ETV Bharat / bharat

ହାଥରସ୍ SDMଙ୍କ ବିରୋଧରେ TMC ସାଂସଦଙ୍କ ଅଭିଯୋଗ

ହାଥରସ ଏସଡିଏମ ପ୍ରେମ ପ୍ରକାଶ ମୀନାଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ଅଭିଯୋଗ ଆଣିଛି। ଟିଏମସି ସାଂସଦ ପ୍ରତୀମା ମଣ୍ଡଳ ତଥା ପୂର୍ବତନ ସାଂସଦ ମମତା ଠାକୁର କହିଛନ୍ତି ଯେ ହାଥରସ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଏସଡିଏମ ପ୍ରେମ ପ୍ରକାଶ ମୀନା ଅସଦାଚରଣ କରି ସେମାନଙ୍କୁ ଠେଲି ଦେଇଥିଲେ।

ହାଥରସ୍ SDM
ହାଥରସ୍ SDM
author img

By

Published : Oct 3, 2020, 1:39 PM IST

ଲକ୍ଷ୍ନୌ: ହାଥରସ ଏସଡିଏମ ପ୍ରେମ ପ୍ରକାଶ ମୀନାଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ଅଭିଯୋଗ ଆଣିଛି। ଟିଏମସି ସାଂସଦ ପ୍ରତୀମା ମଣ୍ଡଳ ତଥା ପୂର୍ବତନ ସାଂସଦ ମମତା ଠାକୁର କହିଛନ୍ତି ଯେ ହାଥରସ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଏସଡିଏମ ପ୍ରେମ ପ୍ରକାଶ ମୀନା ଅସଦାଚରଣ କରି ସେମାନଙ୍କୁ ଠେଲି ଦେଇଥିଲେ। ହାଥରସ ପୋଲିସ ଷ୍ଟେସନର ଲେଖାଯାଇଥିବା ଅଭିଯୋଗ ଅନୁସାରେ, ‘ପ୍ରତୀମା ମଣ୍ଡଳ ପୀଡିତ ପରିବାରକୁ ଶାନ୍ତିପୂର୍ଣ୍ଣ ଭାବେ ଭେଟିବାକୁ ଚାହୁଁଥିଲେ। ହାଥରସକୁ ଯାଉଥିବାବେଳେ ଏସଡିଏମ ପ୍ରେମ ପ୍ରକାଶ ମୀନା ତାଙ୍କୁ ଠେଲି ଦେଇ ତାଙ୍କ ସହ ଅଶ୍ଳୀଳତା କରିବାକୁ ଚେଷ୍ଟା କରିଥିଲେ ’ ।

ପ୍ରତୀମା ମଣ୍ଡଳ କହିଛନ୍ତି ଯେ ଗଣତନ୍ତ୍ରରେ କୌଣସି ପୀଡିତାର ପରିବାରର ପ୍ରତିନିଧୀଙ୍କୁ ଅନୁମତି ନ ଦେବା ଗଣତନ୍ତ୍ରର ହତ୍ୟା। ଏସଡିଏମ ପ୍ରେମ ପ୍ରକାଶ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ପତ୍ରରେ ଦର୍ଶାଯାଇଛି।

ଏହାପୂର୍ବରୁ ଟିଏମସି ସାଂସଦ କହିଥିଲେ ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ହାଥରସ ପୀଡିତାଙ୍କ ପରିବାରକୁ ଭେଟିବାକୁ ପଠାଇଛନ୍ତି। ପ୍ରତୀମା ମଣ୍ଡଳ ନିଜେ ଗୋଟେ ଦଳିତ ପରିବାରରୁ ଆସିଥିବା କହିଥିଲେ । ଯଦି ଜଣେ ଦଳିତ ମହିଳା ସାଂସଦଙ୍କୁ ଏହିପରି ବ୍ୟବହାର କରାଯାଏ, ତେବେ ଯୋଗୀରାଜରେ ଜଣେ ସାଧାରଣ ମହିଳାଙ୍କୁ କିପରି ବ୍ୟବହାର କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.