ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - TOP NEWS

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 10, 2020, 9:11 PM IST

1.ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ 565 ଆକ୍ରାନ୍ତ ସୁସ୍ଥ

ଶୁକ୍ରବାର 25ଟି ଜିଲ୍ଲାରେ 565 ଜଣ ସୁସ୍ଥ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ 185 ଜଣ ସୁସ୍ଥ ହୋଇଛନ୍ତି ।

2.2015-16 ବର୍ଷ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ

ଘୋଷଣା ହୋଇଛି 2015-16 ବର୍ଷ ପାଇଁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା । ଶୁକ୍ରବାର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ଘୋଷଣା କରାଯାଇଛି ।

3.ହରିଦାସପୁର-ପାରାଦ୍ବୀପ ରେଳ ଲାଇନ ଶ୍ରେୟ ପାଇଁ ଟଣାଓଟରା

କେନ୍ଦ୍ରାପଡାର ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା ସୋସିଆଲ ମିଡ଼ିଆରେ ହରିଦାସପୁର ଓ ପାରାଦୀପ ରେଳ ପ୍ରକଳ୍ପକୁ ନେଇ ଦେଇଥିବା ପ୍ରତିକ୍ରିୟାକୁ ନେଇ ବିଜେଡିର ଦୁଇ କେନ୍ଦ୍ରାପଡା ବିଧାୟକ ପ୍ରେସମିଟ୍ ।

4.ସାଳନ୍ଦୀ ନଦୀରେ ବନ୍ୟା ଜଳ, ଭଦ୍ରକର ତଳିଆ ଅଞ୍ଚଳରେ ଲୋକେ ହନ୍ତସନ୍ତ

ତିହିଡି ବ୍ଲକ ଦେଇ ପ୍ରବାହିତ ସାଳନ୍ଦୀ ନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଭଦ୍ରକ ବ୍ଲକର ବିଲଣା, ବାରୋ ଓ କାଁପଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇଛି ।

5.ଶକ୍ତିକ୍ଷେତ୍ରକୁ ସ୍ବାଭାବିକ କରିବା ଦିଗରେ କେନ୍ଦ୍ରର ସହଯୋଗ ଲୋଡିଲେ ଶକ୍ତିମନ୍ତ୍ରୀ

ରାଜ୍ୟରେ ଶକ୍ତି ବିତରଣ କ୍ଷେତ୍ର କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇ ଆସିଛି । ସେସବୁ ସତ୍ତ୍ବେ ଏହି କ୍ଷେତ୍ରରେ ସଂସ୍କାର ଆଣି ଗୁଣାତ୍ମକ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି ।

6.କୋଭିଡ ପରିଚାଳନା ନେଇ ଭିଡିଓ କନଫରେନ୍ସିଂରେ ଗଞ୍ଜାମ ଜିଲ୍ଲାପାଳଙ୍କ ବୈଠକ

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି ।

7.ବିକାଶ ଦୁବେ ଏନକାଉଣ୍ଟର ମାମଲା, ଗୋରୁପୋଲ ସାମ୍ନାକୁ ଆସିବା ଯୋଗୁଁ ଘଟିଥିଲା ଦୁର୍ଘଟଣା

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଥିବା ଏସଟିଏଫ ଗାଡି ସାମ୍ନାରେ ଗୋରୁପଲ ଆସିବା ଯୋଗୁଁ ଏସୟୁଭି ଓଲଟି ପଡିଥିଲା ବୋଲି ଶୁକ୍ରବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଏସଟିଏଫ ।

8.ସମସ୍ତ ଚିନୁକ୍ ଓ ଆପାଚେ ହେଲିକପ୍ଟର ବାୟୁସେନାକୁ ହସ୍ତାନ୍ତର କଲା ବୋଇଙ୍ଗ

ଶୁକ୍ରବାର ସମସ୍ତ AH-64E ଆପାଚେ ଏବଂ CH-47F(I) ଚିନୁକ୍ ସାମରିକ ହେଲିକପ୍ଟର ଭାରତୀୟ ବାୟୁସେନାରେ ସାମିଲ ହୋଇଛି ।ଭାରତୀୟ ବାୟୁସେନାକୁ ଏହି ହେଲିକପ୍ଟର ପଠାଇଥିବା ସୂଚନା ଦେଇଛି ।

9.ଭାରତ-ଚୀନ ସୀମା ବିବାଦକୁ ନେଇ ଏଭଳି କହିଲେ ଚୀନ ରାଷ୍ଟ୍ରଦୂତ

ଭାରତ ଓ ଚୀନ ପରସ୍ପରର ଶତ୍ରୁ ହେବା ବଦଳରେ ପରସ୍ପରର ସହଯୋଗୀ ହେବା ଉଚିତ । ଦୁଇଦେଶ ମଧ୍ୟରେ ଉତ୍ତେଜନା ବଦଳରେ ଶାନ୍ତି ରହିବା ଆବଶ୍ୟକ ବୋଲି ଭାରତ ସ୍ଥିତ ଚୀନ ରାଷ୍ଟ୍ରଦୂତ ସନ୍‌ ୱେଦୋଙ୍ଗ

10.ଜନ୍ମଦିନରେ ଗାଭାସ୍କରଙ୍କ ବଡ ଘୋଷଣା, 35 ଶିଶୁଙ୍କ ହାର୍ଟ ସର୍ଜରୀ ଖର୍ଚ୍ଚ ବହନ କରିବେ

ଜନ୍ମଦିନରେ 35 ଶିଶୁଙ୍କୁ ଜୀବନ ଉପହାର ଦେଲେ ସୁନୀଲ ଗାଭାସ୍କର । ହାର୍ଟ ସର୍ଜରୀର ସମସ୍ତ ଖର୍ଚ୍ଚ କରିବେ ବହନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.