ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS @5PM

ନଜର ପକାନ୍ତୁ NEWS @5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 22, 2020, 5:27 PM IST

1.ତେଲେଙ୍ଗାନା ବର୍ଷା ବିତ୍ପାତ: ରାମୋଜୀ ଗ୍ରୁପ ପକ୍ଷରୁ 5 କୋଟି ପ୍ରଦାନ

ତେଲେଙ୍ଗାନା ବର୍ଷା ପୀଡିତଙ୍କୁ ସାହାଯ୍ୟର ହାତ ବଢାଇଛି ରାମୋଜୀ ଗ୍ରୁପ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାମୋଜୀ ଗ୍ରୁପ ପକ୍ଷରୁ 5 କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଛି ।

2.ଦିଲ୍ଲୀ ହିଂସା: ତାହିର ହୁସେନ୍ ଜାମିନ ଆବେଦନ ଖାରଜ

ଦିଲ୍ଲୀର ଏକ କୋର୍ଟ ଗୁରୁବାର ପୂର୍ବତନ ଆମ ଆଦମି ପାର୍ଟି ନେତା ତାହିର ହୁସେନଙ୍କ ତିନୋଟି ମାମଲାର ଜାମିନ ଆବେଦନକୁ ଖାରଜ କରିଛନ୍ତି ।

3. ଦିଲ୍ଲୀ ହିଂସା ମାମଲା: ପୋଲିସକୁ କୋର୍ଟଙ୍କ ତାଗିଦ୍, ଉମର ଖାଲିଦଙ୍କୁ ଦିଆଯାଉ FIR କପି

ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ମାମଲାରେ ଦିଲ୍ଲୀ କୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଏଫଆଇଆର କପି ପ୍ରଦାନ କରିବାକୁ କହିଛନ୍ତି।

4.କୁଳଭୂଷଣ ମାମଲା: ଦଣ୍ଡାଦେଶ ସମୀକ୍ଷାକୁ ପାକିସ୍ତାନ ସଂସଦୀୟ କମିଟିର ମଞ୍ଜୁରୀ

କୁଳଭୂଷଣ ଯାଦବ ମାମଲାରେ ଆସିଛି ଆଶ୍ବସ୍ତିକର ଖବର । ଦଣ୍ଡାଦେଶର ସମୀକ୍ଷା କରିବା ପାଇଁ ସରକାରଙ୍କ ବିଲକୁ ମଞ୍ଜୁରୀ ଦେଇଛି ପାକିସ୍ତାନ ସଂସଦୀୟ କମିଟି ।

5.ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ପାଟନା ଏମ୍ସରେ ଭର୍ତ୍ତି

ବିଜେପିକୁ ଝଟକା ଦେବା ପରି ଏକ ଖବର ସାମ୍ନାକୁ ଆସିଛି । ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କୋରୋନାରେ ହୋଇଛନ୍ତି ଆକ୍ରାନ୍ତ ।

6.ପୋଖରନରେ ନାଗ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲର ସଫଳ ପରୀକ୍ଷଣ

ଗୁରୁବାର ସୁରକ୍ଷା ଦୃଷ୍ଟିରୁ ଭାରତ ଏକ ବଡ ସଫଳତା ହାସଲ କରିଛି। ନାଗ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ୍ ରାଜସ୍ଥାନର ପୋଖରନରେ ସଫଳତାର ସହ ପରୀକ୍ଷଣ କରାଯାଇଛି।

7.ମହାସପ୍ତମୀରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜା

ମା'ଙ୍କ ବିମଳାଙ୍କ ପୀଠରେ ମହାସପ୍ତମୀ ଅବସରରେ ତ୍ରିଦିବସ ପୂଜା ଆରମ୍ଭ ହୋଇଛି ।

8.ରାଜଧାନୀରେ ଅନଲାଇନ ମାଧ୍ୟମରେ ମା'ଙ୍କୁ ଦର୍ଶନ କରିବେ ଭକ୍ତ

ଏଥର ଦୁର୍ଗାପୂଜାରେ ଝଲସିବନି ରାଜଧାନୀ । କୋଭିଡ କଟକଣା ମଧ୍ୟର ଆଡମ୍ବର ଶୂନ୍ୟ ହେବ ମା'ଙ୍କ ପୂଜା । ଏଥର ଅନଲାଇନରେ ଦର୍ଶନ କରିବେ ଭକ୍ତ । ଖାଲି ଦର୍ଶନ ନୁହେଁ ପ୍ରସାଦ ବଣ୍ଟନର ମଧ୍ୟ ରହିଛି ବ୍ୟବସ୍ଥା ।

9.ନୂଆ ଗାଡି ପଞ୍ଜୀକରଣ ପାଇଁ ଦଶହରାରେ ଖୋଲିବ RTO ଅଫିସ

ଆସନ୍ତା ୨୪ ଓ ୨୬ ତାରିଖରେ ଦଶହରା ଛୁଟି ଥିଲେ ବି ରାଜ୍ୟରେ ଖୋଲା ରହିବ ଆରଟିଓ । କେବଳ ନୂଆ ଗାଡ଼ି ପଞ୍ଜିକରଣ ପାଇଁ 2 ଘଣ୍ଟା ଆଞ୍ଚଳିକ ପରିବହନ ଅଫିସ ଖୋଲା ରହିବ ।

10.IPL 2020: କର ବା ମର ମ୍ୟାଚରେ ରୟାଲ୍ସ-ସନରାଇଜର୍ସ ଲଢେଇ

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଆଜି(ଗୁରୁବାର) ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ । 40ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.