ଚେନ୍ନାଇ: କୋରୋନାର ଭୂତାଣୁର ସଂକ୍ରମଣଙ୍କୁ ରୋକିବା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ତବଲିଗୀ ଜମାତ୍ ଧର୍ମସଭା ଏବେ ଏହି ସଂକ୍ରମଣରେ ବିସ୍ତାର କରିଛି । ମାର୍ଚ୍ଚ ମାସରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଧର୍ମସଭାରେ ସାମିଲ ଅଧିକାଂଶ ଲୋକଙ୍କ ରକ୍ତ ନମୁନା ପଜେଟିଭ ଆସିଛି ।
ଏହି କ୍ରମରେ ଶୁକ୍ରବାର ତାମିଲୁନାଡୁରେ 102 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 102ଜଣଙ୍କ ମଧ୍ୟରୁ 100ଜଣ ଏହି ଧର୍ମସଭାରେ ସାମିଲ ହୋଇଥିଲେ । ରାଜ୍ୟରେ ମୋଟ କୋରୋନା ପଜେଟିଭଙ୍କ ସଂଖ୍ୟା 411ରେ ପହଞ୍ଚି ଥିବା ବେଳେ ତନ୍ମଧ୍ୟରୁ 364 ଜଣ ଦିଲ୍ଲୀ ଧର୍ମସଭାରେ ସାମିଲ ହୋଇଥିଲେ ।
ସେହିପରି ତାମିଲନାଡୁରେ ତବଲିଗୀ ଜମାତରେ ସାମିଲ ହୋଇଥିବା 1200 ଲୋକଙ୍କୁ ଚିହ୍ନଟ କରାଯାଇ କ୍ବାରେଣ୍ଟାଇନରେ ରଖାଯାଇଥିବା ନେଇ ତାମିଲନାଡୁ ସ୍ବାସ୍ଥ୍ୟ ସଚିବ ବି. ରାଜେଶ ସୂଚନା ଦେଇଛନ୍ତି ।
@ANI