ETV Bharat / bharat

ଶିକ୍ଷାନୁଷ୍ଠାନର କେଉଁ ଅଂଶ ଅନଲାଇନ ରହିବ ନିଷ୍ପତ୍ତି ନେବା ସମୟ ଆସିଛି: ଜେଏନୟୁ ଭିସି - ଏମ ଜଗଦେଶ କୁମାର

ଶିକ୍ଷାନୁଷ୍ଠାନର କେଉଁ ଅଂଶ ଶ୍ରେଣୀଗୃହ ଭିତରେ ରହିବା ଆବଶ୍ୟକ ଏବଂ କେଉଁ ଅଂଶ ଅନଲାଇନରେ ରହିବା ଆବଶ୍ୟକ ତାହା ସ୍ଥିର କରିବାର ସମୟ ଆସିଛି ବୋଲି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ଏମ ଜଗଦେଶ କୁମାର ଶନିବାର କହିଛନ୍ତି ।

jnu
ସମୟ ଆସିଛି ଶିକ୍ଷାନୁଷ୍ଠାନର କେଉଁ ଅଂଶ ଅନଲାଇନ ରଖିବା ନିଷ୍ପତ୍ତି କରିବା
author img

By

Published : May 10, 2020, 10:45 AM IST

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନର କେଉଁ ଅଂଶ ଶ୍ରେଣୀଗୃହ ଭିତରେ ରହିବା ଆବଶ୍ୟକ ଏବଂ କେଉଁ ଅଂଶ ଅନଲାଇନରେ ରହିବା ଆବଶ୍ୟକ ତାହା ସ୍ଥିର କରିବାର ସମୟ ଆସିଛି ବୋଲି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ଏମ ଜଗଦେଶ କୁମାର ଶନିବାର କହିଛନ୍ତି।

ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଅନଲାଇନ୍ ମୋଡ୍ (ଜେଏନୟୁ-ଡବ୍ଲୁଇଟିଓଏମ ଆଇଆଇ)ମାଧ୍ୟମରେ ଶିକ୍ଷାଦାନକୁ ସଶକ୍ତିକରଣ ଉପରେ ଦ୍ୱିତୀୟ ଦୁଇ ଦିନିଆ ଜେଏନୟୁ କର୍ମଶାଳା ବିଷୟରେ କଥାବାର୍ତ୍ତା କରି କୁମାର କହିଛନ୍ତି ଯେ, ଅନଲାଇନ ଶିକ୍ଷା ଆମ ଶିକ୍ଷାନୁଷ୍ଠାନ ପାଇଁ ନୂତନ ଥିବାରୁ କୋରୋନା ପରେ ଜେଏନୟୁ ସମଗ୍ର ଦେଶର ଶିକ୍ଷକଙ୍କୁ ଟ୍ରେନିଂ ଦେବା ଜାରି ରଖିବ ।

ଏଥିସହ ସେ କହିଛନ୍ତି, ‘ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ରହିବା ଏବଂ ଅଧ୍ୟାପନାରେ ଯୋଗଦେବା ପାଇଁ ଆବଶ୍ୟକ ସ୍ବାଧୀନତା ଦିଆଯିବା ଆବଶ୍ୟକ। ଶିକ୍ଷାନୁଷ୍ଠାନର କେଉଁ ଅଂଶ ଶ୍ରେଣୀଗୃହ ଭିତରେ ଏବଂ କେଉଁ ଅଂଶ ଅନଲାଇନରେ ରହିବା ଆବଶ୍ୟକ ତାହା ସ୍ଥିର କରିବାର ସମୟ ଆସିଛି। ଜେଏନୟୁ-ଡବ୍ଲୁଇଟିଓଏମ ଆଇଆଇରେ ଦେଶର 600 ରୁ ଅଧିକ ଅଧ୍ୟାପକ ଯୋଗ ଦେଉଛନ୍ତି।

ଏକ ଲାଇଭ୍ ସର୍ଭେରେ, 87% ଅଂଶଗ୍ରହଣକାରୀ କର୍ମଶାଳାକୁ "ଉତ୍କୃଷ୍ଟ" ମାନ୍ୟତା ଦେଇଛନ୍ତି ବୋଲି ଜେଏନୟୁ ଭିସି କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.