ହାଇଦ୍ରାବାଦ: ଚାଲଛି ପ୍ରେମ ସପ୍ତାହ । ଏହି ସପ୍ତାହର ସପ୍ତମ ଦିନ ଅର୍ଥାତ କିସ୍ ଡେ । ଏହି ଦିନ ପ୍ରତ୍ୟେକ ବ୍ୟକ୍ତି ନିଜ ସାଥୀଙ୍କୁ ଚୁମ୍ବନ ଦେବା ସହ ନିଜ ପ୍ରେମକୁ ଅଧିକ ମଜବୁତ କରିଥାନ୍ତି । ନିଜର ଭଲ ପାଇବାକୁ ପ୍ରକାଶ କରିବା ପାଇଁ ଚୁମ୍ବନ ହେଉଛି ସର୍ବକୃଷ୍ଟ ଉପାୟ । ତେବେ ଚୁମ୍ବନରେ ମଧ୍ୟ ରହିଛି ପ୍ରକାର ଭେଦ । ଜାଣିବା ପାଇଁ ପଢନ୍ତୁ.....
ଯଦି ଆପଣ ମଧ୍ୟ ନିଜ ପ୍ରେମିକାଙ୍କୁ ଚୁମ୍ବନ ଦେବାକୁ ଭାବୁଛନ୍ତି । ତେବେ ଏହା ପୂର୍ବରୁ ପ୍ରତିଟି ଚୁମ୍ବନର ଅର୍ଥ ମଧ୍ୟ ଜାଣି ରଖନ୍ତୁ...
ଫ୍ଲାଇଙ୍ଗ୍ କିସ୍- ଏହି ଚୁମ୍ବନ ଆପଣଙ୍କ ବନ୍ଧୁତ୍ବକୁ ସୁଦୃଢ କରିଥାଏ । ଏହାକୁ ଆପଣଙ୍କୁ ପାର୍ଟନରଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଥାଏ ।
ଫୋରହେଡ୍ କିସ- ଏହି ଚୁମ୍ବନ ସବୁଠାରୁ ଉତ୍ତମ । କାରଣ ଏହା ଆପଣଙ୍କ ପାର୍ଟନରଙ୍କୁ ଏହା ସନ୍ଦେଶ ଦେଇଥାଏ ଯେ ଆପଣ ତାଙ୍କୁ ସମ୍ମାନ କରନ୍ତି ।
କିସ୍ ଅନ ହ୍ୟାଣ୍ଡ- ଏଥିରେ ଆପଣ ନିଜ ପାର୍ଟନରଙ୍କ ହାତକୁ ଚୁମ୍ବନ ଦେଇଥାଆନ୍ତି । ଏହା ଆପଣଙ୍କ ସାଥୀଙ୍କ ପ୍ରତି ଆପଣଙ୍କର ଭରସାର ପ୍ରତୀକ ହୋଇଥାଏ ।
ଚିକ୍ କିସ୍- ପାର୍ଟନରଙ୍କ ଗାଲରେ ଚୁମ୍ବନ ଦେବାକୁ ଚିକ୍ କିସ୍ କୁହାଯାଏ । ଏହା ଆପଣଙ୍କ ପାର୍ଟନରଙ୍କୁ ଆତ୍ମିୟତାର ସଙ୍କେତ ଦେଇଥାଏ ।
ଇୟର କିସ- ଏହି ଚୁମ୍ବନ ସବୁଠାରୁ ଅଧିକ ରୋମାଣ୍ଟିକ ଏବଂ ଅନ୍ତରଙ୍କ ହୋଇଥାଏ ।
ଫ୍ରେଞ୍ଚ କିସ- ଏହି ପ୍ରକ୍ରିୟା ପୂର୍ବରୁ ଆପଣ ନିଜ ପାର୍ଟନରଙ୍କ ଅନୁମତି ମାଗନ୍ତୁ । ଏହା ସବୁଠାରୁ ଅଧିକ ରୋମାଣ୍ଟିକ ଚୁମ୍ବନ ହୋଇଥାଏ । ଏହା ଆପଣଙ୍କ ସମ୍ପର୍କକୁ ଅଧିକ ଘନିଷ୍ଠ କରିଥାଏ । ଏହି ଚୁମ୍ବନ ସବୁଠାରୁ ଅଧିକ ରୋମାଣ୍ଟିକ ଏବଂ ଅନ୍ତରଙ୍କ ହୋଇଥାଏ ।