ETV Bharat / bharat

ଏଯାବତ୍ ଦେଶରେ ହୋଇଛି 10,25,23,469 କୋରୋନା ଟେଷ୍ଟ: ICMR - ଆଇସିଏମଆର

ଶନିବାର ଦେଶରେ 11 ଲକ୍ଷ 40 ହଜାର 905 କୋରୋନା ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏଯାବତ୍ ଦେଶରେ 10କୋଟି 25 ଲକ୍ଷ 23 ହଜାର 469 କୋରୋନା ପରୀକ୍ଷା କରାଯାଇଛି । ଅଧିକ ପଢନ୍ତୁ...

ଏଯାବତ୍ ଦେଶରେ ହୋଇଛି  10,25,23,469 କୋରୋନା ଟେଷ୍ଟ

author img

By

Published : Oct 25, 2020, 12:03 PM IST

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । କିନ୍ତୁ ସ୍ବାସ୍ଥ ବିଭାଗ ପକ୍ଷରୁ ଏବେବି ଲକ୍ଷାଧିକ କୋରୋନା ଟେଷ୍ଟ ଜାରି ରହିଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ଶନିବାର ଦେଶରେ 11ଲକ୍ଷ 40 ହଜାର 905 କୋରୋନା ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ଏଯାବତ୍ ଦେଶରେ 10କୋଟି 25 ଲକ୍ଷ 23 ହଜାର 469 କୋରୋନା ପରୀକ୍ଷା କରାଯାଇଛି ।

ଅନ୍ୟଦେଶ ତୁଳନାରେ କୋଭିଡ ଟେଷ୍ଟିଂ ମାମଲାରେ ଭାରତ ଆଗୁଆ ରହିଛି । ଯାହାଦ୍ବାରା ଭାରତ ଭଳି ଜନବହୁଳ ଦେଶରେ ଟେଷ୍ଟିଂ ଦ୍ବାରା କୋରୋନା ସଂକ୍ରମଣ କମ କରାଯାଇପାରିଛି । ପ୍ରକାଶ ଥାଉକି, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରିପୋର୍ଟ ମୁତାବିକ, 24 ଘଣ୍ଟାରେ ଦେଶରେ 50,129 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 578 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 78 ଲକ୍ଷ 64 ହଜାର 811ରେ ପହଞ୍ଚିଛି ।

24 ଘଣ୍ଟାରେ 62,077 ଆକ୍ରାନ୍ତ ସୁସ୍ଥ ସହ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା 70 ଲକ୍ଷ 78 ହଜାର 123ରେ ପହଞ୍ଚିଛି । ସେହିପରି ଗୋଟିଏ ଦିନରେ 12,526 ଆକ୍ରାନ୍ତ ଆକ୍ଟିଭ ଥିବାବେଳେ ଦେଶରେ ଏଯାବତ୍ 6 ଲକ୍ଷ 68 ହଜାର 154 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 1 ଲକ୍ଷ 18 ହଜାର 534 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.