ETV Bharat / bharat

ସମ୍ପର୍କରେ ବଢାନ୍ତୁ ଭାବପ୍ରବଣତା

ସାଧାରଣତଃ ମହିଳାଙ୍କ କ୍ଷେତ୍ରରେ ଏହା ବହୁତ ସହଜ ଓ ସୁବିଧା । କାରଣ ସେମାନେ ଜନ୍ମରୁ ଭାବପ୍ରବଣତା ସହ ଅତଃପ୍ରୋତଃ ଭାବେ ଜଡିତ ଥାଆନ୍ତି । ଅଧିକ ପଢନ୍ତୁ...

author img

By

Published : Apr 18, 2020, 5:07 PM IST

ସମ୍ପର୍କରେ ବଢାନ୍ତୁ ଭାବପ୍ରବଣତା
ସମ୍ପର୍କରେ ବଢାନ୍ତୁ ଭାବପ୍ରବଣତା

ହାଇଦ୍ରାବାଦ: ସମ୍ପର୍କରେ ଇମୋସନାଲ ବା ଭାବପ୍ରବଣତା ଗୁରୁତ୍ବପୂର୍ଣ୍ଣ । ଗୋଟିଏ ସମ୍ପର୍କରେ ଭାବାବେଗର ଆବଶ୍ୟକତା ରହିଛି । ସାରା ଜୀବନ ସାଥିରେ ରହିବାକୁ ଏହା ଅତ୍ୟନ୍ତ ଜରୁରୀ । କେବଳ ଆପଣଙ୍କ ଫିଜିକାଲ ଆକ୍ଟିଭିଟି ଓ ଗୁଡ ଲୁକ୍ସ ସମ୍ପର୍କ ତିଆରି କରିନଥାଏ । ସମ୍ପର୍କଟିଏ ଆଗେଇବା ପାଇଁ ଭାବପ୍ରବଣତାର ଜରୁରୀ ରହିଛି । ଆପଣ କେତେ ବର୍ଷ ବିବାହ କରିଛନ୍ତି ବା ପରସ୍ପରକୁ କେତେ ଜାଣିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ସବୁଠୁ ବଡ କଥା ପରସ୍ପର ସହ ଇମୋସନାଲ ଭାବେ ଆପଣ କେତେ ଜଡିତ ।

ସାଧାରଣତଃ ମହିଳାଙ୍କ କ୍ଷେତ୍ରରେ ଏହା ବହୁତ ସହଜ ଓ ସୁବିଧା । କାରଣ ସେମାନେ ଜନ୍ମରୁ ଭାବପ୍ରବଣତା ସହ ଅତଃପ୍ରୋତଃ ଭାବେ ଜଡିତ ଥାଆନ୍ତି । କୌଣସି ପରିସ୍ଥିତିରେ ଇମୋସନାଲ ହେବା ସେମାନଙ୍କ ପାଇଁ ବଡ କଥା ନୁହେଁ । କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ ଏହା ଟିକେ ସମୟ ଲାଗିଥାଏ । ସେମାନେ ଏତେ ଶିଘ୍ର ଇମୋସନାଲ ହୋଇନଥାନ୍ତି । ତେବେ ଯଦି ଆପଣ ନିଜ ସ୍ବାମୀ କିମ୍ବା ପ୍ରେମିକ ବନ୍ଧୁଙ୍କୁ ଇମୋସନାଲ କରିବାକୁ ଚାହୁଁଛନ୍ତି ତେବେ କିଛି ସାଧାରଣ ଟିପ୍ସ ଆପଣାନ୍ତୁ ।

ପ୍ରଥମତଃ ତାଙ୍କ ସହ ସମସ୍ତ ସିକ୍ରେଟ ସେୟାର କରନ୍ତୁ । ସିକ୍ରେଟ ସେପରି ନୁହେଁ ଯାହା ତାଙ୍କୁ ଭୟଭୀତ କିମ୍ବା ଅସହଜ କରିବ । ବରଂ ଯାହା ଶୁଣିଲେ ସେ ଆପଣଙ୍କ ଏକ ଅଲଗା ଦିଗ ଜାଣିବେ । ଆପଣଙ୍କୁ ଅଧିକ ଭଲ ଭାବେ ଚିହ୍ନିବେ । ଆପଣଙ୍କ ବ୍ୟକ୍ତିତ୍ବର ନୂଆ ପରିଚୟ ପାଇବେ । କେବଳ ଆପଣ କାହିଁକି ତାଙ୍କୁ ମଧ୍ୟ କୁହନ୍ତୁ ସେ ନିଜର କିଛି ସିକ୍ରେଟ କହିବେ । ପରସ୍ପରର ନୂଆ ରୂପ ଓ ଭାବକୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ । ଏହା ସମ୍ପର୍କରେ ଉଭୟଙ୍କୁ ଅଧିକ ଇମୋସନାଲ କରିବ ।

