ETV Bharat / bharat

TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର - top news at 4pm

ନଜର ପକାନ୍ତୁ @4PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top news at 4pm
TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 1, 2020, 4:00 PM IST

1. ଦ୍ଵିତୀୟ ପାଳିରେ ମୋଦି ସରକାରକୁ ବର୍ଷେ, ରାଜ୍ୟବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ସହାୟତାର ହିସାବ ଦେଲା ବିଜେପି

ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷର ହିସାବ ରାଜ୍ୟବାସୀଙ୍କ ନିକଟରେ ରଖିଲା ରାଜ୍ୟ ବିଜେପି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସବିଶେଷ ତଥ୍ୟ ରଖିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

2. ‘ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା କମ’

ମୌସୁମୀ ଓ ପବନର ଦିଗ ଉପରେ ପଙ୍ଗପାଳ ଆସିବା ନିର୍ଭୟ କରେ । ଏପରିକି ଓଡିଶାକୁ ପଙ୍ଗପାଳ ଆସିବା ସମ୍ଭାବନା ଖୁବ କମ ବୋଲି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ପ୍ରକାଶ କରିଛନ୍ତି । ପଙ୍ଗପାଳ ଆକ୍ରମଣକୁ ନେଇ କୃଷି ଭବନରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସେ ଏହା ପ୍ରକାଶ କରିଛନ୍ତି ।

3. ଷ୍ଟାରଙ୍କ ନାଁରେ ପ୍ରବାସୀ ଶ୍ରମିକଙ୍କ ଠୁ ଟଙ୍କା ଆଦାୟ, ଜବାବ ଦେଲେ ସୋନୁ

ପ୍ରବାସୀମାନଙ୍କୁ ଘରକୁ ପଠାଇ ସାହାଯ୍ୟ କରୁଥିବା ସୋନୁ ସୁଦଙ୍କ ନାଁରେ କିଛି ଲୋକ ଫାଇଦା ମଧ୍ୟ ଉଠାଉଛନ୍ତି । ଏପରି ଲୋକଙ୍କ ଠାରୁ ଦୂରେଇ ରହିବାକୁ ସୋନୁ ଶ୍ରମିକମାନଙ୍କୁ ଚେତାବନୀ ଦେଇଛନ୍ତି ।

4. ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଡିଜି ଭାବରେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି । ଦାୟିତ୍ବ ଗ୍ରହଣ ପରେ ହୋମଗାର୍ଡଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ କହିଲେ ଅଫିସର ମହାନ୍ତି ।

5. ରାଜ୍ୟରେ 2 ହଜାର ଟପିଲା କୋରୋନା ପଜିଟିଭ ସଂଖ୍ୟା

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ 156 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 2104କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ସଂଖ୍ୟା 969 ରହିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

6. ପାହାଡ ଉପରେ ଆନ୍ଧ୍ର ସୀମାନ୍ତ ଚେକ୍ ପୋଷ୍ଟ; ପବନ ଉଡାଇ ନେଉଛି ଅସ୍ଥାୟୀ ଟେଣ୍ଟ୍, ସମ୍ଭାଳି ହେଉନି ମୁଣ୍ଡଫଟା ଖରା

ସକାଳେ ଖରା, ସନ୍ଧ୍ୟାରେ ବର୍ଷା । ଦିନ ତମାମ ମୁଣ୍ଡଫଟା ଖରା ସମ୍ଭାଳି ହେଉନଥିବା ବେଳେ ସନ୍ଧ୍ୟାରେ ବର୍ଷା ପବନରେ ଉଡି ଯାଉଛି ଅସ୍ଥାୟୀ ଟେଣ୍ଟ୍ । ଫଳରେ ବାହାରେ ବିତୁଛି ଦିନ ଓ ରାତି ।

7. ଝାରସୁଗୁଡାରୁ ଉଡିଲା ଏଲାଏନ୍ସ ଏୟାର

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡିଲା ଏଲାଏନ୍ସ ଏୟାର ବିମାନ । କୋଭିଡ୍‌‌ 19 ପାଇଁ ବିମାନ ସେବା ବନ୍ଦ ଥିବାବେଳେ ଆଜିଠାରୁ ଏଲାଏନ୍ସ ଏୟାର ବିମାନ ପୁଣି ସେବା ଆରମ୍ଭ କରିଛି ।

8. WHOକୁ ଭାରତର ଝଟକା, କୋରୋନା ବିରୋଧରେ ଏକାକି ଲଢିବ ଦେଶ

କୋରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବିପଜ୍ଜନକ ହେବା ଡବ୍ଲୁଏଚଓ କହିବାପରେ, ଭାରତୀୟ ବୈଜ୍ଞାନିକମାନେ ଏହା ଭୁଲ ପ୍ରମାଣିତ କରି ଡବ୍ଲୁଏଚଓକୁ କଡା ଯବାବ ଦେଇଛନ୍ତି ।

9. ଚୀନ ସହ ସୀମା ବିବାଦ ଶୀଘ୍ର ସମାଧାନ ହେବ ବୋଲି ଆଶା: ଅମିତ ଶାହା

ବର୍ତ୍ତମାନର ସୀମା ବିବାଦକୁ ନେଇ କୂଟନୈତିକ ଏବଂ ସାମରିକ ସ୍ତରରେ ଚୀନ୍ ସହ ଆଲୋଚନା ଚାଲିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଏଥିସହ ମୁଁ ଆଶା କରୁଛି ଚୀନ ସହ ସୀମା ବିବାଦ ଶୀଘ୍ର ସମାଧାନ ହେବ ବୋଲି ଅମିତ ଶାହ କହିଛନ୍ତି ।

10. 200 ସ୍ବତନ୍ତ୍ର ଟ୍ରେନ ଚଳାଚଳକୁ ନେଇ ତିନି ରାଜ୍ୟର ବିରୋଧ

ଆଜିଠାରୁ ସମଗ୍ର ଦେଶରେ 200 ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହା ମଧ୍ୟରେ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.