କଲମ୍ବୋ: ତାମିଲନାଡୁର ତିନିଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା। ଅନ୍ତରାଷ୍ଟ୍ରୀୟ ସାମୁଦ୍ରିକ ସୀମା ଉଲ୍ଲଂଘନ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଶ୍ରୀଲଙ୍କା ପକ୍ଷରୁ କୁହାଯାଇଛି।
ପ୍ରାୟ 800 ମତ୍ସ୍ୟଜୀବୀ ଅକ୍ଟୋବର 16 ତାରିଖ ବୁଧବାର ଠାରୁ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ କଦଲରାଜ (34), ରମେଶ (32), ସେଥଲ(37) ଶ୍ରୀଲଙ୍କା ନୌସେନା ଦ୍ବାରା ଗିରଫ ହୋଇଛନ୍ତି।
ସମସ୍ତ ମତ୍ସ୍ୟଜୀବୀ ପୁଡ୍ଡୁକୋଟାଇର ବାସିନ୍ଦା ହୋଇଥିବା ବେଳେ ଏମାନେ ନେଦୁନଥିବୁ ଦ୍ବୀପ ନିକଟରେ ମାଛ ଧରୁଥିବା ସମୟରେ ଶ୍ରୀଲଙ୍କା ନୌସେନା ହାତରେ ଧରା ପଡିଛନ୍ତି।