ଜୟପୁର: କୋରୋନା ଭାଇରସ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ରାଜସ୍ଥାନରେ ମଧ୍ୟ କୋରୋନା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ନେତାମନ୍ତ୍ରୀ କୋରୋନା କବଳରେ ଆସୁଛନ୍ତି । ଏହି କ୍ରମରେ ରବିବାର ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିୟାୱାସ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମନ୍ତ୍ରୀ ଖୋଦ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି। ତେବେ ଖାସ କଥା ହେଉଛି ମନ୍ତ୍ରୀ 2 ଦିନ ପୂର୍ବରୁ ଏକ ରାଲିରେ ଯୋଗ ଦେଇଥିଲେ ।
-
कुछ लक्षण दिखने पर मैंने कोरोना टेस्ट करवाया और मेरी रिपोर्ट पॉजिटिव आई है |
— Pratap Khachariyawas (@PSKhachariyawas) August 30, 2020 " class="align-text-top noRightClick twitterSection" data="
मेरा अनुरोध है कि गत दिनों में मेरे संपर्क में जो लोग आये हैं वह स्वयं को आइसोलेट कर अपनी जाँच करवाएं।
आप सभी स्वस्थ रहें और अपना ख़्याल रखें ।
">कुछ लक्षण दिखने पर मैंने कोरोना टेस्ट करवाया और मेरी रिपोर्ट पॉजिटिव आई है |
— Pratap Khachariyawas (@PSKhachariyawas) August 30, 2020
मेरा अनुरोध है कि गत दिनों में मेरे संपर्क में जो लोग आये हैं वह स्वयं को आइसोलेट कर अपनी जाँच करवाएं।
आप सभी स्वस्थ रहें और अपना ख़्याल रखें ।कुछ लक्षण दिखने पर मैंने कोरोना टेस्ट करवाया और मेरी रिपोर्ट पॉजिटिव आई है |
— Pratap Khachariyawas (@PSKhachariyawas) August 30, 2020
मेरा अनुरोध है कि गत दिनों में मेरे संपर्क में जो लोग आये हैं वह स्वयं को आइसोलेट कर अपनी जाँच करवाएं।
आप सभी स्वस्थ रहें और अपना ख़्याल रखें ।
ମନ୍ତ୍ରୀ ଏନେଇ ଟ୍ବିଟ କରି କହିଛନ୍ତି, ମୋର କିଛି ଲକ୍ଷଣ ଦେଖାଯିବା ପରେ କୋରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ସକାରାତ୍ମକ ଆସିଛି । ଅତୀତରେ ମୋ ସଂସ୍ପର୍ଷରେ ଆସିଥିବା ସମସ୍ତ ବ୍ୟକ୍ତି ସଂଗରୋଧରେ ରହିବାକୁ ମୋର ଅନୁରୋଧ । ଏଥିସହ ସେମାନେ କୋରୋନା ପରୀକ୍ଷା କରିବାକୁ ମୋର ଅନୁରୋଧ ବୋଲି ସେ କହିଛନ୍ତି । ତେବେ ଖାଚାରିୟାୱାସ କୌଣସି ଡାକ୍ତରଖାନାରେ ଭର୍ତ୍ତି ହେବେନାହିଁ । ସେ ଜୟପୁର ସ୍ଥିତ ନିଜ ସରକାରୀ ବାସଭବନରେ ହିଁ ସଂଗରୋଧରେ ରହିବେ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, 2 ଦିନ ପୂର୍ବରୁ ନିଟ୍ ଏବଂ ଜେଇଇ ପରୀକ୍ଷାକୁ ବିରୋଧ କରି ଏମଏନଆଇଟି କଲେଜ ବାହାରେ କଂଗ୍ରେସ ପକ୍ଷରୁ ଏକ ବଡ ଧରଣର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନରେ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିୟାୱାସଙ୍କ ବ୍ୟତୀତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ପାଳନ କରାଯାଇନଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ କଂଗ୍ରେସର ସମସ୍ତ ବଡ ନେତା ଅଂଶଗ୍ରହଣ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