ନୂଆଦିଲ୍ଲୀ: ଦେଶର ପାନୀୟ ଜଳ ସଙ୍କଟକୁ ଦୂର କରିବ ‘ହର ଘର ଜଲ’ ଯୋଜନା । ସମସ୍ତ ଦେଶବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ସରକାରଙ୍କ ମୂଳ ଲକ୍ଷ୍ଯ । 2024 ସୁଦ୍ଧା ସମସ୍ତ ଘରକୁ ଜଳ ଯୋଗାଇଦିଆଯିବ ବୋଲି ବଜେଟ୍ ଆଗତ କରିବା ଅବସରରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଦେଶରେ 265 ଜିଲ୍ଲାରେ ବର୍ତ୍ତମାନ ଏହି ଯୋଜନା ମାଧ୍ୟମରେ କାର୍ଯ୍ୟ ଜାରି ରହିଛି । ସେହିପରି ନିର୍ମଳା କହିଛନ୍ତି 2014 ରୁ ଏପର୍ଯ୍ୟନ୍ତ ଦେଶରେ 9.6 କୋଟି ପାଇଖାନା ସ୍ବଚ୍ଛ ଭାରତ ମିଶନ ଜରିଆରେ ନିର୍ମାଣ ସରିଛି । ମୋଦି ସରକାରର ପ୍ରଥମ ପ୍ରାଥମିକତା 2019 ଅକ୍ଟୋବର 2 ସୁଦ୍ଧା ଦେଶକୁ ବାହ୍ୟ ମଳତ୍ଯାଗ ମୁକ୍ତ କରିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି ।