ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@ 7PM

ନଜର ପକାନ୍ତୁ NEWS@ 7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 15, 2020, 7:03 PM IST

1.ରାଜଧାନୀରେ କମୁଛି କୋରୋନା ସଂକ୍ରମଣ, ଆଜି 253 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବରରେ ଆଜି 253 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟିନ ସେଣ୍ଟର ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି ।

2.ଆସନ୍ତା 19ରେ ଆଉ ଏକ ଲଘୁଚାପ ! ପ୍ରବଳ ବର୍ଷା ସମ୍ଭାବନା

ନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା 19ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

3.ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, DNA ଟେଷ୍ଟ ପାଇଁ ପହଞ୍ଚିଲେ ନିଖୋଜ ସୀମାଞ୍ଚଳଙ୍କ ପରିବାର

ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣ ଦୁର୍ଘଟଣାରେ ନିଖୋଜ ସୀମାଞ୍ଚଳଙ୍କ ବାପା ଓ ମା’ ଡିଏନଏ ଟେଷ୍ଟ ପାଇଁ କ୍ୟାପିଟାଲ ଥାନାରେ ପହଞ୍ଚିଛନ୍ତି ।

4.ବଗଲା ଧର୍ମଶାଳା ଜମି ଦୁର୍ନୀତି ପ୍ରସଙ୍ଗ: 2ରେ ଶୁଣାଣି, ଜବାବ ରଖିବେ ରାଜ୍ୟ ସରକାର

ହାଇକୋର୍ଟରେ ବଗଲା ଧର୍ମଶାଳା ମାମଲାର ଶୁଣାଣି । ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନଭେମ୍ବର୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

5.ଜନ୍ତରମନ୍ତରରେ ଆନ୍ଦୋଳନ କରିବେ ଦିଲ୍ଲୀ ଡାକ୍ତର

ଦିଲ୍ଲୀର ଏମସିଡି ଡାକ୍ତରଖାନାର ଡାକ୍ତର ଅନେକ ମାସ ଧରି ଦରମା ପାଇନାହାଁନ୍ତି । ତିନୋଟି ଡାକ୍ତରଖାନାର ଡାକ୍ତରମାନେ ଦରମା ପାଇ ନଥିବାରୁ ସାଙ୍କେତିକ ପ୍ରତିବାଦ କରିଆସୁଥିଲେ ।

6.ବର୍ଷା ବିତ୍ପାତ: ତେଲେଙ୍ଗାନାରେ 5000 କୋଟିର କ୍ଷତି, କେନ୍ଦ୍ରକୁ ସହାୟତା ମାଗିଲେ KCR

ବର୍ଷା ବିତ୍ପାତରେ ତେଲେଙ୍ଗାନା ଓ ରାଜଧାନୀ ହାଇଦ୍ରାବାଦରେ ପାଖିପାଖି 5 ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ।

7.ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଉଡିଗଲା ମଞ୍ଚ, ସଭାସ୍ଥଳରେ ଉତ୍ତେଜନା

ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ଉଡ଼ିଗଲା ମଞ୍ଚ । ଦୀର୍ଘ ସମୟ ଧରି ଉପୁଜିଲା ବିଶୃଙ୍ଖଳା ପରିସ୍ଥିତି । ମୁଙ୍ଗେର ଜିଲ୍ଲାରେ ଜେଡିୟୁର ସାଧାରଣ ସଭାକୁ ଆସିଥିବା ସିଏମ ନୀତିଶ କୁମାରଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ସମୟର ଘଟଣା ।

8.ବିଜ୍ଞାପନ ବିବାଦ: କ୍ଷମା ମାଗିଲା ଗୁଜୁରାଟ ଶୋ ରୁମ୍, ଆକ୍ରମଣ ଖବର ଗୁଜବ

‘ଲଭ ଜିହାଦ’କୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ବିବାଦ ଘେରରେ ତନିଷ୍କ ବ୍ରାଣ୍ଡର ବିଜ୍ଞାପନ ଭିଡିଓ । ଏହା ପରେ କଚ୍ଛର ଗାନ୍ଧୀଧାମରେ ​​ଥିବା ତନିଷ୍କ ଶୋ ରୁମରେ ଭଙ୍ଗାରୁଜା ହୋଇଥିବା ଖବର ପ୍ରଚାରିତ ହୋଇଥିଲା, ଯାହା ଗୁଜବ ।

9.ଆଇପିଏଲ 2020: 31ତମ ମ୍ୟାଚରେ ପୁଣି ଆରିସିବକୁ ମାତ୍‌ ଦେବ କି ପଞ୍ଜାବ?

ଆଜିର ମ୍ୟାଚରେ ପଞ୍ଜାବ-ବାଙ୍ଗାଲୋର ଶାରଜାହା ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଏହି ଲିଗ୍‌ର 6ଷ୍ଠ ମ୍ୟାଚରେ ପଞ୍ଜାବ ଆରସିବିକୁ 97ରନ୍‌ରେ ପରାସ୍ତ କରିଥିଲା । ପୁଣି ଆରସିବିକୁ ପରାସ୍ତ କରି ଟ୍ରାକକୁ ଫେରିବାକୁ ଚାହିଁବ ରାହୁଲଙ୍କ ଟିମ ।

10.ବିବେକଙ୍କ ମୁମ୍ବାଇ ଘରେ ବେଙ୍ଗାଲୁରୁ ପୋଲିସର ଚଢାଉ

ଶଳାଙ୍କ ପାଇଁ ହଟହଟା ବିବେକ । ବେଙ୍ଗାଲୁରୁ ଡ୍ରଗ୍ସ ଡିଲିଂ ମାମଲାରେ ମୁମ୍ବାଇ ସ୍ଥିତ ତାଙ୍କ ଘରେ ବେଙ୍ଗାଲୁରୁ ସିସିବି ପୋଲିସର ଚଢାଉ । ଫେରାର ହୋଇଯାଇଥିବା ଆଦିତ୍ୟଙ୍କୁ ଖୋଜୁଛି ପୋଲିସ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.