ETV Bharat / bharat

ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର: ଅଳିଆ ଟ୍ରକରେ ହସ୍ପିଟାଲ ଗଲେ କୋରୋନା ଆକ୍ରାନ୍ତ

author img

By

Published : Aug 3, 2020, 11:27 AM IST

ଅଳିଆ ଟ୍ରକରେ ହସ୍ପିଟାଲ ଗଲେ କୋରୋନା ରୋଗୀ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜିୟାନଗରମରେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡ.ରାମନା କୁମାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

ଅଳିଆ ଟ୍ରକରେ ହସ୍ପିଟାଲ ଗଲେ କୋରୋନା ରୋଗୀ
ଅଳିଆ ଟ୍ରକରେ ହସ୍ପିଟାଲ ଗଲେ କୋରୋନା ରୋଗୀ

ହାଇଦ୍ରାବାଦ: ଅଳିଆ ଟ୍ରକରେ ହସ୍ପିଟାଲ ଗଲେ କୋରୋନା ରୋଗୀ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜିୟାନଗରମରେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡ.ରାମନା କୁମାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ ଏହି ଘଟଣା ଦୁଇ ଦିନ ପୂର୍ବେ ଶୁକ୍ରବାର ଦିନ ଘଟିଥିଲା। ବିଜିୟାନଗରମ ଜିଲ୍ଲା ନେଲିମର୍ଲା ମଣ୍ଡଳର ଜରାଜପୁପେଟା ଗ୍ରାମର 3 ରୋଗୀ ପ୍ରଥମେ କୋଣ୍ଡା ଭେଲୁଗଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ପରେ ସେମାନଙ୍କୁ ନେଲିମର୍ଲା NIMS ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଭେଲୁଗଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର 108 ଆମ୍ବୁଲାନ୍ସକୁ ଡାକିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ରୋଗୀମାନଙ୍କ ସହ ଆସିଥିବା ବ୍ୟକ୍ତି ସେମାନଙ୍କୁ ଡାକ୍ତରଖାନା ନେଇଯିବେ ବୋଲି କହିଥିଲେ । ମେଡିକାଲ କର୍ମଚାରୀମାନେ ସେମାନଙ୍କୁ ପିପିଇ କିଟ ମଧ୍ୟ ଦେଇଥିଲେ । ହେଲେ ରୋଗୀଙ୍କୁ ଅଳିଆ ଟ୍ରକରେ ନିଆଯିବା ତାଙ୍କୁ ଜଣା ନଥିଲା ବୋଲି ସେମାନେ କହିଛନ୍ତି ।

  • Appalling! Three #Covid_19 patients in BC Colony, Jarjapupeta in Vizianagaram Dist were seen taken to the hospital in a ‘Garbage vehicle’. Don’t know about #Coronavirus, but the helpless patients might contract other dangerous diseases. Why are they not being treated like humans? pic.twitter.com/FJ1sAfswGc

    — N Chandrababu Naidu #StayHomeSaveLives (@ncbn) August 2, 2020 " class="align-text-top noRightClick twitterSection" data="

Appalling! Three #Covid_19 patients in BC Colony, Jarjapupeta in Vizianagaram Dist were seen taken to the hospital in a ‘Garbage vehicle’. Don’t know about #Coronavirus, but the helpless patients might contract other dangerous diseases. Why are they not being treated like humans? pic.twitter.com/FJ1sAfswGc

— N Chandrababu Naidu #StayHomeSaveLives (@ncbn) August 2, 2020 ">

ଏନେଇ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଜାତୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଟ୍ୱିଟରରେ ଏହି ଘଟଣାକୁ ନିନ୍ଦା କରିଛନ୍ତି। କୋରୋନା ବିଷୟରେ ଜାଣି ନଥିବା ଏହି ଅସହାୟ ରୋଗୀମାନେ ଅନ୍ୟ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସେ ଟ୍ୱିଟରରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ଅଳିଆ ଟ୍ରକରେ ହସ୍ପିଟାଲ ଗଲେ କୋରୋନା ରୋଗୀ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜିୟାନଗରମରେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡ.ରାମନା କୁମାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ ଏହି ଘଟଣା ଦୁଇ ଦିନ ପୂର୍ବେ ଶୁକ୍ରବାର ଦିନ ଘଟିଥିଲା। ବିଜିୟାନଗରମ ଜିଲ୍ଲା ନେଲିମର୍ଲା ମଣ୍ଡଳର ଜରାଜପୁପେଟା ଗ୍ରାମର 3 ରୋଗୀ ପ୍ରଥମେ କୋଣ୍ଡା ଭେଲୁଗଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ପରେ ସେମାନଙ୍କୁ ନେଲିମର୍ଲା NIMS ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଭେଲୁଗଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର 108 ଆମ୍ବୁଲାନ୍ସକୁ ଡାକିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ରୋଗୀମାନଙ୍କ ସହ ଆସିଥିବା ବ୍ୟକ୍ତି ସେମାନଙ୍କୁ ଡାକ୍ତରଖାନା ନେଇଯିବେ ବୋଲି କହିଥିଲେ । ମେଡିକାଲ କର୍ମଚାରୀମାନେ ସେମାନଙ୍କୁ ପିପିଇ କିଟ ମଧ୍ୟ ଦେଇଥିଲେ । ହେଲେ ରୋଗୀଙ୍କୁ ଅଳିଆ ଟ୍ରକରେ ନିଆଯିବା ତାଙ୍କୁ ଜଣା ନଥିଲା ବୋଲି ସେମାନେ କହିଛନ୍ତି ।

  • Appalling! Three #Covid_19 patients in BC Colony, Jarjapupeta in Vizianagaram Dist were seen taken to the hospital in a ‘Garbage vehicle’. Don’t know about #Coronavirus, but the helpless patients might contract other dangerous diseases. Why are they not being treated like humans? pic.twitter.com/FJ1sAfswGc

    — N Chandrababu Naidu #StayHomeSaveLives (@ncbn) August 2, 2020 " class="align-text-top noRightClick twitterSection" data=" ">

ଏନେଇ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଜାତୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଟ୍ୱିଟରରେ ଏହି ଘଟଣାକୁ ନିନ୍ଦା କରିଛନ୍ତି। କୋରୋନା ବିଷୟରେ ଜାଣି ନଥିବା ଏହି ଅସହାୟ ରୋଗୀମାନେ ଅନ୍ୟ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସେ ଟ୍ୱିଟରରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.