ETV Bharat / bharat

ଆସୁଛି ଟ୍ରେନ-19, ଦିଲ୍ଲୀରୁ ମୁମ୍ବାଇ-କୋଲକାତାକୁ ଲାଗିବ ମାତ୍ର 12 ଘଣ୍ଟା - delhi

ଦିଲ୍ଲୀରୁ ମୁମ୍ବାଇ-କୋଲକାତା ଯିବାକୁ ଲାଗିବ 12 ରୁ 14 ଘଣ୍ଟା । ଟ୍ରେନ-19ରେ ରହିଛି ଅନେକ ସୁବିଧା ।

ପ୍ରତିକାତ୍ମକ ଫଟୋ
author img

By

Published : May 29, 2019, 11:16 PM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ମୁମ୍ବାଇ ଓ କୋଲକାତା ଯିବାକୁ ଟ୍ରେନରେ ଲାଗିବନି ଆଉ ବେଶୀ ସମୟ । 12 ରୁ 14 ଘଣ୍ଟା ମଧ୍ୟରେ ପହଞ୍ଚିଯିବେ ଆପଣଙ୍କ ଗନ୍ତବ୍ୟସ୍ଥଳରେ । ଆପଣଙ୍କର ସମୟକୁ ବଞ୍ଚାଇବା ସହ ଗନ୍ତବ୍ୟସ୍ଥଳର ଦୂରତାକୁ କମ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଏକ ନୂଆ ପ୍ଲାନ କରିଯାଇଛି । ଯେଉଁଥିପାଇଁ କମସେ କମ 6 ମାସର ସମୟ ଲାଗିବ । ଏହି ଟ୍ରେନ ସନ୍ଧ୍ୟା ସମୟରେ ଚାଲିବ ଓ ତା ପରଦିନ ସକାଳୁ ପହଞ୍ଚିବ ।

ନୂଆ ସ୍ଲିପର କୋଚ ଟ୍ରେନ-19

ବନ୍ଦେ ବାରତର ସଫଳତା ପରେ ରେଳବିଭାଗ ଏବେ ଏକ ନୂଆ ଟ୍ରେନ-19ର ଉଦ୍ଭାବନ କରିଛି । ଏହା ରାତ୍ରୀ ସମୟରେ ଯାତ୍ରା କରୁଥିବାରୁ ଟ୍ରେନ ଭିତରେ ଚେୟାରକାର ସ୍ଥାନରେ ସ୍ଲିପର କୋଚ ରହିବ । ଯେଉଁଥିରେ ଯାତ୍ରୀମାନେ ଅତି ସହଜରେ ଯାତ୍ରା କରିପାରିବେ । ରାଜଧାନୀ ଏକ୍ସପ୍ରେସ ସ୍ଥାନରେ ଏହି ଟ୍ରେନ ଯାତ୍ରା କରିବ ।

ବାହ୍ୟ ଡିଜାଇନରେ ହେବନି କୌଣସି ପରିବର୍ତ୍ତନ

ଟ୍ରେନ-19ର ବାହାର ଡିଜାଇନରେ କୌଣସି ପରିବର୍ତ୍ତନ ହେବ ନାହିଁ । କେବଳ ଭିତର ଡିଜାଇନରେ ହିଁ ପରିବର୍ତ୍ତନ ଅଣାଯିବ । ଯାତ୍ରୀଙ୍କ ସୁବିଧା ପାଇଁ ଏସି ଥ୍ରୀ ଟାୟାର, ଟୁ ଟାୟାର ଓ ଫାଷ୍ଟ ଏସିର ବ୍ୟବସ୍ଥା ରହିବ ।

ଆଇସିଏଫ ଚେନ୍ନାଇରେ ହେବ ନିର୍ମାଣ

ଟ୍ରେନ 18 ପରି ଏହାର ନିର୍ମାଣ ମଧ୍ୟ ଆଇସିଏଫ ଚେନ୍ନାଇରେ ହେବ । ଏହା ମେକ ଇନ ଇଣ୍ଡିଆକୁ ଆହୁରି ମଜବୁତ କରିବାରେ ସହାୟକ ହେବ । ତେବେ ହମସଫର ଏକ୍ସପ୍ରେସ ପରି ଏଥିରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ରହିବ । ବନ୍ଦେ ଭାରତ ଏକ୍ସପ୍ରେସର ନିର୍ମାଣ ମଧ୍ୟ ଚେନ୍ନାଇରେ ହୋଇଥିଲା ।

ସ୍ପେଶାଲ ଫିଚର୍ସ

ଟ୍ରେନ-19 ପ୍ରତି 160 କିଲୋମିଟର ବେଗରେ ଗଡିବାର ଏହାର କ୍ଷମତା ରହିଛି । ଏହାବ୍ୟତୀତ ଟ୍ରେନ ଭିତରେ ଥିବା ଏକଜୁକ୍ୟୁଟିଭ କ୍ଲାସର ସିଟକୁ ଟ୍ରେନ ଚାଲୁଥିବା ଦିଗ ଅନୁସାରେ ବୁଲାଇ ପାରିବାର ସୁବିଧା ରହିଛି । ଏହାବ୍ୟତୀତ ଲୋକ ପାଇଲଟ ବସିବା ପାଇଁ ଏୟାରୋଡାଇନୋମିକ ନୋଜ ତିଆରି କରାଯାଇଛି । ଟ୍ରେନରେ ଓ୍ବାଇ-ଫାଇ, ଜିପିଏସ ପାସେଞ୍ଜର ଇମ୍ଫୋଟେନମେଣ୍ଟ ସିଷ୍ଟମ, ଅଟୋମେଟିକ ଡୋର ଓ ଏଲଇଡି ଲାଇଟର ବ୍ୟବସ୍ଥା ରହିଛି । ଟ୍ରେନର ପ୍ରତ୍ୟେକଟି କୋଚରେ ସିସିଟିଭିର ବ୍ୟବସ୍ଥା କରାଯାଇଛି ।
ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ଅନେକ ସୁବିଧା ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.