ETV Bharat / bharat

ସିଏମ ଯୋଗୀଙ୍କ ଚେତାବନୀ: ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଲାଗିବ ଗ୍ୟାଙ୍ଗଷ୍ଟର ଆକ୍ଟ

author img

By

Published : Apr 29, 2020, 11:55 PM IST

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅନେକ ସ୍ଥାନରେ ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳୁଛି । ଏପରିସ୍ଥଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଚେତାବନୀ ଦେଇଛନ୍ତି ଯେ ଯେଉଁମାନେ COVID-19 ଡ୍ୟୁଟିରେ ଡାକ୍ତରଙ୍କୁ ଆକ୍ରମଣ କରନ୍ତି ସେମାନଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଚାର୍ଜ ଲାଗିବ ଓ ଗିରଫ କରାଯିବ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଲକ୍ଷ୍ନୌ: କୋରୋନା ସଂକ୍ରମଣର ଚିକିତ୍ସା କରୁଥିବା ଡାକ୍ତର୍ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରାଯିବା ଘଟଣା ବଢିବାରେ ଲାଗୁଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅନେକ ସ୍ଥାନରେ ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳୁଛି । ଏପରିସ୍ଥଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଚେତାବନୀ ଦେଇଛନ୍ତି ଯେ ଯେଉଁମାନେ COVID-19 ଡ୍ୟୁଟିରେ ଡାକ୍ତରଙ୍କୁ ଆକ୍ରମଣ କରନ୍ତି ସେମାନଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁଯାୟୀ ଚାର୍ଜ ଲାଗିବ ଓ ଗିରଫ କରାଯିବ ।

କିଛି ଦିନ ତଳେ COVID-19 ସନ୍ଦିଗ୍ଧଙ୍କ ନମୁନା ସଂଗ୍ରମ କରିବାକୁ ଆସିଥିବା ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିଛନ୍ତି । ମେଡିକାଲ କର୍ମଚାରୀ, ଡାକ୍ତର, ଆଶା କର୍ମଚାରୀ ଏବଂ ଅନ୍ୟ ସମସ୍ତ ଫ୍ରଣ୍ଟଲାଇନ COVID-19 କର୍ମଚାରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଏକ ନିୟମ ପ୍ରଣୟନ କରିଛି ।

ଏହି ନିୟମ ଅନୁଯାୟୀ, ଯେଉଁମାନେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରନ୍ତି କିମ୍ବା ଭେଦ କରନ୍ତି, ସେମାନେ କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ, ଯେଉଁଥିରେ 6 ମାସରୁ 7 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦଣ୍ଡବିଧାନ ହେବ ।

ସେହିଭଳି ମଧ୍ୟପ୍ରଦେଶର ଇନ୍ଦୋରରେ ଡାକ୍ତରଙ୍କ ଦଳ ଉପରେ ଆକ୍ରମଣ କରି 7 ଜଣଙ୍କୁ ଗିରଫ କରାଯାଇଥିଲା । ଏହା ପରେ କର୍ତ୍ତୃପକ୍ଷ ଆକ୍ରମଣକାରୀଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ)କୁ ଲଗାଇଥିଲେ । ଆକ୍ରମଣକାରୀଙ୍କୁ ଗିରଫ ପରେ ଇନ୍ଦୋର ସେଣ୍ଟ୍ରାଲ ଜେଲରେ ରଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.