ETV Bharat / bharat

ଜମ୍ମୁ ଓ କାଶ୍ମୀରର ମାତିଲେ ଆତଙ୍କୀ, 3 ଯବାନ ଶହୀଦ

ଯବାନଙ୍କ ଟିମ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଲୁଚିଥିବା ଆତଙ୍କୀ । ଏଥିରେ 3 ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

ଜମ୍ମୁ ଓ କାଶ୍ମୀରର ମାତିଲେ ଆତଙ୍କୀ, 3 ଯବାନ ଶହୀଦ
ଜମ୍ମୁ ଓ କାଶ୍ମୀରର ମାତିଲେ ଆତଙ୍କୀ, 3 ଯବାନ ଶହୀଦ
author img

By

Published : Apr 18, 2020, 11:55 PM IST

ଶ୍ରୀନଗର: ଦେଶ କୋରୋନା ସହିତ ଲଢୁଥିବାବେଳେ ପାକ୍ ସେନା ଓ ଆତଙ୍କବାଦୀ ପରିସ୍ଥିତିର ଫାଇଦା ଉଠାଉଛନ୍ତି । ନିକଟରେ ପାକ୍ ସେନା ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଉଥିବାର ଦେଖିବାକୁ ମିଳିଥିଲା । ସେହିପରି ଆତଙ୍କବାଦୀମାନେ ମଧ୍ୟ ଜମ୍ମୁ ଓ କାଶ୍ମୀରରେ ସେନା ଉପରେ ଆକ୍ରମଣ କରିଛନ୍ତି ।

ଶନିବାର ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ମାତିଛନ୍ତି । ବାରମୂଲା ସୋପୋର ଜିଲ୍ଲାରେ ଆତଙ୍କବାଦୀ ସିଆରପିଏଫ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଉପରକୁ ଆକ୍ରମଣ କରିଛନ୍ତି । ଯବାନଙ୍କ ଟିମ ଉପରେ ଅତର୍କିତ ଆକ୍ରମଣ କରିଥିଲେ ଲୁଚିଥିବା ଆତଙ୍କୀ । ଏଥିରେ 3 ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି ।

ସେହିପରି ଆଉ 2 ଜଣ ଆହତ ହୋଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । ସମଗ୍ର ଅଞ୍ଚଳକୁ ଘେରାଓ କରି ସେନା ସର୍ଚ୍ଚ ଅପରେସନ କରୁଛି । ତେବେ ଲକଡାଉନବେଳେ ଆତଙ୍କବାଦୀ ଆକ୍ରମଣ ପ୍ରଥମ ନୁହେଁ । ପୂର୍ବରୁ ଅନନ୍ତନାଗରେ ଏପ୍ରିଲ 5ରେ ପାକ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ 5 ଯବାନ ଶହୀଦ ହୋଇଥିଲେ । ଏହାସହ 5 ଆତଙ୍କୀ ମଧ୍ୟ ସେନା ଗୁଳିରେ ନିପାତ ହୋଇଥିଲେ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.