ପାଟନା:ବିହାରରେ ପୁଣି ବସିଲା କଙ୍ଗାରୁକୋର୍ଟ । ଲୋକମାନେ ଆଇନକୁ ହାତକୁ ନେଇଛନ୍ତି । ମୁଜାଫରପୁର ଜିଲ୍ଲାରେ ସାହେବଗଞ୍ଜ ବ୍ଲକର ହୁସେପୁପର ଗାଁରେ 3ନାବାଳକଙ୍କୁ ଗ୍ରାମବାସୀମାନେ ଚୋରି ଅଭିଯୋଗରେ ମାଡ ମାରିଛନ୍ତି । ନାବାଳକଙ୍କୁ ଏକ ଖୁଣ୍ଟରେ ବାନ୍ଧି ପ୍ରାୟ ଏକ ଘଣ୍ଟା କାଳ ଯାଏଁ ମାଡ ମାରିଛନ୍ତି ।
ତେବେ ଗ୍ରାମବାସୀ କେବଳ ମାଡ ମାରିଛନ୍ତି ତାହା ନୁହେଁ, ସେହି ନାବାଳକଙ୍କ କପଡା ଖୋଲି ମହମବତୀରେ ଚେଙ୍କ ଦେଉଥିବାର ଭିଡିଓ ଭାଇରାଲ ମଧ୍ୟ ହୋଇଛି । ବାଳକମାନେ ଛାଡିଦେବା ପାଇଁ ଗୁହାରୀ ମଧ୍ୟ କରୁଛନ୍ତି ହେଲେ ଅନ୍ୟଲୋକମାନେ କେବଳ ମୂକଦର୍ଶକ ପାଲଟିଥିଲେ ।
ଏହି ଘଟଣାର ଭିଡିଓ ଭାଇରାଲ ପରେ ପୀଡିତଙ୍କ ବାପା ବାଲଦେବ ରାୟ ଗାଁର 6ଜଣଙ୍କ ନାଁରେ ସାହେବଗଞ୍ଜ ଥାନାରେ ଏତଲା ଦାୟର କରିଛନ୍ତି । ଏତଲା ଦାୟର ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ।
ଖବରମୁତାବକ, ସାଧାରଣ ଚୋରି ଅଭିଯୋଗରେ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ମାଡମାରିଛନ୍ତି । ତେବେ ଗାଁର କିଛି ଲୋକମାନେ ପ୍ରତିବାଦ କରି ନାବାଳକଙ୍କୁ ଉଦ୍ଧାର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