1-ଦେଶରେ ଗୋଟିଏ ଦିନରେ 54,044 କୋରୋନା ଆକ୍ରାନ୍ତ, 717 ମୃତ
ପୂର୍ବ ଅପେକ୍ଷା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବାବେଳେ, ଏବେ ମଧ୍ୟ ପ୍ରତ୍ୟେକ ଦିନ 50 ହଜାରରୁ ଅଧିକ ପଜିଟିଭ ରିପୋର୍ଟ ହେଉଛି ।
2-ଘାଟିକୁ ଖସିଲା ଯାତ୍ରୀବାହୀ ବସ୍: 5 ମୃତ, 35 ଆହତ
ମହାରାଷ୍ଟ୍ରର କୋଣ୍ଡାଇବାରୀରେ ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ । 30ରୁ 40 ଫୁଟ ତଳକୁ ଖସିଲା ସୁରଟକୁ ଯାଉଥିବା ବସ। ଦୁର୍ଘଟଣାରେ 5 ମୃତ, 35 ଗୁରୁତର ଆହତ। ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି।
3-ଦୁର୍ଗାପୂଜା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ, ବାହାରୁ ଆସିଲେ 100 ଅଫିସର
ଚଳିତବର୍ଷ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପୂଜା କରାଯିବ। ସେହିପରି ମଣ୍ଡପ ଆଗରେ ଯେପରି ଭିଡ଼ ନଜମେ,ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
4-ପୂର୍ବ ଶତ୍ରୁତାରୁ ତୀର ମାଡ, ଜଣେ ମୃତ
ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୀର ମାଡରେ ଜଣଙ୍କ ମୃତ୍ୟୁ ।
5-ପୋଲିସ ମୁଖ୍ୟାଳୟରେ ପୋଲିସ ଶହୀଦ ଦିବସ ପାଳି
୬୧ତମ ରାଜ୍ୟ ସ୍ତରୀୟ ପୋଲିସ ଶହୀଦ ଦିବସ ପାଳିତ । ପୋଲିସ ମୁଖ୍ୟାଳୟରେ ପାଳନ ହେଲା ଦିବସ । ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୋଲିସ ଡିଜି।
6-ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଲାଲ୍ତାଣ୍ଡବ, ଜଣେ ମୃତ ଓ ଦୁଇ ଗୁରୁତର
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଥମୁନି ମାଓବାଦୀଙ୍କ ଉପଦ୍ରବ । ମାଓବାଦୀଙ୍କ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।
7-କଳାହାଣ୍ଡିରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଘଟଣାକୁ ନେଇ ପ୍ରୋଗ୍ରେସିଭ ୟୁଥ୍ ଅଫ କଳାହାଣ୍ଡି ସଂଗଠନ ତରଫରୁ ଭବାନୀପାଟଣା ଗାନ୍ଧୀ ଛକଠାରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ ।
8-ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା, ତୀବ୍ରତା 4.2
ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ରିକ୍ଟର ସ୍କେଲରେ ତୀବ୍ରତା 4.2 ରେକର୍ଡ। କ୍ଷୟକ୍ଷତିର ସଠିକ୍ ପରିମାଣ ମିଳିପାରି ନାହିଁ।
9-ରାସ୍ତା ମରାମତି ପାଇଁ ଦଶ ଦିନର ମହଲତ ଦେଲା ନଗର କଂଗ୍ରେସ
ଖାଲ ଖମାରେ ପୁରି ରହିଛି ଖୋର୍ଦ୍ଧା ସହରର ରାସ୍ତା । ରାସ୍ତା ମରାମତି ପାଇଁ ଦଶ ଦିନର ମହଲତ ଦେଲା ନଗର କଂଗ୍ରେସ । ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ।
10-ବେଗୁନିଆ ପ୍ରଶାସନ ପକ୍ଷରୁ ମାସ୍କ ଚେକିଂ କଡାକଡି
ଖୋର୍ଦ୍ଧାରେ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ରୋକିବାକୁ ପ୍ରଶାସନର ପଦକ୍ଷେପ । ବେଗୁନିଆ ପୋଲିସ ପକ୍ଷରୁ ମାସ୍କ ଚେକିଂ କଡାକଡି କରାଯାଇଛି ।