ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର... - ବର୍ତ୍ତମାନର ମୁଖ୍ୟ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 9 AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...
author img

By

Published : Oct 8, 2020, 9:05 AM IST

1-ବାୟୁସେନା ଦିବସ: ଥରିବେ ଶତ୍ରୁ, ପରାକ୍ରମ ଦେଖାଇବେ ବାୟୁବୀର

ବାୟୁସେନା ଦିବସ ଅବସରରେ ହିଣ୍ଡନ ଏୟାରବେସରେ ସ୍ବଦେଶୀ ଯୁଦ୍ଧ ବିମାନ, ତେଜସ ମଧ୍ୟ ରାଫେଲ ସହ ପ୍ଲାଇ ପାଷ୍ଟ କରିବ। ଏହା ବ୍ୟତୀତ ସୁଖୋଇ, ମିଗ-29, ମିରାଜ 2000 ଏବଂ ଜାଗୁଆର ମଧ୍ୟ ଆକାଶରେ ଭାରତ ବାୟୁ ଶକ୍ତିର ପରିଚୟ ଦେବେ ।

2-ବିରଜା ରଥଯାତ୍ରା ମାମଲା: ଆଜି ହାଇକୋର୍ଟରେ ଶୁଣାଣି

ବିରଜା ରଥଯାତ୍ରା ମାମଲା । ଆଜି ହାଇକୋର୍ଟରେ ହେବ ଶୁଣାଣି । ହୋଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

3-ବିପଦମୁକ୍ତ ହେଲା ପେଟ୍ରୋଲ ପମ୍ପ ଅଞ୍ଚଳ, ସୂଚନା ଦେଲେ ଅଗ୍ନିଶମ ଡିଜି

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ । ଟ୍ବିଟ୍ କରି ସୂଚନା ଦେଲେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ।

4-ଆଇପିଏଲ 2020 : ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ 10ରନ୍‌ରେ ମାତ୍‌ ଦେଲା କୋଲକାତା

ଆଇପିଏଲର 21ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ 10ରନ୍‌ରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିବା କେକେଆରର ରାହୁଲ ତ୍ରିପାଠୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି । ବିଜୟ ପରେ କେକେଆର 6ପଏଣ୍ଟ ସହ ପଏଣ୍ଟ ଟେବୁଲରେ 3ୟ ସ୍ଥାନରେ ରହିଛି ।

5-ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ଟିମ ଗଠନ କରାଯାଇଛି।

6-କିପରି ରହିବ ପେନ୍ସ-ହାରିସ୍ ବିତର୍କ

ରାଷ୍ଟ୍ରପତି ନିର୍ବାଚନ ବେଳେ ବହୁତ କମ୍ କ୍ଷେତ୍ରରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କ ଗୁରୁତ୍ବ ବହନ କରିଥାଏ। କିନ୍ତୁ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ଏବଂ ତାଙ୍କର ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନ ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବାକୁ ଉଦ୍ୟମ କରୁଥିବାରୁ ଏଥର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ହେବାକୁ ଯାଉଥିବା ବିତର୍କର ଗୁରୁତ୍ବ ବଢିଯାଇଛି ।

7-ଆମେରିକା ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କର ମୁଖ୍ୟ ପ୍ରସଙ୍ଗ

ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନଙ୍କ ମଧ୍ୟରେ ଗତ ସପ୍ତାହର ଜାତୀୟ ବିତର୍କ ପରେ ବୁଧବାର ରାତିରେ ବିତର୍କ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଉପ ରାଷ୍ଟ୍ରପତି ପଦ ପାଇଁ ଲଢୁଥିବା ଦୁଇ ପ୍ରାର୍ଥୀ ମାଇକ ପେନ୍ସ ଓ କମଳା ହାରିସ୍।

8-ଭୂତାଣୁ କବଳରୁ ଟ୍ରମ୍ପ୍‌ଙ୍କ ଆରୋଗ୍ୟଲାଭ ସମୟରେ ଉନ୍ମୁକ୍ତ ହେବ ପେନ୍‌ସ-ହାରିସ୍‌ ବିତର୍କ

ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ ଏବଂ ତାଙ୍କ ଡେମୋକ୍ରାଟିକ୍‌ ଦଳ ପ୍ରତିଦ୍ବନ୍ଦ୍ବୀ ତଥା କାଲିଫର୍ଣ୍ଣିଆ ସିନେଟର କମଲା ହାରିସ୍‌ଙ୍କ ମଧ୍ୟରେ ବୁଧବାର ଦିନ ଆୟୋଜିତ ବିତର୍କରେ, ଦେଶ ସମ୍ମୁଖୀନ ହୋଇଥିବା ବିଭିନ୍ନ ସଂକଟ ସଂପର୍କରେ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପିତ ହେବ । ତେବେ ଗତ ସପ୍ତାହରେ କୋରୋନାଭାଇରସ୍‌ ସଂକ୍ରମିତ ବୋଲି ପରୀକ୍ଷଣରୁ ଜଣାପଡ଼ିବା ପରେ କିଛି ଦିନ ହସ୍‌ପିଟାଲରେ ବିତାଇ ଆରୋଗ୍ୟଲାଭ କରିଥିବା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌କୁ ଫେରିଆସିବା ସମୟରେ ଏହି ବିତର୍କ ଆରମ୍ଭ ହେବାକୁ ଯାଉଛି ।

9-ଆମେରିକା ଉପରାଷ୍ଟ୍ରପତି ବିତର୍କ: ପେନ୍ସ ଓ ହାରିସ ମଧ୍ୟରେ ରହିବ ପ୍ଲେକ୍ସିଗ୍ଲାସ

ପ୍ଲେକ୍ସିଗ୍ଲାସ ବ୍ୟାରିୟର ପ୍ରତିଷ୍ଠା ପ୍ରସ୍ତାବକୁ ନେଇ ଉଭୟ ପେନ୍ସ ଓ ହାରିସ କ୍ୟାମ୍ପରେ ମତଭେଦ ଦେଖାଦେଇଥିଲା। ପ୍ଲେକ୍ସିଗ୍ଲାସ ସ୍ଥାପନ ପ୍ରସ୍ତାବକୁ ହ୍ୟାରିସଙ୍କ ଟିମ ସମର୍ଥନ କରିଥିବା ବେଳେ ପେନ୍ସ ଏହାକୁ ବିରୋଧ କରିଥିଲେ।

10-ଘରୋଇ ଟ୍ରେନ ଚଳାଚଳ ପ୍ରସଙ୍ଗ: ୧୫ କମ୍ପାନୀ ପକ୍ଷରୁ ମିଳିଛି ୧୨୦ ଆବେଦନ

ଦେଶରେ ଘରୋଇ ଯାତ୍ରୀବାହୀ ଟ୍ରେନ ଚଳାଇବା ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଜୋରସୋର । ଘରୋଇ ଟ୍ରେନ୍ ଚଲାଇବା ଲାଗି ୧୫ କମ୍ପାନୀ ଆଗ୍ରହ ଦେଖାଇଛନ୍ତି । ୧୨୦ଟି ଆବେଦନ କରିଥିବା ଭାରତୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.