ନୂଆଦିଲ୍ଲୀ: କୋରୋନା ଭାଇରସକୁ ରୋକିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବିଶେଷ ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ କେବଳ ଚୀନ ଓ ହଂକଂରୁ ଆସୁଥିବା ବିମାନଯାତ୍ରୀଙ୍କୁ କୋରୋନା ସ୍କ୍ରିନିଂ କରାଯାଉଥିବା ବେଳେ ଏବେ ଦକ୍ଷିଣ ଏସିଆର ଅନ୍ୟ ଦେଶ ଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଯାଞ୍ଚ କରାଯିବ । ଜାପାନ, ସାଉଥ କୋରିଆ, ଥାଇଲାଣ୍ଡ ଓ ସିଙ୍ଗାପୁରରୁ ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ ଏବେ ସ୍କ୍ରିନିଂ କରାଯିବ । ଏ ସଂପର୍କରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଚୀନରେ କେରୋନା ଭାଇରସରେ 1367 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 45 ହଜାରରୁ ଅଧିକ ଲୋକ ଆକ୍ରାନ୍ତ ରହିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
@ANI