ETV Bharat / bharat

ବିହାରରେ ବନ୍ୟା ସ୍ଥିତି: ରେଳ ଧାରଣାରେ ବନ୍ୟା ଜଳ, ଟ୍ରେନଚଳାଚଳ ବାତିଲ

author img

By

Published : Jul 25, 2020, 12:07 PM IST

ବିହାରରେ ପ୍ରବଳ ବର୍ଷା ମଧ୍ୟରେ ନଦୀ ଗୁଡିକ ରୁଦ୍ର ରୂପ ଧାରଣା କରିଛି । ଡ୍ୟାମ ଭାଙ୍ଗିଯିବା କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି । ସାମସ୍ତିପୁରର ରେଳ ବ୍ରିଜ୍ ତଳେ ଲଗାତାର ଜଳ ସ୍ତର ବୃଦ୍ଧି ହେତୁ ବିପଦ ଆହୁରି ବଢିଯାଇଛି ।

ରେଳ ଧାରଣାରେ ବନ୍ୟା ଜଳ
ରେଳ ଧାରଣାରେ ବନ୍ୟା ଜଳ

ପାଟନା: ବିହାରରେ ପ୍ରବଳ ବର୍ଷା ମଧ୍ୟରେ ନଦୀ ଗୁଡିକ ରୁଦ୍ର ରୂପ ଧାରଣା କରିଛି । ଡ୍ୟାମ ଭାଙ୍ଗିଯିବା କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି । ସାମସ୍ତିପୁରର ରେଳ ବ୍ରିଜ୍ ତଳେ ଲଗାତାର ଜଳ ସ୍ତର ବୃଦ୍ଧି ହେତୁ ବିପଦ ଆହୁରି ବଢିଯାଇଛି । ହାୟାଘାଟ ଷ୍ଟେସନ ନିକଟରେ କୋଶୀ ନଦୀରେ ବିପଦ ବଢିବାରେ ଲାଗିଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାମସ୍ତିପୁର ଦରଭଙ୍ଗା ରେଳ ମାର୍ଗରେ ରେଳ ଚଳାଚଳ ବନ୍ଦ କରିବାକୁ ରେଳବିଭାଗ ନିଷ୍ପତ୍ତି ନେଇଛି। ଅନେକ ଟ୍ରେନର ରାସ୍ତା ମଧ୍ୟ ପରିବର୍ତ୍ତନ କରାଯାଇଛି ।

ବନ୍ୟା ପ୍ରଭାବିତ ସାମସ୍ତିପୁର ଓ ଦରଭଙ୍ଗା ମଧ୍ୟରେ ରେଳ ଟ୍ରାକ ପାଖରେ ବନ୍ୟାଜଳ ପହଞ୍ଚିବା ପରେ ଏହି ମାର୍ଗରେ ଟ୍ରେନ୍ ସେବା ବନ୍ଦ ହୋଇଯାଇଛି। ଏହି ସମୟରେ ଅନେକ ଟ୍ରେନର ମାର୍ଗ ବଦଳାଇ ଦିଆଯାଇଛି । ବନ୍ୟା ଯୋଗୁଁ ନରକଟିଆଗଞ୍ଜ-ସୁଗୌଲି ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି।

ଚମ୍ପାରନ୍ ସତ୍ୟଗ୍ରାହ ଏକ୍ସପ୍ରେସ (04010) ଦିଲ୍ଲୀରୁ ବାପୁଧାମ୍ ମୋତିହାରୀକୁ ଯାଉଥିବା ଟ୍ରେନ ଶନିବାର ମୋତିହାରୀ ପରିବର୍ତ୍ତେ ବେତିୟା ଦେଇଯିବ । ସେହିଭଳି 04009 ଟ୍ରେନ୍ ନମ୍ବର ବାପୁଧାମ୍ ମୋତିହାରୀ-ଦିଲ୍ଲୀ ଚମ୍ପାରନ୍ ସତ୍ୟଗ୍ରାହ ଏକ୍ସପ୍ରେସ ମୋତିହାରୀ ବଦଳରେ ଜୁଲାଇ 26 ରେ ବେତୟାରୁ ଛାଡିବ ।

ପ୍ରକାଶଥାଉକି, ବାଗମାଟି, ଘାଘରା, ଗଣ୍ଡକ, ବୁଢୀ ଗଣ୍ଡକ ସମେତ ଅନେକ ନଦୀ ବିହାରରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀର ଜଳ ସ୍ତର ବୃଦ୍ଧି ହେତୁ ବିହାରର 10 ଟି ଜିଲ୍ଲା ବନ୍ୟା ପରିସ୍ଥିତିରେ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.