ETV Bharat / bharat

ନଭେମ୍ବର ୨ରେ ପୃଥିବୀକୁ ଧକ୍କା ଦେଇପାରେ ଗ୍ରହାଣୁପୁଞ୍ଜ; ନାସା - NASA

2020 ରେ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ନଭେମ୍ବର ୩‌ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପୃଥିବୀ ଆଡକୁ ଆସୁଥିବା ଏକ ଗ୍ରହାଣୁପୁଞ୍ଜ ପୃଥିବୀ ‌ଦେହରେ ଧକ୍କା ହେବାର ଆଶଙ୍କା ରହିଛି ବୋଲି ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା ପୂର୍ବାନୁମାନ କରିଛି । ଅଧିକ ପଢନ୍ତୁ...

ନଭେମ୍ବର ୨ରେ ପୃଥିବୀକୁ ଧକ୍କା ଦେଇପାରେ ଗ୍ରହାଣୁପୁଞ୍ଜ; ନାସା ପୂର୍ବାନୁମାନ

author img

By

Published : Aug 25, 2020, 5:09 PM IST

ୱାଶିଂଟନ୍‌: 2020 ରେ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ନଭେମ୍ବର ୩‌ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପୃଥିବୀ ଆଡକୁ ଆସୁଥିବା ଏକ ଗ୍ରହାଣୁପୁଞ୍ଜ ପୃଥିବୀ ‌ଦେହରେ ଧକ୍କା ହେବାର ଆଶଙ୍କା ରହିଛି ବୋଲି ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା ପୂର୍ବାନୁମାନ କରିଛି । ଯଦିଓ ଏହି ଖବରଟି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଛି, ମ‌ାତ୍ର ନାସା ଆଶ୍ବାସନା ଦେଇ କହିଛି କି ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

ପୃଥିବୀ ଠାରୁ ପ୍ରାୟ 450,000 କିଲୋମିଟର (280,000 ମାଇଲ) ଦୂରରେ ଥିବାବେଳେ କାଲିଫର୍ନିଆର ପାଲୋମାର ଅବଜରଭେଟୋରୀ ଦ୍ବାରା 2018VP1 ନାମକ ଏହି ଗ୍ରହାଣୁପୁଞ୍ଜ ପ୍ରଥମେ 2018 ରେ ଦେଖାଯାଇଥିଲା। ନାସା ଦେଇଥିବା ସୂଚନା ମୁତାବକ, ଏହି ଗ୍ରହାଣୁପୁଞ୍ଜକୁ ୨ ବର୍ଷର କକ୍ଷପଥ ମିଳିଛି। ଏହା ପୁନର୍ବାର ପୃଥିବୀ ଆଡ଼କୁ ଗତି କରୁଛି। ଅନୁମାନ କରାଯାଉଛି ‌ଯେ 2018VP1 ଗ୍ରହାଣୁପୁଞ୍ଜଟି ପୃଥିବୀଠାରୁ ୪,୯୯୪.୭୬ କିଲୋମିଟର ନିକଟକୁ ପଳାଇ ଆସିବ। ଅର୍ଥାତ ଚଳିତବର୍ଷ ନଭେମ୍ବର ୨ ତାରିଖ ସୁଦ୍ଧା ପୃଥିବୀ ସହ ସାମାନ୍ୟ ମୁହାଁମୁହିଁ ହେବାର ସମ୍ଭାବନା ରହିଛି।

ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଯଦି ବି ଏହି ଗ୍ରହାଣୁପୁଞ୍ଜଟି ପୃଥିବୀକୁ ଧକ୍କା ଦିଏ, ଅଧିକ କ୍ଷତି ଘଟାଇବ ନାହିଁ କାରଣ ଏହାର ଆକାର ଏକ ଛୋଟ୍‌ କାର ପରି(୨ ମିଟର୍‌ ବା ୭ ଫୁଟ୍‌ ବ୍ୟାସ୍‌)‌ । ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଏକ କାର୍ ଆକାରର ଗ୍ରହାଣୁପୁଞ୍ଜ ପୃଥିବୀର ନିକଟତର ହୋଇ ହଠାତ କେଉଁଆଡ଼େ ଉଭାନ ହୋଇ ଯାଇଥିଲା। ଗବେଷକମାନେ ଏ ନେଇ କୌଣସି ସୂଚନା ପାଇପାରିନଥିଲେ। ନାସା କହିଛି ଯେ ଏହି ଗ୍ରହାଣୁପୁଞ୍ଜଟି ରବିବାର ଦିନ 12.08 ପୂର୍ବାହ୍ନ (ଭାରତ ସମୟ 9.38 pm) ରେ ଦକ୍ଷିଣ ଭାରତ ମହାସାଗରର 2,950 କିଲୋମିଟର ଉପରେ ଏହା ଅତିକ୍ରମ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.