ETV Bharat / bharat

ଭୂସ୍ଖଳନରେ 3 ପ୍ରତିଷ୍ଠିତ ପର୍ବତାରୋହୀଙ୍କ ମୃତ୍ୟୁ !

ପଶ୍ଚିମ କାନାଡାର ପାର୍ବତୀୟ କ୍ଷେତ୍ରରେ ଭୂସ୍ଖଳନ ଯୋଗୁଁ 3 ପ୍ରତିଷ୍ଠିତ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 20, 2019, 10:26 AM IST

ଓଟାୱା: ପଶ୍ଚିମ କାନାଡାର ପାର୍ବତୀୟ କ୍ଷେତ୍ରରେ ଭୂସ୍ଖଳନ । ଏଥିରେ ବିଶ୍ବର 3ଜଣ ବିଖ୍ୟାତ ପର୍ବତାରୋହୀ ପେଶାଓ୍ବରରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଏପରିକି ସେମାନଙ୍କର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ମଧ୍ୟ କରାଯାଉଛି ।

ସେମାନେ ହେଲେ ଆମେରିକାର ଜୋଶ୍ ରୋଶକେଲେ , ଇଂଶଜୋର୍ଗ ଏୟୁର ଓ ଡେବିଡ୍ ଲାମା । ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ଖୋଜାଖୋଜି କରାଯାଉଥିବା ସେଠାକାର ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଏହି ପର୍ବତାରୋହୀମାନେ ପର୍ବତାରୋହଣ କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଭୂସ୍ଖଳନ ହୋଇଥିଲା । ଫଳରେ ସେମାନେ ନିଖୋଜ ହୋଇଥିଲା । ବହୁ ଖୋଜାଖୋଜି ପରେ ସେମାନଙ୍କ କୌଣସି ସନ୍ଧାନ ମିଳିପାରୁ ନଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

 ||ବରଗଡ ||

   ଚଳିତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ବିଜେପୁର ବିଧାନସଭାରେ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ସାରା ରାଜ୍ୟ ବାସୀଙ୍କ ନଜର ରହିଛି ଏହି ବିଧାନସଭା ଉପରେ | ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ମଇଦାନକୁ ଓହଲ୍ଲାଇ ଥିବାବେଳେ ନବୀନ ପଟ୍ଟନାୟକ ଏହି ଅଞ୍ଚଳରୁ ବିଜୟୀ ହେବାରେ କେତେ ସଫଳ ହେଉଛନ୍ତି ତାହା ସମସ୍ତଙ୍କ ନଜର ରହିଛି | ଏହି ବିଜେପୁର ନିର୍ବାଚନ ମଣ୍ଡଳୀ ର ଜନସାଧାରଣ କେବେ ମଧ୍ୟ ବାହାର ଅଞ୍ଚଳର ପ୍ରାର୍ଥୀଙ୍କୁ ନିର୍ବାଚନରେ ବିଜୟୀ ହେବାକୁ ଦେଇନାହାନ୍ତି , ଏପରିକି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏହି ବିଜେପୁର ବିଧାନସଭାରେ ପରାଜୟ ସ୍ଵୀକାର କରି ଫେରିଛନ୍ତି | ତେବେ ଏଠାକାର ଲୋକେ ନବୀନ ପଟ୍ଟନାୟକ ଙ୍କୁ କେତେ ଗ୍ରହଣ କରୁଛନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଯାହା ନିର୍ବାଚନ ଫଳାଫଳ ପରେ ନବୀନଙ୍କ ଲୋକପ୍ରିୟତା ଏହି ଅଞ୍ଚଳରେ କେତେ ତାହା ଜଣାପଡିବ |  ତେବେ ଆଜି ବିଜେପୁର ବିଧାନସଭାରେ ନବୀନ ପଟ୍ଟନାୟକ ଙ୍କ ଭାଗ୍ୟ ପରୀକ୍ଷା ସକାଳ 7 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ରହିଥିବା ବେଳେ ତାଙ୍କର ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ବିଜେପି ଦଳର ସନଥ ଗଡ଼ତିଆ ଓ କଂଗ୍ରେସ ଦଳର ରିପୁନାଥ ସେଠ ମଧ୍ୟ ଏହି ଭାଗ୍ୟ ପରୀକ୍ଷାରେ ସାମିଲ ହୋଇଛନ୍ତି | 
 
     ବିଜେପୁର ବିଧାନସଭାରେ ସମୁଦାୟ ୨,୨୫୫୬୭  ଭୋଟର ରହିଥିବା ବେଳେ ମତ ସଂଗ୍ରହ ପାଇଁ ସମୁଦାୟ ୨୮୫ ଗୋଟି ବୁଥ ର ବ୍ୟବସ୍ଥା କରାଯାଇଛି ଏବଂ ଶେଠୀ ମଧ୍ୟରୁ ୧୧ ଗୋଟି ବୁଥ ସମ୍ବେଦନସିଲ ରହିଛି | ତେବେ ସମସ୍ତ ବୁଥ ଗୁଡିକରେ ଏଯାଏଁ  ଶାନ୍ତିପୂର୍ଣ ଭାବରେ ମତଦାନ ପ୍ରକ୍ରିୟା ଚାଲିଛି | ସକାଳ ୯ ଟା ସମୟ ମଧ୍ୟରେ କେବଳ ୫ % ମତ ସଂଗ୍ରହ କରାଯାଇଥିଲା,  ଦିନ ୧୧ ଟାରେ ସମୟରେ ୧୫ % , ଅପରାହ୍ନ ୧ ଟା ସମୟ ପର୍ଯ୍ୟନ୍ତ ୩୫ %  ମତ ସଂଗ୍ରହ କରାଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଧାନସଭାରେ | 

 ଭିଡିଓ FTP ରେ ଯାଇଛି 
 slug- ODbargarh_bijepur_rajesh_180419
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.