ETV Bharat / bharat

ଆଜି ମହାପ୍ରତାପୀ ଓ ସାହାସୀ ଯୋଦ୍ଧା ମହାରଣା ପ୍ରତାପଙ୍କର 480 ତମ ଜନ୍ମ ଜୟନ୍ତୀ

author img

By

Published : May 9, 2020, 3:01 PM IST

ମହାରଣା ପ୍ରତାପ ଜଣେ ସାହାସୀ ଓ ବୀର ଯୋଦ୍ଧା ଥିଲେ । ସେ ଅନ୍ୟ ରାଜାଙ୍କ ପରି କେବେ ହେଲେ ମୋଗଲ ମାନଙ୍କ ସମ୍ମୁଖରେ ନିଜର ମଥା ନୁଆଁଇ ନଥିଲେ । ଅଧିକ ପଢନ୍ତୁ...

ଆଜି ମହାପ୍ରତାପୀ ଓ ସାହାସୀ ଯୋଦ୍ଧା ମହାରଣା ପ୍ରତାପଙ୍କର 480 ତମ ଜନ୍ମ ଜୟନ୍ତୀ
ଆଜି ମହାପ୍ରତାପୀ ଓ ସାହାସୀ ଯୋଦ୍ଧା ମହାରଣା ପ୍ରତାପଙ୍କର 480 ତମ ଜନ୍ମ ଜୟନ୍ତୀ

ହାଇଦ୍ରାବାଦ: ରାଜସ୍ଥାନର ମହାନ ଯୋଦ୍ଧା ଓ ଅଦ୍ଭୁତ ସାହାସ ଓ ସୌନ୍ଦର୍ଯ୍ୟର ପ୍ରତୀକ ମହାପ୍ରତାପୀ ମହାରଣା ପ୍ରତାପଙ୍କର ଆଜି 480 ତମ ଜନ୍ମ ଜୟନ୍ତୀ । ମହାରଣା ପ୍ରତାପ ମୁଗୋଲ ମାନଙ୍କ ସହ ଅନେକ ଥର ଯୁଦ୍ଧ କରିଥିଲେ । ତାଙ୍କର ବୀର ଗାଥା ସର୍ବଦା ଅମର ଅଟେ । କିନ୍ତୁ ହଳଦି ଉପତ୍ୟକାରେ ଆକବରଙ୍କ ସହ ତାଙ୍କର ଯୁଦ୍ଧ ଐତିହାସିକ ଅଟେ । ପ୍ରତାପଙ୍କ ପ୍ରତ୍ୟେକ ସୌର୍ଯ୍ୟ ଓ ବୀରତ୍ବର ଗାଥାରେ ତାଙ୍କର ଚେତକ ଘୋଡା ମଧ୍ୟ ଉଲ୍ଲେଖ କରାଯାଇଛି ।

ମହାରାଣା ପ୍ରତାପ କୁମ୍ଭଲଗଡ ଦୁର୍ଗରେ ମେ 9 ତାରିଖ 1540 ମସିହାରେ ମହାରାଜା ଉଦୟ ସିଂଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୁ ତାରିଖ ଅନୁଯାୟୀ, 1540 ମସିହାରେ ମେ 9 ରେ ଜ୍ୟେଷ୍ଠ ଶୁକ୍ଲାଙ୍କର ତୃତୀୟ ତାରିଖ ଥିଲା। ସେହି ଅନୁଯାୟୀ, ମହାରାଣା ପ୍ରତାପଙ୍କ ଜନ୍ମ ଜୟନ୍ତୀ ଚଳିତବର୍ଷ 25 ମେରେ ପାଳନ କରାଯିବ।

ମହାରଣା ପ୍ରତାପକଙ୍କ ଇତିହାସର ପୃଷ୍ଠାରେ ହଳଦି ଉପତ୍ୟକାର ଯୁଦ୍ଧ ବିଷୟରେ ଅଧିକ ଆଲୋଚନା କରାଯାଇଛି । ପ୍ରତାପ ଏବଂ ଆକବରଙ୍କ ମଧ୍ୟରେ ଶତ୍ରୁତା ହେଉଛି ଭାରତୀୟ ଇତିହାସରେ ଦୁଇ ମହାନ ଶାସକଙ୍କ ମଧ୍ୟରେ ଯୁଦ୍ଧର କାହାଣୀ । 1576 ମସିହାରେ ହୋଇଥିବା ଏହି ଯୁଦ୍ଧରେ ପ୍ରତାପକଙ୍କର 20 ହଜାର ସୈନିକଙ୍କ ସହ 80 ହଜାର ମୋଗଲ ସୈନିକଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ପ୍ରତାପଙ୍କ ଚେତକ ମଧ୍ୟ ନିଜର ସାହସିକତା ଏବଂ ବୁଦ୍ଧି ପ୍ରଦର୍ଶନ କରିଥିଲା ।

ମହାରଣା ପ୍ରତାପ ସାରା ଜୀବନ ମୋଗଲ ସାମ୍ରାଜ୍ୟ ବିରୁଦ୍ଧରେ ଲଢେଇ ଜାରି ରଖିଥିଲେ । ତେବେ ଏହି ଯୁଦ୍ଧରେ ମୋଗଲ ସେନା ଏବଂ ଜୟପୁରର ରାଜା ମାନସିଂହ ଜିତିଥିଲେ। ହଳଦି ଉପତ୍ୟକାର ଯୁଦ୍ଧରେ ଜିତିବା ପରେ ମଧ୍ୟ ଆକବର ପରାଜିତ ବୋଲି ଧରାଯାଏ । ଯଦିଓ ଅଧିକାଂଶ ରାଜପୁତ ରାଜା ମୋଗଲମାନଙ୍କ ଅଧୀନରେ ଆସିଥିଲେ, କିନ୍ତୁ ମହାରାଣା ପ୍ରତାପ ଏବଂ ତାଙ୍କର ସହଯୋଗୀମାନେ ମୋଗଲମାନଙ୍କ ଅଧୀନରେ ନଥିଲେ। ପ୍ରତାପ ବିରୁଦ୍ଧ ମୋଗଲ ସମ୍ରାଟ ଆକବର ଏବଂ ମୋଗଲ ସାମ୍ରାଜ୍ୟର ପାଖରେ ପ୍ରତାପ କେବେ ହେଲେ ମୁଣ୍ଡ ନୁଆଁଇ ନଥିଲେ, ସେ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ବିରୋଧରେ ଯୁଦ୍ଧ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.