ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 25, 2020, 3:04 PM IST

1.କାଳୀଗଳି ପୂଜାମଣ୍ଡପ: ନାହାଁନ୍ତି କେହି କର୍ତ୍ତା, ହୁଏନି କନ୍ୟା ପୂଜା

କାଳିଗଳି ବୁଢୀ ଠାକୁରାଣୀ ପୂଜାମଣ୍ଡପରେ ଚାଲିଛି ସ୍ବତନ୍ତ୍ର ମହାନବମୀ ପୂଜା । ଏହି ପୂଜାରେ କେହି କର୍ତ୍ତା ବସନ୍ତି ନାହିଁ ଓ ଆଉ ଏଠାରେ ହୁଏ ନାହିଁ କନ୍ୟା ପୂଜନ ।

2.'ବିଜେଡି ଓ ବିଜେପି କଣ କରିଛନ୍ତି ସେ କଥା ଲୋକ ଜାଣିଛନ୍ତି'

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଭୋଟ ହାତେଇବା ପାଇଁ ନିଜ ଗୁଣଗାନ କରିବାରେ ବ୍ୟସ୍ତ । ଏହାକୁ ନେଇ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବାଲେଶ୍ବରରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି ବାଦି ପାଲା ।

3.ଫସଲ କ୍ଷତି ଓ ଋଣ ଚିନ୍ତା; ବିଲରେ କୀଟନାଶକ ପିଇଲେ ଚାଷୀ

ଫସଲ କ୍ଷତି ଏବଂ ବ୍ୟାଙ୍କ ଋଣ ଶୁଝିନପାରିବା ଆଶଙ୍କାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ ।

4.ପୁଣି ରାଜ୍ୟରୁ 16 ମୁଣ୍ଡ ନେଲା କୋରୋନା

ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ରବିବାର 16 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

5.ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ 1633 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କମୁଛି ସଂକ୍ରମଣ। 30 ଟି ଜିଲ୍ଲାରେ 1633 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟରେ 2 ହଜାର ତଳକୁ ଖସୁଛି ଦୈନିକ ସଂକ୍ରମଣ।

6.ଗୁଜୁରାଟରେ ମୃଦୁ ଭୂମିକମ୍ପ ଅନୁଭୂତ

ରବିବାର ଗୁଜରାଟର କଚ୍ଛ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।

7.ନାବାଳିକାକୁ ଦୁଷ୍କର୍ମ, ଖୋଲାରେ ବୁଲିଛି ଅଭିଯୁକ୍ତ

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଗାଈ ଚରାଇବାକୁ ଯାଇଥିବା ସମୟରେ ଜଣେ 16 ବର୍ଷୀୟ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ । ବାହାରେ ବୁଲିଛି ଅଭିଯୁକ୍ତ ।

8.ଜାନୁଆରୀ ସୁଦ୍ଧା ଦେଶରେ ଉପଲବ୍ଧ ହେବ କୋରୋନା ଟିକା: ହର୍ଷବର୍ଦ୍ଧନ

ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା ଦେଶରେ କୋଭିଡ-19 ଟିକା ଉପଲବ୍ଧ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଶା ପ୍ରକଟ କରିଛନ୍ତି।

9.ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ପଦ ଛାଡିଲେ କଂଗ୍ରେସ ବିଧାୟକ

ମଧ୍ୟପ୍ରଦେଶରେ ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସ ଆଉ ଏକ ସମସ୍ୟାର ସମ୍ମୁଖୀନ ହୋଇଛି। ଉପ-ନିର୍ବାଚନ ପୂର୍ବରୁ ଆଉ ଜଣେ କଂଗ୍ରେସ ବିଧାୟକ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

10.ବିଶ୍ବ ବ୍ୟାଙ୍କ ଠାରୁ 500 ମିଲିୟନ ଡଲାର ସହାୟତା ଲୋଡିଲା ବାଂଲାଦେଶ

କୋଭିଡ-19 ଟିକା ପାଇଁ ବାଂଲାଦେଶ ବିଶ୍ବ ବ୍ୟାଙ୍କରୁ 500 ମିଲିୟନ ଡଲାର ସହାୟତା ମାଗିଛି। ଟିକା କ୍ରୟ, ସଂରକ୍ଷଣ, ପରିବହନ ଏବଂ ବଣ୍ଟନ ପାଇଁ ଏହି ଟଙ୍କା ବ୍ୟବହାର କରାଯିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.