ETV Bharat / bharat

କୋରୋନା କବଜାରେ ଦକ୍ଷିଣ କୋରିଆ, ଆକ୍ରାନ୍ତଙ୍କ ସଂଖ୍ୟା 1146 - ଦକ୍ଷିଣ କୋରିଆ

ବ୍ୟାପୁଛି କୋରୋନା । ଚାଇନା ପରେ ଦକ୍ଷିଣ କୋରିଆରେ ଆତଙ୍କ ରଚାଇଛି ଏହି ମାରାତ୍ମକ କୋରୋନା ଭୂତାଣୁ । ଦକ୍ଷିଣ କୋରିଆରେ 1146 ଜଣ କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବାବେଳେ 11 ଜଣଙ୍କ ମୃତ୍ୟୁ ଘଟିଛି । ଆଗକୁ ପଢନ୍ତୁ..

coronavirus in South Korea
coronavirus in South Korea
author img

By

Published : Feb 26, 2020, 12:47 PM IST

ସିଓଲ: ଚାଇନା ଓ ଇଟାଲୀ ପରେ ଏବେ ଦକ୍ଷିଣ କୋରିଆରେ କାୟା ବଢାଉଛି କୋରୋନା । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ନୂତନ ଭାବେ 169 ଜଣ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଦକ୍ଷିଣ ପୂର୍ବ ସହରର ଡେଗୁ ଏବଂ ତାହାର ଆଖପାଖ ଅଞ୍ଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଯଦି ଦେଖାଯାଏ, ତେବେ ସମୁଦାୟ 1146 ଜଣ କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ଦେଶରେ ଆକ୍ରାନ୍ତଙ୍କ ମଧ୍ୟରୁ 11 ଜଣଙ୍କ ମୃତ୍ୟୁ ଘଟିଛି । ଏବେ ମଧ୍ୟ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । ଡେଗୁ ଚର୍ଚ୍ଚ ଓ ତାହାର ଆଖପାଖ ଅଞ୍ଚଳରେ ଅଧିକାଂଶ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ସେପଟେ ବର୍ତ୍ତମାନ ସୁଦ୍ଧା ଚାଇନାରେ ମାରାତ୍ମକ କୋରୋନା ଅର୍ଥାତ COVID-19 ବଳୟରେ 78 ହଜାର 64 ଜଣ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହି ଆକ୍ରାନ୍ତଙ୍କ ସଂଖ୍ୟା 80 ହଜାର ଅତିକ୍ରମ କରିସାରିଥିବା ଅନୁମାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.