ମୁମ୍ବାଇ: ବିନା ଭୟରେ ଦିନ ଦ୍ବିପ୍ରହରରେ ଦୋକାନରୁ ଲୁଟି ନେଉଛନ୍ତି ବହୁ ମୁଲ୍ୟବାନ ସାମଗ୍ରୀ । ଏଠି ନା ଅଛି ସିସିଟିଭି କ୍ୟାମେରାର ଭୟ, ନା ଅଛି ପୋଲିସର ଡର । ଲୁଟେରାଙ୍କ ଟାର୍ଗେଟ କେବଳ ଲୁଟିବା । ମହାରାଷ୍ଟ୍ରର ପୁଣେରେ ଏପରି ଏକ ଲୁଟ ଅଭିଯୋଗରେ 3 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଣେ ପୋଲିସ । ସୂଚନା ଅନୁସାରେ 3 ଲୁଟେରା ଏକ ଗହଣା ଦୋକାନକୁ ଯାଇ ଧମକ ଦେଇ 50 କୋଟି ଟଙ୍କା ଆଦାୟ କରିଥିଲେ ।
ଘଟଣା ସମ୍ପର୍କରେ ଦୋକାନୀ ଅଭିଯୋଗ କରିବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା । ପରେ ପୋଲିସ 3 ଜଣଙ୍କୁ ଗିରଫ କରିବାରେ ସଫଳ ହେଲା । ଅଭିଯୁକ୍ତମାନେ ହେଲେ ଆଶିଶ ପାୱାର, ରମେଶ ପାୱାର ଏବଂ ରୂପେଶ ଚୌଧୁରୀ । ତେବେ ଏହି ତିନିଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଉକ୍ତ ଗହଣା ଦୋକାନରେ ପୂର୍ବରୁ କର୍ମଚାରୀ ଭାବେ କାମ କରୁଥିଲା ।
ସେପଟେ ପୋଲିସ 3 ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚୁରା ଚଳାଇଛି । ସେମାନଙ୍କ ଉଦ୍ଦେଶ୍ୟ କଣ ଏବଂ ଏହି ଘଟଣା ପଛରେ ଆହୁରି କେଉଁମାନେ ନିୟୋଜିତ ଅଛନ୍ତି , ସେମାନଙ୍କ ଅନ୍ୟ କିଛି ଯୋଜନା ରହିଛିକି ନାହିଁ ସେସବୁ ସମ୍ପର୍କରେ ପୁଣେ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି । ଏହି ମାମଲାଟି ଦତ୍ତୱାଡି ଥାନାରେ ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
@ANI