1-ରାଜ୍ୟରେ ରେକର୍ଡ ଭାଙ୍ଗିଲା କୋରୋନା, ଦିନକରେ ସର୍ବାଧିକ 2924 ପଜିଟିଭ ଚିହ୍ନଟ
ରେକର୍ଡ ଭାଙ୍ଗିଲା କୋରୋନା । ଗୋଟିଏ ଦିନରେ ସର୍ବାଧିକ 2924 ପଜିଟିଭ ଚିହ୍ନଟ । ସଂକ୍ରମଣକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଅଧିକ ପଢନ୍ତୁ....
2.ପୁଣି 10 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି
ରାଜ୍ୟରେ ପୁଣି କୋରୋନା ନେଲା 10 ଜୀବନ । ଆଜକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 343କୁ ବୃଦ୍ଧି ପାଇଛି ।
3.କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 63,489 ପଜିଟିଭ, 944 ମୃତ
ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ମାମଲା । ସେପଟେ ଏହାକୁ ନଜରରେ ରଖି ଆଇସିଏମଆର ପକ୍ଷରୁ ପ୍ରତ୍ୟେକ ଦିନ କରାଯାଉଛି ଲକ୍ଷାଧିକ କୋରୋନା ଟେଷ୍ଟ ।
4-କୋରୋନା ସୁସ୍ଥ ହାର 71.61% କୁ ବୃଦ୍ଧି, ଦିନକରେ ସର୍ବାଧିକ ୫୭,୩୮୧ ସୁସ୍ଥ
ଦେଶରେ ଗତ 24 ଘଣ୍ଟା ମଧ୍ୟରେ ୫୭,୩୮୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପୁନରୁଦ୍ଧାର ପଞ୍ଜିକୃତ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରୁ 18 ଲକ୍ଷ 8 ହଜାର 936 ଲୋକ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ହାର 71.61% କୁ ବୃଦ୍ଧି ପାଇଛି ।
5-ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ,‘ସଦୈଭ ଅଟଳ’ରେ ଦିଆଗଲା ଶ୍ରଦ୍ଧା ସୁମନ
ରାଜନୀତିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀଙ୍କ ରବିବାର(ଆଜି) ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ। 2018 ଅଗଷ୍ଟ 16ରେ ଲିଭି ଯାଇଥିଲା ଏହି ମହାନ ପୁରୁଷଙ୍କ ଜୀବନ ଦୀପ । ‘ସଦୈଭ ଅଟଳ’ରେ ପହଞ୍ଚି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ।
6-ବାଲୁକା କଳାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକ । ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଜନୀତିର ପିତାମହ ଭୀଷ୍ମଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
7.ନେପାଳ ଭୂସ୍ଖଳନ: ଆବର୍ଜନା ତଳୁ ମିଳିଲା 18 ମୃତଦେହ
ଅଗଷ୍ଟ 14 ତାରିଖରେ ନେପାଳରେ ହୋଇଥିବା ଭୂସ୍କଳରେ ଅନେକ ଲୋକ ନିଖୋଜ ଥିଲେ। ଶନିବରା ଖୋଜାଖୋଜି ସମୟରେ ସିନ୍ଧୁପାଲଚୋକ୍ ଜିଲ୍ଲାର ଆବର୍ଜନା ସ୍ଥଳରୁ 18ଟି ମୃତଦେହ ଉଦ୍ଧାର କରାଯାଇଛି।
8-52 ବର୍ଷରେ କେଜ୍ରିୱାଲ, ଶୁଭେଚ୍ଛା ଜଣାଇଲେ ମୋଦି
ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
9-ଭାଦ୍ରବ କୃଷ୍ଣ ଦ୍ବାଦଶୀରେ ଆଜି ଶ୍ରୀବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବେଶ
ଶ୍ରୀମନ୍ଦିରରେ ଆଜି ସମ୍ପନ୍ନ ହେବ ପ୍ରଳମ୍ବାସୁର ବଧ ବେଶ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହେବାର ବିଧି ରହିଛି । ଏହି ଦିନ ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ର ଦେବଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ ।
10-ଆଗାମୀ 3 ଦିନ ପ୍ରବଳ ବର୍ଷାର ସମ୍ଭାବନା, ପାଣିପାଗ ବିଭାଗ ସୂଚନା
ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଗୁଜୁରାଟରେ ହେବ ପ୍ରବଳ ବର୍ଷା । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁମ୍ବାଇ ଦିଲ୍ଲୀରେ ମଧ୍ୟ ସକ୍ରିୟ ରହିବ ମୌସୁମୀ । ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଦକ୍ଷିଣ ଛତିଶଗଡ ଏବଂ ଓଡିଶାର କିଛି ଅଂଶରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ । ଅଧିକ ପଢନ୍ତୁ...