ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ପାଖକୁ ପହଞ୍ଚିବନି ପିଏମ କେୟାର୍ସ ଫଣ୍ଡରୁ ହଜାର କୋଟି ଟଙ୍କା : ପି. ଚିଦାମ୍ବରମ

author img

By

Published : May 15, 2020, 6:40 AM IST

ପିଏମ କେୟାର୍ସ ଫଣ୍ଡ ଦ୍ବାରା ପ୍ରବାସୀ ଶ୍ରମିକଙ୍କ ପାଇଁ 1000 କୋଟି ଟଙ୍କା ଘୋଷଣା କରାଯିବା ପରଦିନ ହିଁ ପି. ଚିଦାମ୍ବରମ କହିଲେ, ଏହି ଟଙ୍କା ପ୍ରବାସୀଙ୍କ ପାଖକୁ ନପହଞ୍ଚି ସିଧାସଳଖ ରାଜ୍ୟ ସରକାରଙ୍କ ଖାତାକୁ ଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପି. ଚିଦାମ୍ବରମ
ପି. ଚିଦାମ୍ବରମ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରରୀ ପି ଚିଦାମ୍ବରମ ପିଏମ କେୟାର୍ସ ଫଣ୍ଡକୁ ନେଇ କେନ୍ଦ୍ରସରକାରଙ୍କୁ ସିଧାସଳଖ ଆଙ୍ଗୁଠି ଉଠାଇଛନ୍ତି । ପିଏମ କେୟାର୍ସ ଫଣ୍ଡ ଦ୍ବାରା ପ୍ରବାସୀ ଶ୍ରମିକଙ୍କ ପାଇଁ 1000 କୋଟି ଟଙ୍କା ଘୋଷଣା କରାଯିବା ପରଦିନ ହିଁ ପି. ଚିଦାମ୍ବରମ କହିଲେ, ଏହି ଟଙ୍କା ପ୍ରବାସୀଙ୍କ ପାଖକୁ ନପହଞ୍ଚି ସିଧାସଳଖ ରାଜ୍ୟ ସରକାରଙ୍କ ଖାତାକୁ ଯିବ ।

ପି. ଚିଦାମ୍ବରମ ଟ୍ବିଟ କରି କହିଛନ୍ତି, ‘ପିଏମ କେୟାର୍ସ ପ୍ରବାସୀ ଶ୍ରମିକଙ୍କ ପାଇଁ 1000 କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଦୟାକରି ଏଥିରେ ଭୁଲ ନକରନ୍ତୁ । ଏହି ଟଙ୍କା ପ୍ରବାସୀ ଶ୍ରମିକଙ୍କ ପାଇଁ ନୁହେଁ ବରଂ ରାଜ୍ୟସରକାରଙ୍କ କର୍ମିଚାରୀଙ୍କ ଚିକିତ୍ସା, ଖାଦ୍ୟ, ଯାତ୍ରା, ଆଶ୍ରୟ ପାଇଁ ଦିଆଯିବ । ପ୍ରବାସୀ ଶ୍ରମିକଙ୍କୁ କୌଣସି ସୁବିଧା ମିଳିବ ନାହିଁ ।’

ସେ ପୁଣି କହିଛନ୍ତିସ, ଜଣେ ପ୍ରବାସୀ ଶ୍ରମିକଙ୍କ କଥା ଚିନ୍ତା କରିବା ଯଦି ସେ ଯେତେବେଳେ ନିଜ ରାଜ୍ୟ କିମ୍ବା ଘରକୁ ଫେରିବ ସେତେବେଳେ ତା ହାତରେ ନା ଥିବ ରୋଜଗାର ନାଥିବ କୌଣସି ଆମଦାନୀ । ସେହି ଶ୍ରମିକ କିପରି ନିଜ ଗୁଜୁରାଣ ମେଣ୍ଟାଇବ ଏବଂ ସେ କିପରି ଜୀବିକା ନିର୍ବାହ କରିବ ।

ସୂଚନା ଥାଉକି ପିଏମ କେୟାର୍ସ ଫଣ୍ଡ ଟ୍ରଷ୍ଟ ବୁଧାବର କୋଭିଡ-19 ବିରୋଧରେ ମୁକାବିଲା କରିବା ପାଇଁ 3,100 କୋଟି ଟଙ୍କା ଆବଣ୍ଟନ କରିବାର ନିଷ୍ପତ୍ତି ନେଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନ ଅନୁସାରେ, ଏହି 3,100 କୋଟି ଟଙ୍କା ମଧ୍ୟରୁ 2000 କୋଟି ଟଙ୍କା ଭେଣ୍ଟିଲେଟର କିଣିବା ପାଇଁ ଏବଂ 1000 କୋଟି ଟଙ୍କା ପ୍ରବାସୀ ଶ୍ରମିକଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.