ETV Bharat / bharat

ତ୍ରାଲ: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 3 ଆତଙ୍କବାଦୀ ନିପାତ

author img

By

Published : Feb 19, 2020, 7:58 AM IST

ଜମ୍ମୁ-କାଶ୍ମୀର ପୁଲୱାମାର ତ୍ରାଲ ଅଞ୍ଚଳରେ ମଙ୍ଗଳବାର ମଧ୍ୟରାତ୍ରିରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି । ଏଥିରେ 3 ଆତଙ୍କବାଦୀ ନିପାତ ହୋଇଛନ୍ତି । ଅଧିକ ପଢନ୍ତୁ...

encounter
ଏନକାଉଣ୍ଟର

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାର ତ୍ରାଲ ଅଞ୍ଚଳରେ ମଙ୍ଗଳବାର ମଧ୍ୟ ରାତ୍ରିରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି । ଏଥିରେ 3 ଆତଙ୍କବାଦୀ ନିପାତ ହୋଇଥିବା ଜମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି । ମୃତ ଆତଙ୍କବାଦୀଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରିନଥିବା ବେଳେ ସେମାନେ ସ୍ଥାନୀୟ ଆତଙ୍କବାଦୀ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ମଧ୍ୟ ଜବତ ହୋଇଛି ।

ମଙ୍ଗଳବାର ସନ୍ଧ୍ୟା ସମୟରେ ତ୍ରାଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ସୂଚନା ଆଧାରରେ ଜମ୍ମୁ-କାଶ୍ମୀର ପୋଲିସ, ସିଆରପିଏଫ ଏବଂ ସେନା ମିଳିତ ଭାବରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଏହା ପରେ ସୁରକ୍ଷାକର୍ମୀ ସମ୍ପୁର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଏନକାଉଣ୍ଟର ଆରମ୍ଭ କରିଥିଲେ । ସେପଟେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ କେତେକ ଆତଙ୍କବାଦୀ ସଂଗଠନ ସହ ମିଶି ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛି । ସେମାନେ ଜମ୍ମୁ-କାଶ୍ମୀରରେ ପୁଲୱାମା ଭଳି ଆଉ ଏକ ଆକ୍ରମଣ ଘଟାଇବାର ଯୋଜନା ପ୍ରସ୍ତୁତ କରୁଥିବା କିଛିଦିନ ପୂର୍ବରୁ ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.