ETV Bharat / bharat

ମୋଦି ସରକାରଙ୍କ ବୃହତ ପଦକ୍ଷେପ, ସୌର ଚାଳିତ ହେବ ରେଳ ପ୍ରକଳ୍ପ - ରେଳ ପ୍ରକଳ୍ପ

2030 ସୁଦ୍ଧା ଭାରତୀୟ ରେଳକୁ ସୌରଶକ୍ତି ଚାଳିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ଏବେ 960ରୁ ଅଧିକ ଷ୍ଟେସନକୁ ସୌରଶକ୍ତି ଚାଳିତ କରାଯାଇଛି। ଅଧିକ ପଡନ୍ତୁ...

ମୋଦି ସରକାରର ବୃହତ ପଦକ୍ଷେପ, ସୌର ଚାଳିତ ହେବ ରେଳ ପ୍ରକଳ୍ପ

author img

By

Published : Sep 3, 2020, 9:50 PM IST

ହାଇଦ୍ରାବାଦ: ମୋଦି ସରକାରର ଆଉ ଏକ ବୃହତ ପଦକ୍ଷେପ । 2030 ସୁଦ୍ଧା ଭାରତୀୟ ରେଳକୁ ସୌରଶକ୍ତି ଚାଳିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଏବେ 960ରୁ ଅଧିକ ଷ୍ଟେସନକୁ ସୌରଶକ୍ତି ଚାଳିତ କରାଯାଇଛି ।

ସେହିପରି 51,000 ହେକ୍ଟର ଜମିରେ 20 ଗିଗାୱାଟର ସୌରଶକ୍ତି ଉତ୍ପାଦନ କାରଖାନା ସ୍ଥାପନ କରାଯିବ। ସୌର ଶକ୍ତିର ବ୍ୟବହାର ଭାରତୀୟ ରେଳକୁ ଶୂନ୍ୟ ଅଙ୍ଗାର ନିର୍ଗମନ ରେଳ କରିବ ବୋଲି ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର ।

ପ୍ରତି ଘରେ ମୁକ୍ତ ରନ୍ଧନ ଗ୍ୟାସ ହେଉ ଅବା ବିଷୁଦ୍ଧ ପାନୀୟ ଜଳ ଏହାକୁ କାର୍ଯ୍ୟକ୍ଷମ କରିବାକୁ ମୋଦି ସରକାର ଯୋଜନା ଜାରି ରଖିଛନ୍ତି । ସେହିପରି ଦେଶକୁ ଧୁଆଁ ମୁକ୍ତ କରିବାକୁ ଏହା ମୋଦି ସରକାରର ଆଉ ଏକ ବୃହତ ନିଷ୍ପତ୍ତି ବୋଲି କୁହାଯାଉଛି । ରେଳ ସେବା ସୌରଶକ୍ତି ଚାଳିତ ହେଲେ ବିଦ୍ୟୁତ ବଞ୍ଚିବା ସହ କୋଇଲାର ବ୍ୟବହାର ମଧ୍ୟ କମ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.