ହାଇଦ୍ରାବାଦ: ନିଜାମାବାଦରେ ଅଭାବନୀୟ ଘଟଣା । ନାଳରୁ ତିନି ଶିଶୁଙ୍କ ମୃତଦେହ ଉଦ୍ଧାର । ନିଜାମାବାଦ ପେପର ମିଲ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ପାଣିରେ ବୁଡି ଏମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।
ରବିବାର ଅପରାହ୍ନରୁ ଏହି ତିନି ଶିଶୁ ନିଖୋଜ ଥିଲା । ପ୍ରଥମେ ପରିବାର ଖୋଜାଖୋଜି ପରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଫଳରେ ଆଜି ଏମାନଙ୍କ ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପଟେ 3 ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ତିନି ପିଲାଙ୍କ ବୟସ 7 ବର୍ଷ ବୋଲି ଜଣାପଡିଛି । ପେପର ମିଲ ଅଞ୍ଚଳର ଦୀପକ, ସିଦ୍ଧାର୍ଥ ଏବଂ ହୁଜୁର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।