ETV Bharat / bharat

ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି - ଅଯୋଧ୍ୟା

ସୋମବାର ସୁପ୍ରିମକୋର୍ଟରେ ହୋଇପାରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି। ଯେଉଁଥିରେ ଅଯୋଧ୍ୟା ମାମଲାରେ ହିନ୍ଦୁ ପକ୍ଷର ଓକିଲ କୋର୍ଟରେ ନିଜ ଯୁକ୍ତି ଉପସ୍ଥାପନା କରିବେ।

ଫାଇଲ ଫଟୋ
author img

By

Published : Aug 19, 2019, 12:04 PM IST

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ହୋଇପାରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି। ଯେଉଁଥିରେ ଅଯୋଧ୍ୟା ମାମଲାରେ ହିନ୍ଦୁ ପକ୍ଷର ଓକିଲ କୋର୍ଟରେ ନିଜ ପକ୍ଷ ଉପସ୍ଥାପନା କରିବେ। ଏହା ସହ କର୍ଣ୍ଣାଟକର ରାଜ୍ୟ ବିଧାନସଭାର ବାଚସ୍ପତିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ବିଦ୍ରୋହୀ ବିଧାୟକଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଏବ ଉନାଓଁ ଦୁଷ୍କର୍ମ ଓ ପୀଡିତାଙ୍କ ଗାଡି ଦୁର୍ଘଟଣା ମାମଲାର ମଧ୍ୟ ଆଜି ଶୁଣାଣି ହେବ।

ଅର୍ଥନୈତିକ ସ୍ତରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି:
ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରୁବାକୁ କୁହାଯାଉଛି ମୋଦି ସରକାର ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇପାରନ୍ତି । ଟ୍ୟାକ୍ସ ମୁକ୍ତ ଓ ନିଯୁକ୍ତି କ୍ଷେତ୍ରରେ ସୁଧାର ଆଣିବାକୁ ଆଜି କିଛି ନିଷ୍ପତି ନେଇପାରନ୍ତି କେନ୍ଦ୍ର ସରକାର ।

ସୁପ୍ରିମକୋର୍ଟରେ ଉନାଓଁ ଦୁଷ୍କର୍ମ ଓ ଦୁର୍ଘଟଣାର ଶୁଣାଣି

ସୋମବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ ଉତ୍ତରପ୍ରଦେଶର ହୋଇଥିବା ବହୁ ଚର୍ଚ୍ଚିତ ଉନାଓଁ ଦୁଷ୍କର୍ମ ଓ ପରେ ପୀଡିତାଙ୍କ ପରିବାର ଓ ତାଙ୍କ ଓକିଲକୁ ନେଇ ଯାଉଥିବା ଗାଡି ସନ୍ଦିଗ୍ଧ ଅବସ୍ଥାରେ ଦୁର୍ଘଟଣାର ଶିକାର ହେବା ମାମଲାର ଶୁଣାଣି ମଧ୍ୟ କରାଯିବ । ଏ ଘଟଣାରେ ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେଙ୍ଗାର ମୁଖ୍ୟ ଅଭିଯୁକ୍ତ ଅଛନ୍ତି।

କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ବିଦ୍ରୋହୀ ବିଧାୟକ ଯାଚିକାର ଶୁଣାଣି

ଅନ୍ୟପଟେ ସୁପ୍ରିମକୋର୍ଟରେ ଆଜି କର୍ଣ୍ଣାଟକର ଅଯୋଗ୍ୟ ଘୋଷିତ ବିଦ୍ରୋହୀ ବିଧାୟକଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ।

ଅଯୋଧ୍ୟା ମାମଲାର ଶୁଣାଣି

ଆଜି ସୁପ୍ରିମୋକର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଜାରି ରହିଛି । ପ୍ରତିଦିନ ହେଉଥିବା ଶୁଣାଣିରେ ହିନ୍ଦୁପକ୍ଷରୁ ରାମଲାଲ ପରିଷଦ ଏବଂ ନିର୍ମୋହୀ ଆଖଡା ନିଜ ନିଜର ପକ୍ଷ ଓକିଲଙ୍କ ମାଧ୍ୟମରେ ରଖିବେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଏ ମାମଲାର ଶୁଣାଣି ସେତେଦିନ ପର୍ଯ୍ୟନ୍ତ ଚାଲିବ, ଯେତେପର୍ଯ୍ୟନ୍ତ ଏହାର କୌଣସି ସମାଧାନ ନ ହୋଇଛି ।

Intro:Body:

sb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.