ETV Bharat / bharat

ଏବେସୁଦ୍ଧା ଦେଶରେ ହୋଇଛି 38,37,207 କୋରୋନା ପରୀକ୍ଷା: ICMR

ଗତ 24 ଘଣ୍ଟାରେ 100180 ଲୋକଙ୍କର କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 38 ଲକ୍ଷ 37 ହଜାର 207 ଲୋକଙ୍କର କୋରୋନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସୂଚନା ଦେଇଛନ୍ତି ।

_icmr
ଏବେସୁଦ୍ଧା ଦେଶରେ 3837207 ଲୋକଙ୍କ କୋରୋନା ପରୀକ୍ଷା କରାଯାଇଛି
author img

By

Published : Jun 1, 2020, 11:16 AM IST

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ଦେଶରେ 8 ହଜାରରୁ ଉର୍ଦ୍ଧ୍ବ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଗତ 24 ଘଣ୍ଟାରେ 100180 ଲୋକଙ୍କର କୋରୋନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ 38 ଲକ୍ଷ 37 ହଜାର 207 ଲୋକଙ୍କର କୋରୋନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସୂଚନା ଦେଇଛନ୍ତି ।

ଏପଟେ ସମଗ୍ର ବିଶ୍ବରେ କୋରୋନା ଦୃଷ୍ଟିରୁ ଭାରତ 9ମ ସ୍ଥାନରେ ଥିବାବେଳେ ଏହି ସଂଖ୍ୟା ହ୍ରାସ ପାଇ ଭାରତ ଏବେ ସପ୍ତମ ସ୍ଥାନରେ ରହିଛି । କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ କୋରୋନା ଗାଇଡଲାଇନ ଜାରି ହୋଇଛି । ସମସ୍ତ ରାଜ୍ୟର ରେଡ୍ ଜୋନ ଅଞ୍ଚଳରେ ଜୁନ 30 ଯାଏଁ ଲକଡାଉନକୁ ବଳବତ୍ତର ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉକି, ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 90 ହଜାର 535 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ 5394 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.