ETV Bharat / bharat

ଆଜି କଂଗ୍ରେସର 136ତମ ପ୍ରତିଷ୍ଠା ଦିବସ - 1885 ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା

ଆଜି ଜାତୀୟ କଂଗ୍ରେସର 136ତମ ପ୍ରତିଷ୍ଠା ଦିବସ । ସାରା ଦେଶରେ ପ୍ରତିଷ୍ଠା ଦିବସ ପାଳିବ ଦଳ । ଅଧିକ ପଢନ୍ତୁ...

ଆଜି କଂଗ୍ରେସର 136ତମ ପ୍ରତିଷ୍ଠା ଦିବସ
ଆଜି କଂଗ୍ରେସର 136ତମ ପ୍ରତିଷ୍ଠା ଦିବସ
author img

By

Published : Dec 28, 2020, 8:39 AM IST

ନୂଆଦିଲ୍ଲୀ: ଆଜି ଜାତୀୟ କଂଗ୍ରେସର 136ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । 1885 ମସିହା ଆଜିର ଦିନରେ ଗୋକୁଲ ଦାସ ତେଜପାଲ ସଂସ୍କୃତ କଲେଜରେ କଂଗ୍ରେସ ଦଳର ପ୍ରତିଷ୍ଠା ହୋଇଥିଲା । ପ୍ରତିଷ୍ଠା ଦିବସରେ ସାରାଦେଶରେ କଂଗ୍ରେସ ପକ୍ଷରୁ ତ୍ରିରଙ୍ଗା ଯାତ୍ରା କରାଯିବ । ଏହାସହ ସେଲଫି ଉଇଥ୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ମଧ୍ୟ ଦଳ କରିବ ବୋଲି ରବିବାର କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୂର୍ଯ୍ୟୋୱାଲା ।

ଦେଶରେ କଂଗ୍ରେସ ତାର 136ତମ ପ୍ରତିଷ୍ଠା ଦିବସ ପାଳନ କରି ତ୍ରିରଙ୍ଗା ଯାତ୍ରା କରିବ । ତେବେ ପ୍ରତିଷ୍ଠା ଦିବସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ରହିବେ ନାହିଁ । ସେ ବ୍ୟକ୍ତିଗତ କାରଣ ପାଇଁ ଇଟାଲୀ ଯାଇଥିବା ଜଣାପଡିଛି ।

ସୂଚନାଥାଉକି, ରାହୁଲ ଗାନ୍ଧୀ ଗୁରୁବାର ଦିନ ଏକ ପ୍ରତିନିଧୀ ଦଳର ନେତୃତ୍ବ ନେଇ କୃଷି ଆଇନ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ । ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦାଖଲ କରି କହିଥିଲେ ଯେ ସେ ଚାଷୀଙ୍କ ଦାବିକୁ ପୁନର୍ବିଚାର କରିବାକୁ ସରକାରଙ୍କୁ ଅନୁରୋଧ କରନ୍ତୁ। ସଂସଦର ମିଳିତ ଅଧିବେଶନ ଏବଂ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.