୁଁ ଉତ୍ତାପ ବୃଦ୍ଧି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଅଧିକ ପରିମାଣରେ ବୃକ୍ଷ ରୋପଣ କରିବା ଯେତିକି ଆବଶ୍ୟକ ସେମାନଙ୍କର ଯତ୍ନ ନେବା ମଧ୍ୟ ସେତିକି ଦରକାର।

ଏହାକୁ ଦୃଷ୍ଟିରେ ରଖି ବୃକ୍ଷଙ୍କର ଭଲଭାବେ ଦେଖାଶୁଣା କରିବାକୁ ଉତ୍ତରପ୍ରଦେଶ ବନ ବିଭାଗ ପକ୍ଷରୁ ଏକ ଆପ ଲଞ୍ଚ କରାଯାଇଛି । ଯାହାଦ୍ବାରା ଏହାସହ ଯୋଡିହୋଇଥିବା ସମସ୍ତ ବିଭାଗ ଏହାକୁ ଟ୍ରେସ କରିପାରିବେ। ଗୌତମବୁଦ୍ଧନଗରରେ ବୃକ୍ଷର ଯତ୍ନ ପାଇଁ ଜିଓ ଟ୍ୟାଗ ପ୍ରକ୍ରିୟା ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି।

ବୃକ୍ଷ ରୋପଣ ସହ ସେମାନଙ୍କର ଯତ୍ନ ନେବା ଏବେ ଗୁଗୁଲ ଜିଓ ଟ୍ୟାଗିଙ୍ଗ ମାଧ୍ୟମରେ କରିହେବ। ଏହାଦ୍ବାରା ଗଛ ଲତାର ଯତ୍ନ ଉପଯୁକ୍ତ ଭାବେ ନେଇ ହେବ । କାରଣ ଖାଲି ଗଛ ଲଗାଇ ଦେଲେ ହେବନି ଏହା ବଞ୍ଚି ରହିବା ସହ କିପରି ବଡ ହେବ ସେନେଇ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ଏହାକୁ ଦୃଷ୍ଟି ରଖି ବନବିଭାଗ ଏପରି ନିଷ୍ପତ୍ତି ନେଇଛି। ଗୌତମବୁଦ୍ଧ ନଗରର ଡିଏଫଓ ପି.କେ ମିଶ୍ରଙ୍କ କହିବା ଅନୁସାରେ ସହରୀ ଅଞ୍ଚଳରେ ଯେଉଁସ୍ଥାନରେ ଗଛ ଲଗାଯିବ ସବୁଥିରେ ଜିଓ ଟ୍ୟାଗ ଲଗାଯିବ । ଏବାବଦରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.