ETV Bharat / bharat

ସଠିକ ଡାଏଟ: ପାରମ୍ପରିକ ଭାରତୀୟ ଖାଦ୍ୟ ନା ସାଲାଡ?

ସଠିକ ଡାଏଟ ସ୍ଥିର କରିବା ସମସ୍ତଙ୍କ ପାଇଁ ସମସ୍ୟା ହୋଇଥାଏ । କେଉଁଟା ଉପଯୁକ୍ତ ଏବଂ କଣ ଖାଇଲେ ପ୍ରୋଟିନ ମିଳିବ । ଅଧିକ ପଢନ୍ତୁ...

ସଠିକ ଡାଏଟ: ପାରମ୍ପରିକ ଭାରତୀୟ ଖାଦ୍ୟ ନା ସାଲାଡ?
ସଠିକ ଡାଏଟ: ପାରମ୍ପରିକ ଭାରତୀୟ ଖାଦ୍ୟ ନା ସାଲାଡ?
author img

By

Published : May 4, 2020, 8:10 PM IST

ହାଇଦ୍ରାବାଦ: ଫିଟ୍ ରହିବା ସମସ୍ତଙ୍କ ଲକ୍ଷ୍ୟ । ବିଶେଷ କରି ଆଜିର ଯୁବପିଢି ପାଇଁ ଏହା ପ୍ରାଥମିକତା । ତେବେ ଫିଟ୍ ରହିବା ଆମ ଖାଦ୍ୟ ପଦ୍ଧତି ଉପରେ ନିର୍ଭର କରେ । ପ୍ରୋଟିନ ଓ ଶକ୍ତି ଯୋଗାଉଥିବା ଖାଦ୍ୟ ହିଁ ଆମକୁ ସୁସ୍ଥ ରଖିବା ସହ ଓଜନ ହ୍ରାସରେ ସାହାଯ୍ୟ କରିଥାଏ ।

ତେବେ ଏହି ସଠିକ ଡାଏଟ ସ୍ଥିର କରିବା ସମସ୍ତଙ୍କ ପାଇଁ ସମସ୍ୟା ହୋଇଥାଏ । କେଉଁଟା ଉପଯୁକ୍ତ ଏବଂ କଣ ଖାଇଲେ ପ୍ରୋଟିନ ମିଳିବ । ଏହାସହ ସେହି ଖାଦ୍ୟ ଆମ ଓଜନ କମିବାରେ ସାହାଯ୍ୟ କରିବ କି ନାହିଁ । ପୁଣି ଅଧିକ ଖାଇଲେ ଓଜନ ବଢିବାର ଚିନ୍ତା । ଏସବୁ ଦୃଷ୍ଟିରୁ ବିଶେଷଜ୍ଞମାନେ ସାଲାଡକୁ ଏକ ଉପଯୁକ୍ତ ଡାଏଟ ବୋଲି ପରାମର୍ଶ ଦେଇଛନ୍ତି । ଯାହାକୁ ଅଧିକାଂଶ ଲୋକ ଫଲୋ କରିଥାନ୍ତି । କିନ୍ତୁ ସମୟ ଅନୁସାରେ ସାଲାଡର ଫଳ ଓ ପରିବାର ରେଟ ବଢିଥାଏ ତ କେତେବେଳେ ଏହା ଉପଲବ୍ଧ ନଥାଏ । ବିଶେଷ କରି ଲକଡାଉନ ଭଳି ସମୟରେ ଏହା ସବୁବେଳେ ମିଳିବା ବା ଖାଇବା ସମ୍ଭବ ନୁହେଁ ।

ତେଣୁ ଆଜି ଆମେ ଆପଣଙ୍କୁ ବତାଇବୁ କିଛି ଦେଶୀ ପାରମ୍ପରିକ ଖାଦ୍ୟ । ଯାହା କେବଳ ଆପଣଙ୍କୁ ଶକ୍ତି ଦେବନି ବରଂ ଉପଯୁକ୍ତ ପ୍ରୋଟିନ ମଧ୍ୟ ଯୋଗାଇବ । ଦେଶୀ ଖାଦ୍ୟ ଦ୍ବାରା ଡାଏଟ କେବେ ବି ଆପଣ ଭାବିନଥିବେ । ସବୁଠାରୁ ବଡ କଥା ଏହାଦ୍ବାରା ଆପଣଙ୍କ ଓଜନ ମଧ୍ୟ ହ୍ରାସ ପାଇବ । ଆସନ୍ତୁ ଜାଣିବା ସାଲାଡ ଓ ଦେଶୀ ଖାଦ୍ୟ ମଧ୍ୟରେ ଶରୀର ପାଇଁ କିଏ କେତେ ଉପକାରୀ ।

