ETV Bharat / bharat

LAC ଯାଉଥିବା ଯବାନଙ୍କ ମନୋବଳ ବଢାଇଲେ ତିବ୍ଦତୀୟ

author img

By

Published : Sep 4, 2020, 4:36 PM IST

ହିମାଚଳ ଏବଂ ଲଦାଖରେ ଏଲଏସି ଅଭିମୁଖେ ଯାଉଥିବା ସୈନ୍ୟମାନଙ୍କୁ ଶିମଲାରେ ସ୍ବତନ୍ତ୍ର ଢଙ୍ଗରେ ସ୍ବାଗତ କରାଯାଇଛି । ଏଥିସହ ସୀମା ଅଭିମୁଖେ ଯାଉଥିବା ଯବାନଙ୍କ ମନୋବଳ ବଢାଇଛନ୍ତି ତିବ୍ଦତୀୟ ସମ୍ପ୍ରଦାୟ ।

LAC ଯାଉଥିବା ଯବାନଙ୍କ ମୋନବଳ ବଢାଇଲେ ତିବ୍ଦତୀୟ

ଶିମଲା: ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ଆକ୍ରମଣାତ୍ମକ ସ୍ବଭାବର କଡା ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି ଭାରତୀୟ ଯବାନ । ଚୀନକୁ ଉପଯୁକ୍ତ ଉତ୍ତର ଦେବା ପାଇଁ ଭାରତୀୟ ସେନା ଏଲଏସିରେ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ ଜାରି ରଖିଛି । ସୀମାନ୍ତରେ ଶତ୍ରୁର ପରାଜୟ ବା ପାଇଁ ସ୍ପେଶାଲ୍ ଫ୍ରଣ୍ଟିଅର୍ ଫୋର୍ସ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ଇତି ମଧ୍ୟରେ ଶିମଲାରେ ଏକ ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି । ହିମାଚଳ ଏବଂ ଲଦାଖରେ ଏଲଏସି ଅଭିମୁଖେ ଯାଉଥିବା ଯବାନଙ୍କୁ ଶିମଲାରେ ସ୍ବତନ୍ତ୍ର ଢଙ୍ଗରେ ସ୍ବାଗତ କରାଯାଇଛି । ଏଥିସହ ସୀମା ଅଭିମୁଖେ ଯାଉଥିବା ଯବାନଙ୍କ ମନୋବଳ ବଢାଇଛନ୍ତି ତିବ୍ଦତୀୟ ସମ୍ପ୍ରଦାୟ। ସେମାନେ ତିବ୍ଦତର ନିର୍ବାସିତ ସରକାରଙ୍କ ପତାକା ସହ ତ୍ରିରଙ୍ଗା ଉଡାଇଛନ୍ତି । ଏଥିସହ ସେମାନେ ଭାରତ ମାତା କି ଜୟ ସ୍ଲୋଗାନ ଦେଇଛନ୍ତି । ଯବାନଙ୍କ ଗାଡିରେ ଧଳା କପଡା ବାନ୍ଧି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତିବ୍ଦତୀୟମାନେ।

ଚୀନର ଦମନ ଏବଂ ଦଖଲ ହେତୁ ଦଶନ୍ଧି ଧରି ଭାରତରେ ରହୁଥିବା ତିବ୍ଦତୀୟମାନେ ସୈନିକମାନଙ୍କ ସମ୍ମାନାର୍ଥେ ଏତେ ସ୍ଲୋଗାନ ଦେଇଥିଲେ ଯେ ଏହାର ପ୍ରତିଧ୍ବନି ଚାରିଦିଗରେ କମ୍ପିଉଠିଥିଲା । ରାସ୍ତାର ଉଭୟ ପାର୍ଶ୍ବରେ ତିବ୍ଦତୀୟ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

ତେବେ ଭାରତ-ଚୀନ ସୀମାରେ ଥିବା ଭାରତୀୟ ସୈନ୍ୟବାହିନୀକୁ ସମର୍ଥନ କରିବା ପାଇଁ ତିବ୍ଦତୀୟ ସେନା ମଧ୍ୟ ସୀମା ରକ୍ଷା କରିବାକୁ ଯାଉଛନ୍ତି। ଏଥିପାଇଁ ସେମାନେ ବହୁତ ଖୁସି ଅଛନ୍ତି ଏବଂ ଚୀନକୁ ମଜା ଚଖାଇବା ପାଇଁ ସେମାନେ ପ୍ରସ୍ତୁତ ରହିଥିବା ସ୍ଥାନୀୟ ତିବ୍ଦତୀୟ ସଂସଦର ସେକ୍ରେଟେରୀ ଜେନେରାଲ୍ ପାଲାନ୍ଦେନ ଦୁନ୍ଦୁପ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.