ତାଙ୍କ ନିଷ୍ପତ୍ତିରେ ସହମତି ହୁଅନ୍ତୁ । ଯଦି ତାଙ୍କ ନିଷ୍ପତ୍ତି କାହାରି ପାଇଁ କ୍ଷତିକାରକ ନୁହେଁ ତେବେ ତାହା ଆପଣଙ୍କୁ ପସନ୍ଦ ନହେଲେ ମଧ୍ୟ ହଁ କରିଦିଅନ୍ତୁ । କାହାରି କ୍ଷତି କରୁନଥିବା ନିଷ୍ପତ୍ତିରେ କିଛି ସମସ୍ୟା ନାହିଁ । ଏହାକୁ ସମର୍ଥନ ଦେଇ ଆପଣଙ୍କ ବିଶ୍ବାସ ଓ ଭଲ ପାଇବା ଦେଖାଇଦିଅନ୍ତୁ । ଦେଖିବେ ସେ ଆଗକୁ ଆପଣଙ୍କ ମତାମତ ସବୁ ନିଷ୍ପତ୍ତିରେ ଦରକାର କରିବେ । ସେହିପରି ଛୋଟ ଛୋଟ ଅଯଥା କଳିକୁ ଦୂରେଇ ଦିଅନ୍ତୁ । କାହାରି ଦୁର୍ବଳତାକୁ ଝଗଡାର ଅଂଶ ବନାନ୍ତୁ ନାହିଁ । କୌଣସି କଥାରେ ଅସହମତି ହେଲେ ସଠିକ ଓ ଅଭିଜ୍ଞ ଭାବେ ଏହାକୁ ସମାଧାନ କରନ୍ତୁ ।

ସମ୍ପର୍କ ଦୀର୍ଘ ଦିନ ରଖିବାକୁ ଚାହୁଁଥିଲେ କୌଣସି ଅଧିକ ଆଶା ଦିଅନ୍ତୁ ନାହିଁ । ସବୁବେଳେ ସଚ୍ଚୋଟ ରୁହନ୍ତୁ । ଆପଣ ଯେମିତି ସେମିତି ଅନ୍ୟକୁ ନିଜର ପରିଚୟ ଦିଅନ୍ତୁ । ନିଜ ବିଷୟରେ କୌଣସି ଅଧିକ ତଥ୍ୟ ଦେବା ଭବିଷ୍ୟତରେ ଆପଣଙ୍କୁ ମହଙ୍ଗା ପଡିବ । ତାଙ୍କ ସିକ୍ରେଟ ବଜାୟ ରଖନ୍ତୁ । ଯଦି ଆପଣଙ୍କ ବିଶ୍ବାସ ଜିତି ସେ ଆପଣଙ୍କୁ କିଛି କହିଛନ୍ତି ତେବେ ତାହାକୁ ସିକ୍ରେଟ ହିଁ ରଖନ୍ତୁ । ସ୍ତ୍ରୀ ଲୋକଙ୍କ ଗୁଣ ଅନୁସାରେ ଏହାକୁ ଆଉ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ଉଭୟ ପରସ୍ପରକୁ ପ୍ରଶଂସା କରନ୍ତୁ । ପରସ୍ପର ଫାଣ୍ଟାସି ସମ୍ପର୍କରେ ଜାଣନ୍ତୁ ଏବଂ ତାହାକୁ ଆଗେଇ ନେବାରେ ପଦକ୍ଷେପ ନିଅନ୍ତୁ । କଠିନ ହେଉ କି ଭଲ ସବୁ ସମୟରେ ସାଥ ଦିଅନ୍ତୁ । ଦେଖିବେ ସମ୍ପର୍କରେ ଭାବପ୍ରବଣତା କେତେ ଗାଢ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.