ସାଲାଡ- ଏହାଦ୍ବାରା ଆପଣ ନିଶ୍ଚୟ ପ୍ରୋଟିନ ପାଇବେ । ଏଥିରେ ଫାଇବର ଓ ମାଇକ୍ରୋନ୍ୟୁଟ୍ରିଏଣ୍ଟସ ଅଧିକ ଥାଏ । ତେବେ ସବୁବେଳେ ଏହା ଖାଇବା ଦ୍ବାରା ଶରୀରରେ ପ୍ରୋଟିନ କମ ପରିମାଣରେ ରହିଥାଏ । ଏଥିରୁ ମିଳୁଥିବା ପ୍ରୋଟିନ ଶରୀରର ଅଭିବୃଦ୍ଧି ଏବଂ ନିୟମିତ ପରିଚାଳନା ପାଇଁ ଯଥେଷ୍ଟ ନୁହେଁ । ଡାଏଟ ଚାଟରେ କେବଳ ସାଲାଡ ଫଲୋ କରୁଥିବା ଲୋକଙ୍କର ମେଟାବୋଲିଜିମ ହ୍ରାସ ପାଇଥାଏ । ଏହା ଓଜନ ବୃଦ୍ଧିରେ ସାହାଯ୍ୟ କରେ । କେବଳ ସବୁଜ ପନିପରିବାରେ ଏହା ତିଆରି ହେଉଥିବାରୁ ଏଥିରେ ଚିକେନ ଓ ଅଣ୍ଡାର ପ୍ରୋଟିନ ମିଳିନଥାଏ । ଏହି ଆମିଷ ଖାଦ୍ୟ ଶରୀରରେ ମେଟାବୋଲିଜିମ ବଢାଇଥାଏ ଯାହା ସାଲାଡରେ ମିଳିନଥାଏ ।

ଦେଶୀ ଖାଦ୍ୟ- ଭାରତୀୟ ଦେଶୀ ଖାଦ୍ୟରେ ଅନେକ ବିବିଧତା ରହିଛି । ଦେଶବ୍ୟାପୀ ସମସ୍ତ ରାଜ୍ୟରେ ଲୋକଙ୍କ ଭିନ୍ନ ପସନ୍ଦ ଯୋଗୁଁ ଖାଇବାରେ ମଧ୍ୟ ଅଲଗା ଅଲଗା ଆଇଟମ ନଜର ଆସେ । ଭାରତୀୟ ଖାଦ୍ୟରେ ଆୟୁର୍ବେଦର ଅଧିକ ଭୂମିକା ରହିଛି । ପାରମ୍ପରିକ ଖାଦ୍ୟର ମସଲାରେ ମଧ୍ୟ ପୁରୁଣାକାଳିଆ ଚେରମୂଳି ଜାତୀୟ ଦ୍ରବ୍ୟର ବ୍ୟବହାର ହୁଏ ଯାହା ଖାଦ୍ୟର ସ୍ବାଦ ବଢାଇବା ସହ ଶରୀରକୁ ଶକ୍ତି ଯୋଗାଇଥାଏ । ପରେ ଆମ ଖାଦ୍ୟରେ ମୋଗଲ ସମ୍ରାଟଙ୍କ ଖାଦ୍ୟର କିଛି ଢାଞ୍ଚା ମିଶିଥିଲା । ଏଥିରେ ଗଛ ଜାତୀୟ ନ୍ୟୁଟ୍ରିଣ୍ଟେସ ସହ ପ୍ରାଣୀଙ୍କ ପ୍ରୋଟିନ ମଧ୍ୟ ମିଳିଲା ।

ସମସ୍ତ ପ୍ରକାର ଭାରତୀୟ ଖାଦ୍ୟରେ ଦେଶୀ ସାମଗ୍ରୀର ଅଧିକ ମିଶ୍ରଣ ଥାଏ । ତେଲ, ମସଲା ମଧ୍ୟ ନିଜ ହାତ ତିଆରି ହୋଇଥାଏ । ଫଳରେ ଏସବୁ ଖାଦ୍ୟ ହଜମରେ ଅଧିକ ସାହାଯ୍ୟ କରିବା ସହ ଶରୀରକୁ ଶକ୍ତି ଓ ପ୍ରୋଟିନ ଯୋଗାଇଥାଏ । ଭାତ, ଡାଲି ଜାତୀୟ ଖାଦ୍ୟ, ସନ୍ତୁଳା, ମାଛ, ଘାଣ୍ଟ, ଶାଗ, ରୁଟି ପ୍ରଭୃତି ପାରମ୍ପରିକ ଖାଦ୍ୟରେ ପ୍ରୋଟିନର ପରିମାଣ ସାଲାଡରୁ ଅଧିକ ଥାଏ । ଏହାସହ ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଅଧିକ ଥାଏ ଯାହା ଖାଦ୍ୟରେ ବିଶୁଦ୍ଧର ମାତ୍ରା ବଢାଇଥାଏ । ଏହି ଖାଦ୍ୟ ସଠିକ ମାତ୍ରାରେ ଖାଇବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ । ତେଣୁ ଏସବୁ ଖାଦ୍ୟକୁ କେବେ ହେଲେ ସାଲାଡ ରିପ୍ଲେସ କରିପାରିବ ନାହିଁ । ସାଲାଡ ବେଳେ ବେଳେ ଖାଇହେବ କିନ୍ତୁ ଏହି ଖାଦ୍ୟ ସବୁଦିନ ଖାଇବା ଆମ ପାଇଁ ଉପକାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.