ETV Bharat / bharat

କୋରୋନା କେୟାର, ଫ୍ୟାମିଲ ଟାଇମ ଭରିଦେବ ସମ୍ପର୍କରେ ମିଠାସ୍

ସମସ୍ତେ ସମ୍ପର୍କରେ ମିଠାସ୍ ଚାହାଁନ୍ତି। ମଧୁର ସମ୍ପର୍କ ମାନସିକ ଶାନ୍ତି ଦେବା ସହ ପରିବାରରେ ହସଖୁସିର ମାହୋଲ ଭରିଦିଏ। ତେବେ ସମ୍ପର୍କରେ ଖଟାସ ପଣ ଜୀବନକୁ ବୋରିଂ କରିଦିଏ। ତେଣୁ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲରେ ରହିବା ପାଇଁ ହେଲେ ସମସ୍ତଙ୍କ ଯତ୍ନ ନେବା ସହ କେତେ ଗୁଡିଏ ଦିଗପ୍ରତି ଧ୍ୟାନ ଦେବା ଜରୁରୀ।

author img

By

Published : May 1, 2020, 8:33 AM IST

family time
କୋରୋନା କେୟାର, ଫ୍ୟାମିଲ ଟାଇମ ଭରିଦେବ ସମ୍ପର୍କରେ ମିଠାସ୍

ଲକଡାଉନ ପାଇଁ ସମସ୍ତେ ଘରେ ରହୁଛନ୍ତି। ଏହି ସମୟରେ କିଏ ବୋର ହେଉଛି ତ ଆଉ କିଏ ମାନସିକ ଶାନ୍ତିକୁ ହରାଇ ବସୁଛି। ହେଲେଏତେ ଦିନର ଛୁଟି ନିଜ କର୍ମମୟ ଜୀବନରେ କେବେ ବି ମିଳି ନଥାନ୍ତା ଏକଥା ଆପଣ ଭୁଲିଯାଉଛନ୍ତି ବୋଧେ। ସେଥିମପାଇଁ ଏହି ସମୟର ଉପଯୋଗ ନିଜର ପରିବାର ସଦସ୍ୟଙ୍କ ସହ କରନ୍ତୁ। ଯାହା ଆପଣଙ୍କୁ ଖୁସ କରିଦେବ।

କାରଣ ସମସ୍ତେ ସମ୍ପର୍କରେ ମିଠାସ୍ ଚାହାଁନ୍ତି। ମଧୁର ସମ୍ପର୍କ ମାନସିକ ଶାନ୍ତି ଦେବା ସହ ପରିବାରରେ ହସଖୁସିର ମାହୋଲ ଭରିଦିଏ। ତେବେ ସମ୍ପର୍କରେ ଖଟାସ ପଣ ଜୀବନକୁ ବୋରିଂ କରିଦିଏ। ତେଣୁ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲରେ ରହିବା ପାଇଁ ହେଲେ ସମସ୍ତଙ୍କ ଯତ୍ନ ନେବା ସହ କେତେ ଗୁଡିଏ ଦିଗପ୍ରତି ଧ୍ୟାନ ଦେବା ଜରୁରୀ।

କାରଣ ଆପଣ କାହାକୁ ସ୍ନେହ ଓ ପ୍ରେମ ଦେଲେ ସେ ମଧ୍ୟ ତାର ପ୍ରତିଦାନରେ ଆପଣଙ୍କୁ ଭଲପାଇବା ବାଣ୍ଟିବ। ତେବେ ଆସନ୍ତୁ ଜାଣିବା ସମ୍ପର୍କକୁ ସୁଦୃଢ କରିବାର କିଛି ନିଆରା ନିୟମ ବିଷୟରେ...

ଇଟ ଆଣ୍ଡ ସିଟ୍ ଫର୍ମୁଲା

ଅର୍ଥାତ୍ ପରିବାରର ପ୍ରତ୍ୟେକ ସଦସ୍ୟ ଖାଇବା ସମୟରେ ଏକାଠି ବସି ଖାଆନ୍ତୁ। ଯାହା ପରିବାରରେ ହସଖୁସି ଫେରାଇ ଆଣେ। ଯଦି ଆପଣଙ୍କ ଏକୁଟିଆ ଖାଇବାର ଅଭ୍ୟାସ ଅଛି ତାହା ହେଲେ ଏହାକୁ ଧ୍ୟାନରୁ ବାହାର କରିଦିଅନ୍ତୁ। ପରିବାରରେ ଏକାଠି ଖାଦ୍ୟ ଖାଇବା ସମ୍ପର୍କର ତିକ୍ତତାକୁ ଦୂର କରିଥାଏ |

ପରିବାରକୁ ସଦସ୍ୟ ସହ ସମୟ ବିତାନ୍ତୁ

ପରିବାରକୁ ସମୟ ଦେବା ଜରୁରୀ ଅଟେ। ପରିବାର ସହିତ ସମୟ ନଦେବା କାରଣରୁ ଅନେକ ଥର ପରିବାର ଭାଙ୍ଗିରୁଜି ଯାଏ। ଆପଣଙ୍କ ପରିବାର, ପିଲା ଏବଂ ପତ୍ନୀଙ୍କ ସହିତ ଅଧିକରୁ ଅଧିକ ସମୟ ବିତାନ୍ତୁ।

ଘର ସଦସ୍ୟଙ୍କୁ ଆପଣଙ୍କ କାର୍ଯ୍ୟଭାରର ଆଭାସ ଦିଅନ୍ତୁ ନାହିଁ

ଆପଣଙ୍କ କାର୍ଯ୍ୟର ଚାପକୁ ପରିବାର ଉପରେ କେବେବି ପଡ଼ିବାକୁ ଦିଅନ୍ତୁ ନାହିଁ । ତୁମେ କେତେ ଟେନସନ ରହୁଛ, ଘରଲୋକଙ୍କୁ ମଧ୍ୟ ଅନୁଭବ କରାନ୍ତୁ ନାହିଁ ।ଏହି ଜିନିଷକୁ ଆପଣାଇବା ଦ୍ବାରା ନିଜ କାର୍ଯ୍ୟାଳୟ ଏବଂ କାର୍ଯ୍ୟର ଚାପ ଭାର ମଧ୍ୟ ହ୍ରାସ ପାଇବ ଓ ପରିବାରରେ ଖୁସିର ବାତାବରଣ ମଧ୍ୟ ରହିବ ।

ପ୍ରେମରେ ହସାନ୍ତୁ ପରିବାରକୁ

ପରିବାରରେ ଅନେକ ସମୟରେ ଛୋଟ ଛୋଟ ଜିନିଷ ଉପରେ ଝଗଡା ହୁଏ। କିନ୍ତୁ ଏହାକୁ ଭୁଲି ଆଗକୁ ବଢିବାକୁ ହେବ। ପରିବାରରେ ସମୃଦ୍ଧତା ବଜାୟ ରଖିବା ପାଇଁ, ଆପଣଙ୍କ ପିଲା ଏବଂ ପରିବାରକୁ ସଂଯମତା ଏବଂ ପ୍ରେମ ସହିତ ବ୍ୟବହାର କରିବା ଉଚିତ୍।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.