ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 11AM
ବର୍ତ୍ତମାନର ବଡ଼ ଖବର
author img

By

Published : Nov 18, 2020, 11:00 AM IST

1.ଦେଶରେ କମୁଛି କୋରୋନା ସଂକ୍ରମଣ, 24 ଘଣ୍ଟାରେ 38617 ପଜିଟିଭ ଚିହ୍ନଟ

ଦେଶରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ। ଗତ 24 ଘଣ୍ଟାରେ 38 ହଜାର 617 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 474 ଜଣଙ୍କ ମୃତ୍ୟୁ ହୋଇଛି ।

2.ଭାରତ ଓ ଚୀନ ମିଶି ଋଷ କୋରୋନା ଟିକା ସ୍ପୁଟନିକ୍‌-V ର ଉତ୍ପାଦନ ଆରମ୍ଭ କରିପାରିବେ- ପୁଟିନ୍‌

ଏବେ ଚୀନ ଓ ଭାରତ, ଋଷ ଭ୍ୟାକସିନ୍‌ ସ୍ପୁଟନିକ୍‌-ଭି ର ଉତ୍ପାଦନ ଆରମ୍ଭ କରିପାରିବେ ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ କହିଛନ୍ତି। ଏହା ସହ ବ୍ରିକ୍ସ ଦେଶରେ ଏହି ଭ୍ୟାକସିନ ପ୍ରସ୍ତୁତ ପାଇଁ ରିସର୍ଚ୍ଚ ସେଣ୍ଟର ଖୋଲିବା ଦରକାର ବୋଲି ସେ କହିଛନ୍ତି।

3.ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସର ଚଢାଉ ।

4.ରାଜଧାନୀରେ କୁହୁଡିର ଆସ୍ତରଣ, ଯାତାୟତ ବାଧାପ୍ରାପ୍ତ

ରାଜଧାନୀ ଭୁବନେଶ୍ବରରେ ଅନୁଭୂତ ହୋଇଛି ଚଳିତ ଶୀତ ଋତୁର ପ୍ରଥମ କୁହୁଡି । ଭୁବନେଶ୍ବରରେ ସବୁ ଅଞ୍ଚଳରେ ଘନ କୁହୁଡି ଆଚ୍ଛାଦିତ କରିଛି ।

5.ସିଲିଣ୍ଡର ବିସ୍ଫୋରଣ ପରେ ଭୁଶୁଡିଲା ଘର: 2 ମୃତ, 5 ଆହତ

ଭୁଶୁଡିଲା ଘର । ଏହି ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି ।

6.କୋରାପୁଟ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ

କୋରାପୁଟ ସୀମାରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ତଥା ରାଜନୈତିକ ନେତୃବୃନ୍ଦ ମହଲରେ ତୀବ୍ର ଅସନ୍ତୋଷ । ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ କୋରାପୁଟ ସାଂସଦ ।

7.ସୁନା ଚୋରାଚାଲାଣ: ରାଜନେତାଙ୍କ ନାଁ ନେବାକୁ ଶିବଶଙ୍କରଙ୍କ ଉପରେ ଚାପ ଅଭିଯୋଗକୁ ଖଣ୍ଡନ କଲା ଇଡି

ସୁନା ଚୋରାଚାଲାଣ ମାମଲାରେ ରାଜନେତାଙ୍କ ନାମ ନେବାକୁ ଶିବଶଙ୍କରଙ୍କ ଉପରେ ଚାପ ପକାଇବା ଅଭିଯୋଗକୁ ଖଣ୍ଡନ କଲା ଇଡି ।

8.ଦଳର ଲଗାମ ମମତାଙ୍କ ହାତରେ ନାହିଁ: ତୃଣମୂଳ କଂଗ୍ରେସ

ତୃଣମୂଳ କଂଗ୍ରେସ ବିଧାୟକଙ୍କ ବିସ୍ଫୋରକ ବୟାନ । ଦଳର ଲଗାମ ଆଉ ମମତା ବାନାର୍ଜୀଙ୍କ ପାଖରେ ନାହିଁ କହିଲେ ମିହିର ଗୋସ୍ବାମୀ ।

9.ଆସନ୍ତାକାଲି ବେଙ୍ଗାଲୁରୁ ଟେକ୍ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ଭିସି ଦ୍ବାରା ଦିନ 11ଟା ସମୟରେ ବେଙ୍ଗାଲୁରୁ ଟେକ୍ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ନଭେମ୍ବର 19 ରୁ 21 ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଛି ।

10.ଆହ୍ଲାବାଦ ହାଇକୋର୍ଟରେ 28 ସ୍ଥାୟୀ ବିଚାରପତି ନିଯୁକ୍ତ

କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଆହ୍ଲାବାଦ ହାଇକୋର୍ଟର 28 ଅତିରିକ୍ତ ବିଚାରପତିଙ୍କୁ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.