ETV Bharat / bharat

16 ବାଘ ଦାନ୍ତ ଜବତ, 4 ଗିରଫ - Tiger teeth recovered from Assam, four arrested

ଆସାମର କର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ 16 ଟି ବାଘ ଦାନ୍ତ ଜବତ କରିବା ସହିତ 4 ଜଣଙ୍କୁ ଗିରଫ କରିଛି ପୋଲିସ । ରାକେଟର ପର୍ଦ୍ଦାଫାଶ ପାଇଁ ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢନ୍ତୁ .......

16 ବାଘ ଦାନ୍ତ ଜବତ , 4 ଗିରଫ
16 ବାଘ ଦାନ୍ତ ଜବତ , 4 ଗିରଫ
author img

By

Published : Oct 21, 2020, 5:22 PM IST

ଗୌହାଟି: ଆସାମର କର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ 16 ଟି ବାଘ ଦାନ୍ତ ଜବତ କରିବା ସହିତ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଆସାମ ପୋଲିସ ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ପୋଲିସ ଏହି ଅପରେସନ ଆରମ୍ଭ କରିଥିଲା । ଚଢାଉ କରିବା ସମୟରେ ଦିପୁ ଥାନା ଅନ୍ତର୍ଗତ ବିର୍ଲା ନାମକ ଏକ ସ୍ଥାନରୁ ଅଭିଯୁକ୍ତଙ୍କ ଘରୁ 16ଟି ବାଘ ଦାନ୍ତ ଜବତ କରିଛି ପୋଲିସ । ସମସ୍ତ 4 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

ଏହି ଅପରେସନର ଦିପୁ ପୋଲିସ ମୁଖ୍ୟାଳୟର ଉପ ଆରକ୍ଷୀ ଅଧୀକ୍ଷକ ନେତୃତ୍ବ ନେଇଥିବା ବେଳେ ଏହି ଅଭିଯାନରେ ମଞ୍ଜା ପୋଲିସ ଷ୍ଟେସନର ଅନ୍ୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣକୁ ପ୍ରତିହତ କରିବା ପାଇଁ ଏହି ଅପରେସନ ଆରମ୍ଭ କରାଯାଇଥିବା ଆସାମ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.