ETV Bharat / bharat

ପରଫ୍ୟୁମ ବ୍ୟବହାର କରିବା ପୂର୍ବରୁ ଜାଣନ୍ତୁ, କିଛି ଖାସ କଥା

author img

By

Published : Jun 18, 2019, 11:37 AM IST

ଶରୀରର ଦୁର୍ଗନ୍ଧକୁ ଦୂର କରିବା ପାଇଁ ପରଫ୍ୟୁମର ବ୍ୟବହାର କରାଯାଇଥାଏ। ତେବେ ଏହାର ଭଲ ଭାବେ ବ୍ୟବାହର ଆପଣଙ୍କୁ ଦେଇପାରିବ ଦିନ ତମାମ ସତେଜତା।

ପ୍ରତିକାତ୍ମକ ଫଟୋ

ମଣିଷର ଦୈନନ୍ଦିନ ସହ ଜଡିତ ପରଫ୍ୟୁମ ବା ଡିଓ । ଝାଳର ଦୁର୍ଗନ୍ଧରୁ ବର୍ତ୍ତିବା ପାଇଁ ପରଫ୍ୟୁମ ବ୍ୟବହାର କରାଯାଇଥାଏ। କିଛି ବ୍ୟକ୍ତି ଶରୀରରେ ଭଲ ସୁଗନ୍ଧ ପାଇଁ ପରଫ୍ୟୁମର ବ୍ୟବହାର କରିଥାଆନ୍ତି । ଦିନ ତମାମ ଆପଣ ନିଜକୁ ଫ୍ରେସ ରଖିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି । ଆଜିକାଲି ଏହା ସମସ୍ତଙ୍କର ଆବଶ୍ୟକତା ହୋଇଯାଇଛି । କଲେଜ ହେଉ କିମ୍ବା ଅଫିସ, କିମ୍ବା କୌଣସି ପାର୍ଟି ଫଙ୍କସନ ସବୁ ଜାଗାରେ ଆବଶ୍ୟକ ହୋଇଥାଏ ପରଫ୍ୟୁମ ।

ଗରମ ଦିନରେ ଅତ୍ୟଧିକ ଝାଶ ବାହାରୁଥିବାରୁ ପରଫ୍ୟୁମ ଲଗାଇବା ଦ୍ବାରା ଦିନ ତମାମ ଫ୍ରେସ ଅନୁଭବ ହୋଇଥାଏ । ଏହାସହ ଦେହରୁ ଝାଳର ଦୁର୍ଗନ୍ଧ ମଧ୍ୟ ଆସିନଥାଏ । ପରଫ୍ୟୁମ ଯେ କେବଳ ସୁଗନ୍ଧ ଦେଇଥାଏ ତାହାନୁହେଁ, ଶରୀରରେ ଏହା ଏକ ପ୍ରକାର ଫୂର୍ତ୍ତି ମଧ୍ୟ ଆଣିଦେଇଥାଏ । ଏହାସହ ଆପଣଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ବଢାଇବାରେ ସହାୟକ ହୋଇଥାଏ । ତେବେ ବଜାରରେ ଅନେକ ପ୍ରକାରର ଭଳିକି ଭଳି ପରଫ୍ୟୁମର ଚାହିଦା ରହିଛି । ସବୁଠୁ ବଡ କଥା ହେଲା କେଉଁ ପ୍ରକାରର ପରଫ୍ୟୁମ ବେଶି ସମୟ ରହୁଛି ଆଉ ଏହାକୁ କିଣିବା ପୂର୍ବରୁ କେଉଁସବୁ ଦିଗ ପ୍ରତି ଧ୍ୟାନ ଦେବେ ଆସନ୍ତୁ ଜାଣିବା ।

ଶରୀରରେ ସେହି ସ୍ଥାନରେ ଏହାକୁ ଲଗାଇବା ଉଚିତ ଯେଉଁଠି ଅତ୍ୟଧିକ ମାତ୍ରାରେ ଝାଳ ବାହାରୁଛି ।
ପରଫ୍ୟୁମକୁ ହାତ ବନ୍ଧ, କହୁଣୀ, କାଖ, ବେକ ଓ କାନ ପଛରେ ଲଗାନ୍ତୁ । ପରଫ୍ୟୁମର ସୁଗନ୍ଧ ଯେପରି ଅତ୍ୟଧିକ ସମୟ ରହିବ ସେଥିପାଇଁ ଗାଧୋଇବା ପରେ ଦେହରେ ପେଟ୍ରୋଲିୟମ ଜେଲି କିମ୍ବା ମଶ୍ଚରାଇଜର ଲଗାଇଦିଅନ୍ତୁ । ତେବେ ଯେତିକି ଆବଶ୍ୟକ ସେତିକି ମାତ୍ରାରେ ଏହାର ବ୍ୟବହାର କରନ୍ତୁ ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍କିନ ପାଇଁ ହାନିକାରକ ହୋଇପାରେ ।

ଯଦି ଆପଣଙ୍କ ପାଖରେ ବହୁତ ଦିନ ଧରି ପରଫ୍ୟୁମ ରହିଛି ଆଉ ତାହାର ରଙ୍ଗ ଗାଢ ହୋଇଯାଉଛି ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହା ପ୍ରାକୃତିକ ଜିନିଷରେ ତିଆରି ହୋଇଛି । ଆଉ ଏହା ଶରୀର ପାଇଁ ଅତି ଲାଭଦାୟକ ଅଟେ । ଯଦି କୌଣସି ପରଫ୍ୟୁମ ଆପଣଙ୍କ ସ୍କିନକୁ ସୁଟ କରୁନାହିଁ କିମ୍ବା ଆଲର୍ଜି ହେଉଛି ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.