ETV Bharat / bharat

ବାଘଠୁ ବନ କର୍ମଚାରୀଙ୍କୁ ସୁରକ୍ଷା ଦେବ ‘ଟାସ୍କ ଫୋର୍ସ’

କାଲାଗଡ ବ୍ୟାଘ୍ର ସଂରକ୍ଷଣ ରେଞ୍ଜରେ ବାଘ ଆକ୍ରମଣରେ 2 ଜଣ ବନକର୍ମଚାରୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଜଙ୍ଗଲ ଓ ପରିବେଶ ବିଭାଗ । ବାଘ ସହ ମୁକାବିଲା ପାଇଁ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବେ ବନକର୍ମଚାରୀ । ଏହାସହିତ କାର୍ବେଟ ଟାସ୍କ ଫୋର୍ସ ଗଠନ କରି 82ଟି ପୋଷ୍ଟ ଖୋଲାଯିବ ଏଥିରେ ପୂର୍ବତନ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 24, 2019, 9:40 PM IST

Updated : Oct 24, 2019, 9:51 PM IST

ଡେରାଡୁନ: ଗତ ଜୁଲାଇ ରୁ ଅକ୍ଟୋବର ମାସରେ କାଲାଗଡ ବ୍ୟାଘ୍ର ସଂରକ୍ଷଣ ରେଞ୍ଜରେ ବାଘ ଆକ୍ରମଣରେ 2 ଜଣ ବନକର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି । ଏହା ପରେ ବନ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତେବେ ଏକ କମିଟି ଗଠନ କରାଯିବା ପାଇଁ ଚେଷ୍ଟା ଜାରିରହିଛି । ଯେଉଁ କମିଟି ବାଘ ଉପରେ ନଜର ରଖିବ ।

ଏହାସହିତ ବାଘ ଠାରୁ ରକ୍ଷା ପାଇବା ପାଇଁ ବନକର୍ମୀମାନେ ମୁଣ୍ଡ ପଛପଟେ ମଣିଷ ମୁଖା ପିନ୍ଧିବେ ଓ ଜଙ୍ଗଲର କୌଣସି ସ୍ଥାନକୁ ଯିବାକୁ ହେଲେ 4 ଜଣ ବନକର୍ମଚାରୀ ଏକାଠି ଯିବେ । ବାଘ ମୁକାବିଲା ପାଇଁ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବେ ବନକର୍ମଚାରୀ । ଏହାସହିତ କାର୍ବେଟ ଟାସ୍କ ଫୋର୍ସ ଗଠନ କରି 82ଟି ପୋଷ୍ଟ ଖୋଲାଯିବ ଏଥିରେ ପୂର୍ବ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ ।

କାଲାଗଡ ବ୍ୟାଘ୍ର ସଂରକ୍ଷଣ ରେଞ୍ଜରେ 4 ମାସ ଭିତରେ ବାଘ ଆକ୍ରମଣରେ 2 ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି । ଯାହାକୁ ନେଇ ଜଙ୍ଗଲ ମନ୍ତ୍ରୀ ଡା. ହରକ ସିଂହ ବାଘଙ୍କ ବ୍ୟବହାରରେ ପରିବର୍ତ୍ତନ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଆଉ ଖୁବଶିଘ୍ର ଏନେଇ କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ, କାର୍ବେଟ ଘନ ଜଙ୍ଗଲରେ 150 ବାଘ ରହିବାର କ୍ଷମତା ରହିଛି । କିନ୍ତୁ ବର୍ତ୍ତମାନ କାର୍ବେଟରେ 250 ବାଘ ରହୁଛନ୍ତି । ଯାହା ବାଘଙ୍କ ବ୍ୟବହାରରେ ପରିବର୍ତ୍ତନର ମୁଖ୍ୟ କାରଣ ହୋଇପାରେ । ଏହାର ଯାଞ୍ଚ କରିବାନେଇ ଏକ ଟିମ ଗଠନ କରାଯାଇଛି ।

Intro:Body:

uu

Conclusion:
Last Updated : Oct 24, 2019, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.