ETV Bharat / bharat

କୋରୋନା ମୁକାବିଲା: 530 ଡାକ୍ତର, 1000 ନର୍ସ ପଦବୀ ପୂରଣ କଲେ ତାମିଲନାଡୁ ସରକାର

କୋରୋନା ମୁକବିଲାକୁ ଦୃଷ୍ଟିରେ ରଖି ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ.ପାଲାନିସ୍ୱାମୀ ଶୁକ୍ରବାର 530 ଡାକ୍ତର, 1000 ନର୍ସ ଏବଂ 1,508 ଲ୍ୟାବ ଟେକ୍ନିସିଆନ ନିଯୁକ୍ତ କରି ଖାଲିଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ 200 ନୂତନ ଆମ୍ବୁଲାନ୍ସ ଭ୍ୟାନ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

author img

By

Published : Mar 27, 2020, 4:19 PM IST

ଫାଇଲ ଫଟୋ
ଫାଇଲ ଫଟୋ

ଚେନ୍ନାଇ: ସାରା ଦେଶ ଏବେ ଏକ ଅତି ଭୟଙ୍କର ଭାଇରସ ବିରୋଧୀ ଲଢେଇ ଜାରି ରଖିଛି । 130 କୋଟିରୁ ଉର୍ଧ୍ବ ଲୋକ 21 ଦିନ ପାଇଁ ଲକଡାଉନରେ । ସମସ୍ତ ରାଜ୍ୟ ସରକାର କୋରୋନା ବିରୁଦ୍ଧରେ ଜାରି ଲଢେଇରେ ବିଜୟ ପାଇଁ ରାଜ୍ୟବାସୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ନିଜ ନିଜ ସ୍ତରରେ ଅତ୍ୟାବଶ୍ୟକ ପଦକ୍ଷେପ ମାନ ନେଉଛନ୍ତି । ଏପରିସ୍ଥଳେ ତାମିଲନାଡୁ ସରକାର ତ୍ବରିତ ଭାବେ ରାଜ୍ୟରେ ଖାଲିଥିବା ଡାକ୍ତର, ନର୍ସ ଓ ଲ୍ୟାାବ ଟେକ୍ନିସିଆନ ନିଯୁକ୍ତି ଦେବା ପାଇଁ ନିଷ୍ପତି ନେଇଛନ୍ତି ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ.ପାଲାନିସ୍ୱାମୀ ଶୁକ୍ରବାର 530 ଡାକ୍ତର, 1000 ନର୍ସ ଏବଂ 1,508 ଲ୍ୟାବ ଟେକ୍ନିସିଆନ ନିଯୁକ୍ତ କରି ଖାଲିଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ 200 ନୂତନ ଆମ୍ବୁଲାନ୍ସ ଭ୍ୟାନ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

କୋରୋନା ମହାମାରୀର ବିସ୍ତାରକୁ ରୋକିବା ପାଇଁ ସରକାର ତୁରନ୍ତ ମେଡିକାଲ ସର୍ଭିସେସ୍ ନିଯୁକ୍ତି ବୋର୍ଡ (ଏମଏସଆରବି) ମାଧ୍ୟମରେ ଡାକ୍ତରଖାନାରେ ଥିବା ବିଭିନ୍ନ ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପାଲାନିସ୍ୱାମୀ କହିଛନ୍ତି ଯେ ଏମଏସଆରବି ମାଧ୍ୟମରେ 530 ଡାକ୍ତର, 1000 ନର୍ସ ଏବଂ 1,508 ଲ୍ୟାବ ଟେକ୍ନିସିଆନ ନିଯୁକ୍ତ ଦିଆଯିବ । ତତ ସହିତ 200 ନୂତନ ଆମ୍ବୁଲାନ୍ସ ଭ୍ୟାନ ସେବା ଯୋଗାଇଦିଆଯିବ । ଏହାହସ ସେ ଆହୁରି କହିଛନ୍ତି ଯେ ନିଯୁକ୍ତି ନିର୍ଦ୍ଦେଶ ଦିଆଯାଉଛି ଏବଂ ପ୍ରାର୍ଥୀମାନେ ଏହାକୁ ଗ୍ରହଣ କରିବାର ତିନି ଦିନ ମଧ୍ୟରେ ଡ୍ୟୁଟିରେ ଯୋଗଦେବାକୁ ପରାମର୍ଶ ଦିଆଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ତାମିଲନାଡୁରେ 29 କୋରୋନା ପଜେଟଟିଭ ରିପୋର୍ଟ ରହିଛି । ସେଥିମଧ୍ୟରୁ 6 ବିଦେଶୀ ନାଗରିକ ରହିଛନ୍ତି । ଜଣେ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବା ବେଳେ କୋରୋନା ତାମିଲନାଡୁରେ ଜଣଙ୍କର ପ୍ରାାଣ ନେଇଛି ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.