ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @11AM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @11AM
TOP NEWS @11AM
author img

By

Published : Sep 2, 2020, 10:59 AM IST

Updated : Sep 2, 2020, 11:16 AM IST

1-SCO ବୈଠକରେ ଚୀନ ପ୍ରତିପକ୍ଷଙ୍କୁ ଭେଟିବେନି ରାଜନାଥ ସିଂ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଶାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ରଷିଆ ଗସ୍ତ କରିଛନ୍ତି । ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା ହେବ । ଏହି ସମୟରେ ମନ୍ତ୍ରୀ ଚୀନ୍ ପ୍ରତିପକ୍ଷଙ୍କ ସହ ବୈଠକ ନାହିଁ ବୋଲି ସୂତ୍ରରୁ ପ୍ରକାଶ।

3-ଡରାଉଛି କୋରୋନା: ଦେଶରେ 24 ଘଣ୍ଟାରେ 78,357 ପଜିଟିଭ୍‌, 1045 ମୃତ

କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇ ବର୍ତ୍ତମାନ 37 ଲକ୍ଷ ପାର କରିଥିବାବେଳେ, 66 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁ ସଂଖ୍ୟା ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

4-ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ, ବସ୍ ଜାଳିଦେଲେ ଉତ୍ୟକ୍ତ ଲୋକେ

କେନ୍ଦ୍ରାପଡ଼ା ୫ନଂ(କ)ଜାତୀୟ ରାଜପଥ ବଡ଼ପାଳ-ହଳଦିଆଗଡା ରାସ୍ତା ମଝିରେ କୋଲକାତା ଫେରନ୍ତା ବସ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ। ଉତ୍ୟକ୍ତ ଲୋକେ ଘରୋଇ ବସକୁ ଜାଳି ଦେଇଥିବା ସୂଚନା।

5-ଦୁର୍ଘଟଣାରେ ପ୍ରାଣ ହରାଇଲେ କେନ୍ଦ୍ରାପଡାର ଯୁବନେତା ଦୀପ୍ତିକାନ୍ତ ପରିଜା

କେନ୍ଦ୍ରାପଡାର ଜଣେ ଅଗ୍ରଣୀ ଯୁବନେତା ତଥା ବିଜୁ ଜନତା ଦଳର ଜଣେ ସୁପରିଚିତ ଯୁବ ସଙ୍ଗଠକ ଓ ଓଡିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ଦୀପ୍ତିକାନ୍ତ ପରିଜା(ନଣ୍ଡା)ଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ । ଏଭଳି ଜଣେ ବଳିଷ୍ଠ ଯୁବନେତାଙ୍କ ଅକାଳ ବିୟୋଗରେ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଅଧିକ ପଢନ୍ତୁ...

6-ରାଜନାଥ ସିଂଙ୍କ ପୁଅ କୋରୋନା ପଜିଟିଭ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସିଂ ପୁଅ ପଙ୍କଜ ସିଂ କୋରୋନା ପଜିଟିଭ । ଏନେଇ ଖୋଦ ପଙ୍କଜ ସିଂ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

7-ଦ୍ବିତୀୟ ବିଶ୍ବଯୁଦ୍ଧ@75: ସ୍ମୃତିରେ ସେଦିନର କଳାଦିନ

ଦ୍ବିତୀୟ ବିଶ୍ବଯୁଦ୍ଧକୁ ପୁରୁଛି 75 ବର୍ଷ । ଏହି ଯୁଦ୍ଧ ଇତିହାସର ଏକ ଭୟଙ୍କର ଅଧ୍ୟାୟ । ପ୍ରଥମ ବିଶ୍ବଯୁଦ୍ଧରୁ ହିଁ ଦ୍ବିତୀୟ ବିଶ୍ବଯୁଦ୍ଧର ସୂତ୍ରପାତ ବୋଲି କୁହାଯାଏ । ଏହି ଯୁଦ୍ଧ 1939 ରୁ 1945 ପର୍ଯ୍ୟନ୍ତ ଦୀର୍ଘ 6 ବର୍ଷ ଧରି ଚାଲିଥିଲା । ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ ଓ ଭୟାନକ ଯୁଦ୍ଧ ଥିଲା ।

8-ନଦୀରେ ମାଛ ଧରୁଥିଲେ ଯୁବକ, ପାଇଲେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି

ନଦୀର ମାଛ ଧରୁଥିବା ସମୟରେ ପାଣିରୁ ମିଳିଲା ଶ୍ରୀକୃଷ୍ଣଙ୍କ ମୂର୍ତ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଡ୍ଡୁପି ଜିଲ୍ଲାରେ ।

9-ଭାରତ ଓ ଚୀନ ସୀମା ବିବାଦ: ଆଜି ଦିନ 10 ଟାରେ କମାଣ୍ଡର ସ୍ତରୀୟ ଆଲୋଚନା

ଭାରତ ଏବଂ ଚୀନ୍ ମଧ୍ୟରେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା ଆଜି ସକାଳ 10 ଟାରେ ଚୁସୁଲରେ ଅନୁଷ୍ଠିତ ହେବ । ଏଥିରେ ଦକ୍ଷିଣ ପାଙ୍ଗୋଙ୍ଗ ତସୋରେ ଚାଲିଥିବା ପ୍ରସଙ୍ଗ ଉପରେ ଆଲୋଚନା ହେବ। ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଲଦାଖର ପାଙ୍ଗୋଙ୍ଗ ସୋ’ର ଦକ୍ଷିଣ କୂଳରେ ଚୀନ୍ ସେନା ଦ୍ୱାରା ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ ରୋକିବା ପରେ ଏହି ପରିସ୍ଥିତି ଉପୁଜିଛି।

10-ଲିଓ ପାରଗିଲ ପର୍ବତ ଚଢି ITBP ଯବାନଙ୍କ ରେକର୍ଡ

କୋରୋନା କାଳରେ 22,222 ଫୁଟ ଉଚ୍ଚର ଲିଓ ପାରଗିଲ ପର୍ବତ ଆରୋହଣ କରି ରେକର୍ଡ କଲେ ହିମାଚଳ ପ୍ରଦେଶର ଆଇଟିବିପି ଯବାନ ।

Last Updated : Sep 2, 2020, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.