ନୂଆଦିଲ୍ଲୀ: ରବିବାର ବିହାର ଛପରା ନିକଟରେ ପୁଣି ରେଳ ଦୁର୍ଘଟଣା । ତାପ୍ତି ଗଙ୍ଗା ଏକ୍ସପ୍ରେସର 13ଟି ବଗି ଲାଇନଚ୍ୟୁତ ହୋଇଛି । ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାଯୋଗ୍ୟ, ସକାଳ 9.45 ସମୟରେ ଘଟଣାଟି ଘଟିଥିବାର ସୂଚନାର ମିଳିଛି । ତେବେ ଘଟଣାରେ ମୃତ୍ୟୁ ସମ୍ପର୍କିତ କୌଣସି ଖବର ଆସିନଥିବା ବେଳେ4ଜଣ ଆହତ ହୋଇଥିବା ସୂଚନା ରହିଛି ।
ଗତମାସରେ ମଧ୍ୟ ଦିଲ୍ଲୀରୁ ଆସୁଥିବା ଟ୍ରେନଟି ବିହାରର ବୈଶାଲୀ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 36ଜଣ ଆହତ ହୋଇଥିଲେ ।