ETV Bharat / bharat

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେପଡନ୍ତି ଅରୁଣ ଜେଟଲୀ

author img

By

Published : Aug 24, 2020, 8:38 AM IST

ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । 2019 ମସିହା ଅଗଷ୍ଟ 24 ତାରିଖରେ ତାଙ୍କର 66 ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଥିଲା । ଅଧିକ ପଢନ୍ତୁ...

ଆଜି ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ଆଜି ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । 2019 ମସିହା ଅଗଷ୍ଟ 24 ତାରିଖରେ ତାଙ୍କର 66 ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଥିଲା । ସେ ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

2018 ମସିହାରେ ଅରୁଣଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଥିବାବେଳେ 2019 ସାଧାରଣ ନିର୍ବାଚନରେ ଭାଗ ନେଇନଥିଲେ । ସେହିପରି ମୋଦି ସରକାର 2.0ରେ ତାଙ୍କୁ କୌଣସି ଦାୟିତ୍ବ ନଦେବାକୁ ସେ ଅପିଲ କରିଥିଲେ ।

ମନେପଡନ୍ତି ଅରୁଣ...
ନିଜର କାର୍ଯ୍ୟଶୈଳୀ ତଥା ବିଜେପି ଦଳର ସଙ୍କଟମୋଚକ ଭାବେ ସେ ଆଜି ବି ଦଳର ମଧ୍ୟରେ ଛାପ ଛାଡିଛନ୍ତି । ନିଜର କାମ କରିବାର ଶୈଳୀରେ ସେ ବାଜପେୟୀଙ୍କ ଠାରୁ ଆରମ୍ଭ କରି ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ।

ଏପରିକି ମୋଦି ସରକାରର ପ୍ରଥମ ପାଳିରେ ସେ ଅର୍ଥମନ୍ତ୍ରୀର ଦାୟିତ୍ବ ତୁଲାଇଥିଲେ । ବିରୋଧୀଙ୍କ ଉପରେ ତାଙ୍କର ଶାଣିତ କଟାକ୍ଷ ତଥା ତଥ୍ୟ ଭିତ୍ତିକ ଯୁକ୍ତି ତାଙ୍କୁ ବିଜେପି ଭିତରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେଇଥିଲା ।

ତେବେ ଏହି ଦିବଂଗତ ନେତାଙ୍କ ଜନ୍ମ 1952 ମସିହା ଡିସେମ୍ବର 28 ତାରିଖରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲା । ତାଙ୍କ ପିତା କିଶନ ଜେଟଲୀ ଜଣେ ଓକିଲ ଥିଲେ ଓ ମା’ ରତନ ପ୍ରଭା ଜେଟଲୀ ଜଣେ ଗୃହିଣୀ ଥିଲେ ।

ଅରୁଣ ଜେଟଲୀଙ୍କ ରାଜନୈତିକ ଜୀବନ ବିଜେପିର ଛାତ୍ର ଶାଖାରେ ଯୋଗଦେବାପରଠାରୁ ଆରମ୍ଭ ହୋଇଥିଲା । 1974 ରେ ସେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ଛାତ୍ର ସଂସଦ ସଭାପିତ ଭାବେ ନିର୍ବାଚିତ ହେବାପରେ ଭାରତୀୟ ଜନତା ପାର୍ଟିର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ସେ ଯୋଗ ଦେଇଥିଲେ ।

ପରେ 1991 ମସିହାରେ ବିଜେପିର ଜଣେ ସଦସ୍ୟ ହୋଇଥିଲେ । 1999 ସାଧାରଣ ନିର୍ବାଚନରେ ତାଙ୍କୁ ବିଜେପିର ମୁଖପାତ୍ର କରିଦିଆଯାଇଥିଲା । 1999ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ସୂଚନା ପ୍ରସାରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ବାଜପେୟୀଙ୍କ କ୍ୟାବିନେଟରୁ ରାମ ଜେଠମାଳିନୀଙ୍କ ଇସ୍ତଫା ପରେ ସେ 2000 ମସିହା ଜୁଲାଇ 23 ତାରିଖରେ ଅତିରିକ୍ତ ଭାବେ ଆଇନ ମନ୍ତ୍ରଣାଳୟର ଦାୟିତ୍ବ ସମ୍ଭାଳିଥିଲେ । ପରେ 2003 ଜାନୁଆରୀ 29 ତାରିଖରେ ସେ ବାଣିଜ୍ୟ, ଉଦ୍ୟୋଗ ଏବଂ ଆଇନ ମନ୍ତ୍ରୀ ଦାୟିତ୍ବ ମଧ୍ୟ ବହନ କରିଥିଲେ ।

ତେବେ 2004ରେ ବିଜେପି ସରକାରରୁ ହଟିଯିବା ପରେ ତାଙ୍କୁ ଦଳର ମହାସଚିବ ଦାୟିତ୍ବ ମିଳିଥିଲା । ପରେ 2009 ମସିହାରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ହୋଇଥିଲେ ଅରୁଣ । ପରେ 2014 ମସିହାରେ ମୋଦି ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ବ ମିଳିଥିଲା ।

ତେବେ 2014 ସାଧାରଣ ନିର୍ବାଚନରେ ଅରୁଣ ଜେଟଲୀ ଅମ୍ରିତସର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂଙ୍କ ଠାରୁ ପରାଜିତ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ମନ୍ତ୍ରୀ ହୋଇଥିଲେ ।

ସେହିପରି କ୍ରିକେଟ ପ୍ରତି ପିଲାଦିନରୁ ତାଙ୍କର ଦୁର୍ବଳତା ରହିଆସିଥିଲା। ତେଣୁ ତାଙ୍କୁ ବିସିସିଆଇ ଉପସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ତେବେ ଆଇପିଏଲ ମ୍ୟାଚ୍ ଫିକ୍ସିଂ କେଳେଙ୍କାରୀ ପଦାକୁ ଆସିବା ପରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ସେହିଭଳି ଦୀର୍ଘ 13 ବର୍ଷ ଧରି ସେ ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଦାୟିତ୍ବ ତୁଲାଇଥିଲେ।

ରାଜନୀତି ସହ ଅରୁଣ ଜେଟଲୀ ତାଙ୍କର ଓକିଲାତି ବୃତ୍ତି ମଧ୍ୟ ଜାରି ରଖିଥିଲେ। 1977 ମସିହାରୁ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ହାଇକୋର୍ଟରେ ସେ ଆଇନଜୀବି ଭାବେ ତାଙ୍କ ଦକ୍ଷତା ପ୍ରତିପାଦିତ କରିଛନ୍ତି । 1990 ମସିହାରେ ସେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.